www.samajalive.in
Saturday, December 6, 2025
26.1 C
Bhubaneswar

ବର୍ଷାରେ ମାଟିକୁଡିଆ ଭାଙ୍ଗିବା ପରେ ମିଳିପାରିନି ସହାୟତା; ଶିଶୁ ଓ ବୃଦ୍ଧା ମାଆଙ୍କୁ ନେଇ ପାଲ କୁଡିଆରେ ଜୀବନ ଜିଉଁଛି ଦୃଷ୍ଟିବାଧିତ ଶ୍ରୀମୁଖ

କଲମପୁର: ଗତ ଲଗାଣ ବର୍ଷାରେ ଭାଙ୍ଗି ଗଲା ମାଟି କୁଡିଆ। ବର୍ଷାରେ କେଉଁଠି ଆଶ୍ରୟ ନେବେ ? କିଏ ତାକୁ ସହାୟ ହେବ। ଏମିତି ଅନେକ ପ୍ରଶ୍ନ ଆନ୍ଦୋଳିତ କରିଥିଲା ବନ୍ଧକନା ନୁଆପଡରେ ରହୁଥିବା ଦୃଷ୍ଟି ବାଧିତ ଶ୍ରୀମୁଖ ରଣାକୁ। ଶେଷରେ ନିଜର ଭଙ୍ଗା କୁଡିଆକୁ ତହସିଲ କାର୍ଯ୍ୟାଳୟ ତରଫରୁ ମିଳିଥିବା ପଲିଥିନରେ ଘୋଡାଇ କୁଡିଆ ଭିତରେ ଅସହାୟ ଜୀବନ ଜିଉଁଛି। ନିଜ ସାଙ୍ଗରେ ୭୦ ବର୍ଷିୟ ବୃଦ୍ଧା ମାଆ ଓ ଦୁଇ ମାସର ଏକ ଶିଶୁ ରହୁଥିବା ବେଳେ ଏହି ଅସହାୟ ପ୍ରତି ପ୍ରଶାସନର ଦୃଷ୍ଟି ନାହିଁ। ଯେଉଁଥିପାଇଁ ଆବାସ ଯୋଜନାରେ ସାମିଲ ହେବାରୁ ବଞ୍ଚିତ ରହିଛନ୍ତି ଶ୍ରୀମୁଖ।

ଅନ୍ୟପଟେ ଆବାସ ଯୋଜନାରେ ସାମିଲ ହେବାକୁ ହେଲେ ଏସ.ଇ.ସି.ସିରେ ତାଲିକା ଭୁକ୍ତ ହେବାକୁ ପଡ଼ିଥାଏ। କିନ୍ତୁ ଏହି ତାଲିକାରେ ଶ୍ରୀମୁଖର ନାଁ ନାହିଁ। ଅନ୍ୟପଟେ ଶ୍ରୀମୁଖ ଭଳି ଅନେକ ଅସହାୟ ଏହି ତାଲିକାରୁ ବାଦ ପଡ଼ିଥିବାରୁ ଆବାସ ଯୋଜନାରେ ସାମିଲ ହେଇ ପାରୁନାହାଁନ୍ତି। ତେବେ କେଉଁ ପରିସ୍ଥିତିରେ ଶ୍ରୀମୁଖ ଏହି ତାଲିକାରୁ ବାଦ ପଡ଼ିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏନେଇ ବନ୍ଧକନା ସରପଞ୍ଚ ମଧୁଛନ୍ଦା ଭଞ୍ଜଙ୍କ ସହିତ ଯୋଗାଯୋଗ କରାଯାଇଥିଲା ସେ ଏହି ଅସହାୟ ସମ୍ବନ୍ଧରେ ଜାଣିଥିବା ବେଳେ ଏସ.ସି.ସି ତାଲିକା ପ୍ରସ୍ତୁତିରେ ନିୟୋଜିତ କର୍ମଚାରୀଙ୍କ ଅବହେଳା କାରଣରୁ ଏହି ପରିବାର ଆବାସ ଯୋଜନାରେ ସାମିଲ ହେଇ ପାରି ନ ଥିବା ସୁଚନା ଦେଇଛନ୍ତି। ଏ ପରିବାର ଏକ ନିଃସହାୟ ପରିବାର ଓ ଆବାସ ଯୋଜନାରେ ସାମିଲ ହେବାର ସମସ୍ତ ଯୋଗ୍ୟତା ଥିବା ନେଇ ପୂର୍ବତନ ବି.ଡି.ଓଙ୍କୁ ଅବଗତ କରାଇଥିବା ଶ୍ରୀମତୀ ଭଞ୍ଜ ସୂଚନା ଦେଇଛନ୍ତି। ଏନେଇ ତହସିଲଦାର ତଥା ଭାରପ୍ରାପ୍ତ ବି.ଡି.ଓ କରିଶ୍ମା ବେଶ୍ରାଙ୍କ ସହିତ ଯୋଗାଯୋଗ କରାଯିବା ପରେ ତୁରନ୍ତଏହାର ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ମତବ୍ୟକ୍ତ କରିଥିଲେ।

Hot this week

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

Related Articles

Popular Categories