www.samajalive.in
Saturday, December 6, 2025
14.1 C
Bhubaneswar

ବୁର୍ଲାର ଶ୍ରୀ ଶ୍ରୀ ସଙ୍କଟମୋଚନ ହନୁମାନ ମନ୍ଦିରରେ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ବିଶାଳ କଳସ ଯାତ୍ରା

ବୁର୍ଲା : ବୁର୍ଲା ଭିସୁଟ ମାର୍ଗ ନିକଟରେ ନବନିର୍ମିତ ଶ୍ରୀ ଶ୍ରୀ ସଙ୍କଟମୋଚନ ବୀର ହନୁମାନଙ୍କ ଭବ୍ୟ ମନ୍ଦିରର ବୀର ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ଉପଲକ୍ଷେ ବିଶାଳ କଳସ ଯାତ୍ରା ଏବଂ ଯୁପ ମହାରାଜ ମହାସ୍ନାନ ଓ ନିଦ୍ରା(ମନ୍ଦିର ରକ୍ଷକ) ଅନୁଷ୍ଠିତ ହୋଇଥିଲା। ସୋମବାର ଦିନ କଳସ ଶୋଭାଯାତ୍ରା ସକାଳ ୯ଟାରୁ ଅଠରହଜାର ନିକଟ ସାଇଫୋନ ନିକଟରୁ ବାହାରିଥିଲା ଶହ ଶହ ମାତ୍ରାରେ ଶ୍ରଦ୍ଧାଳୁ ଯୁବକ, ଯୁବତୀଙ୍କ ମହିଳା ପୁରୁଷଙ୍କ ଠାରୁ ବୃଦ୍ଧ ବୃଦ୍ଧା ତଥା ମୁନିଋଷି ଏବଂ ନାଗା ସାଧୁ ତଥା ବରେଣ୍ୟ ପଣ୍ଡିତ ଏବଂ ମନ୍ଦିରର କର୍ମକର୍ତ୍ତା ମାନେ ପ୍ରମୁଖ ଭକ୍ତମାନଙ୍କ କଳସ ଶୋଭାଯାତ୍ରା ଆରମ୍ଭ ହୋଇଥିଲା।

୧୦୮ଟି କଳସରେ ଜଳଆରୋହଣ କରି ରାଜରାସ୍ତା ଦେଇ ଯଜ୍ଞମଣ୍ଡପକୁ ଶହ ଶହ ଭକ୍ତମାନେ ପହଞ୍ଚି ଥିଲେ ବିଶାଳ ପଟୁଆରରେ। କଳସ ଶୋଭାଯାତ୍ରରେ କୀର୍ତ୍ତନ ମଣ୍ଡଳି ସହିତ ଅନ୍ୟାନ୍ୟ ମାନେ ସାମିଲ ରହିଥିଲେ। ସମସ୍ତ ଜଳଭରା କଳସକୁ ଯଜ୍ଞମଣ୍ଡପ ଚାରିପଟେ ଭ୍ରମଣ କରିବା ପରେ ଯଜ୍ଞ ମଣ୍ଡପରେ ସ୍ଥାପିତ କରାଯାଇଥିଲା। ଅନୁଷ୍ଠିତ ଯଜ୍ଞରେ କର୍ତ୍ତା ଭାବରେ ବରିଷ୍ଠ ନାଗରିକ ଦୁତୀକୃଷ୍ଠ ପାଢ଼ୀ ଏବଂ ତାଙ୍କ ସହଧର୍ମୀଣୀ ସୁଲୋଚନା ପାଢ଼ୀ କର୍ତ୍ତା ଭୁମିକା ସମ୍ପାଦନ କରିଥିଲେ। ଏହାପରେ ଶାଲାସଂସ୍କାର, ପୁଜାରମ୍ଭ, ସୁର୍ଯ୍ୟପୁଜା ଯୁପ ମହାରାଜ ମହାସ୍ନାନ ଓ ନିଦ୍ରା(ମନ୍ଦିର ରକ୍ଷକ) ପୁଜା ରିତିନିତି ଅନୁଯାଇ ଅନୁଷ୍ଠିତ ବରେଣ୍ୟ ପଣ୍ଡିତଙ୍କ ମନ୍ତ୍ରପାଠରେ ଅନୁଷ୍ଠିତ ହୋଇଥିଲା। ଏହାପରେ ଶଷ୍ୟାଧିବାସ ଅଗ୍ନିସ୍ଥାପନ, ଆରତୀ ଏବଂ ସନ୍ଧ୍ୟା ସମୟରେ ପୁଷ୍ପାଞ୍ଜଳୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମଙ୍ଗଳବାର ଦିନ ଦେବତା ମହାସ୍ନାନ, ପ୍ରାସାଦ ଅଧିବାସ, ଦେବତାଙ୍କ ପ୍ରାଣପ୍ରତିଷ୍ଠା, ହନୁମାନ-ସହସ୍ରନାମ ହୋମ, ଆରତୀ, ପୁଷ୍ପାଞ୍ଜଳି ଅନୁଷ୍ଠିତ ହେବ। ଭଜନ ସମାରୋହ ଏବଂ ସାସ୍କୃତିକ କାର୍ଯ୍ୟକ୍ରମ ୩ ତାରିଖ କରାଯିବା ପାଇଁ ସ୍ଥିରୀକୃତ ହୋଇଛି। ଭକ୍ତଗଣଙ୍କୁ ଏହି ଉତ୍ସବରେ ବହୁଳ ସଂଖ୍ୟାରେ ଯୋଗଦାନ କରିବା ସହିତ ପାଇଁ ଶ୍ରୀ ଶ୍ରୀ ସଙ୍କଟମୋଚନ ହନୁମାନଙ୍କ ଆଶିଷ ଲାଭ ସହିତ ପ୍ରସାଦ ସେବନ କରିବା ପାଇଁ ମନ୍ଦିର ପ୍ରତିଷ୍ଠା କମିଟି ତରଫରୁ ଅନୁରୋଧ କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories