www.samajalive.in
Saturday, December 6, 2025
16.1 C
Bhubaneswar

ଅସୁରକ୍ଷିତ ଭିମସାର; ଅଟୋ ଚାଳକଙ୍କୁ ବାଡ଼େଇଲେ ସୁରକ୍ଷାକର୍ମୀ

ବୁର୍ଲା: ବୁର୍ଲା ଭିମସାରର ଘରୋଇ ସୁରକ୍ଷା ସଂସ୍ଥା ଏକଜିକ୍ୟୁଟିଭ ସର୍ଭିସେସ୍‌ ଲିମିଟେଡ୍‌ ସଦାସର୍ବଦା ବିବାଦୀୟ ଘଟଣାରେ ରହିଆସୁଛି । କାର୍ଯ୍ୟକାରିତା ଏବଂ ଚଞ୍ଚକତା କାରଣରୁ ଏହି ସଂସ୍ଥା ବହୁ ବିବାଦୀୟ ହୋଇ ରହିଆସିଛି । ଏହାକୁ କଳାତାଲିକା ଭୁକ୍ତ କରିବା ପାଇଁ ଭିମସାରର ଡାକ୍ତରୀ ସଂଘ ଠାରୁ ସ୍ୱେଚ୍ଛସେବୀ ତଥା ରାଜନୈତିକ ସଙ୍ଗଠନ ଦାବୀ କରି ଆସୁଛନ୍ତି । ଭିମସାରର କିଛି ବରିଷ୍ଠ କର୍ମଚାରୀଙ୍କ ଛତ୍ରଛାୟା ତଳେ ଏହି ସଂସ୍ଥା ତାର କଳା କାରନାମା ଚଲାଇବା ସହିତ ବିନା ପୁଲିସ ଯାଞ୍ଚରେ ଅନେକ ଅସାମାଜିକ ତତ୍ୱଙ୍କୁ ଟେବୁଲ ତଳେ ନିଯୁକ୍ତି ଦେଇଛନ୍ତି । ଏହି ଘଟଣା ଅନେକ ସୁରକ୍ଷା ଅଧିକାରୀ ଏବଂ କର୍ମଚାରୀ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହିବା ଘଟଣାରୁ ପ୍ରମାଣିତ ହୋଇସାରିଛି । ସେପଟେ କିଛିଦିନ ତଳେ ରାତିରେ ଜଣେ ଅଟୋ ଚାଳକଙ୍କୁ ପ୍ରାୟ ୨୦ରୁ ଊର୍ଦ୍ଧ୍ଵ ସୁରକ୍ଷାକର୍ମୀ ପ୍ରଚୁର ମାଡ଼ ମାରିବା ସହିତ ସାର୍ଟ ଚିରିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ତେବେ ଅସାମାଜିକ ତତ୍ୱଙ୍କୁ ନିଯୁକ୍ତି ନିଆଯାଇଥିବା ଫଳରେ ଏହି ବେଲଗାମ ସୁରକ୍ଷା କର୍ମୀ ଶେଷରେ ଅଟୋ ଚାଳକକୁ ଆକ୍ରମଣ କରି ରାସ୍ତା ଉପରେ ଗୋଡ଼େଇ ଗୋଡ଼େଇ ବାଡ଼ଉଥିବା ସାହାସ ପାଇଥିବା ଏବଂ ପରୋକ୍ଷରେ ପୁଲିସ ଏହାକୁ ସମର୍ଥନ କରୁଥିବା ନେଇ ନାନା ଚର୍ଚ୍ଚା ଜୋର ଧରିଛି ।

ଏପରି ଏକ ଘଟଣା ଡାକ୍ତରଖାନା ସମ୍ମୁଖ ଦେଇ ଯାଉଥିବା ପଥଚାରୀ ଏବଂ ରୋଗୀ ସମ୍ପର୍କିୟଙ୍କ ମହଲରେ ଏକ ଭିନ୍ନ ଧାରଣା ସୃଷ୍ଟି କରିଛି । ସୁରକ୍ଷା ସଂସ୍ଥାର କାର୍ଯ୍ୟକାରିତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରଇଚି ଏପରି ଏକ କାର୍ଯ୍ୟ । ଘଟଣାରେ ନେଇ ପୁଲିସ ଭୂମିକାକୁ  ନେଇ ମଧ୍ୟ ପ୍ରଶ୍ନ ସୃଷ୍ଟି କରିଛି । ଆଇନକୁ ହାତକୁ ନେଇ ଜଣେ ଅଟୋ ଚାଳକକୁ କିପରି ଭାବରେ ଗୋଡ଼େଇ ଗୋଡ଼େଇ ବାଡ଼େଇବାକୁ ସାହାସ ପାଇଲେ ତାହାକୁ ନେଇ ପ୍ରଶ୍ନ ଉଠୁଛି । ଅନ୍ୟପଟେ  ସୁରକ୍ଷା କର୍ମୀଙ୍କ ଠାରୁ ୪୦ରୁ୪୫ ହଜାର ଟଙ୍କା ଲାଞ୍ଚ ନିଆଯାଇ ନିଯୁକ୍ତି ଦିଆଯାଉଥିବା ଏକ ଭିଡିଓ ଭାଇରାଲ ହୋଇଥିଲା । ଭିଡିଓ ଭାଇରାଲ ହେବା ପରେ ସେହି ଘଟଣାକୁ ଚପାଇଦେବା ପାଇଁ ଅନେକ ଉଦ୍ୟମ ହୋଇଥିଲା । ଏପରିକି ଚପାଇବା ସମୟରେ ପୁଲିସର କାର୍ଯ୍ୟନୁଷ୍ଠାନରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥିବା ଦୃଷ୍ଟାନ୍ତ ରହିଛି । ସେପଟେ ଭିମସାର ଡାକ୍ତରଖାନାରେ ସିସିଟିଭି ଲଗାଯିବା ପାଇଁ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ । ଯଦି ଏହି ସ୍ଥାନରେ ସିସିଟିଭି ଲଗାଯାଆନ୍ତା ତେବେ ଏପରି ପରିସ୍ଥିତି ସୃଷ୍ଟି ହୁଆନ୍ତା ନାହିଁ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories