www.samajalive.in
Friday, December 5, 2025
27.1 C
Bhubaneswar

ଅକ୍ଷୟ ତୃତୀୟାରେ କରନ୍ତୁ ନାହିଁ ଏହି ଭୁଲ

ମେ ୩ ଅକ୍ଷୟ ତୃତୀୟା। ଏହି ଦିନ ଏପରି କିଛି କାର୍ଯ୍ୟ ରହିଛି , ଯାହା କରିବା ଦ୍ୱାରା ମାଆ ଲକ୍ଷ୍ମୀ କ୍ରୋଧିତ ହୋଇ ଥାଆନ୍ତି। ତେଣୁ ଏହି ଦିଗ ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ। ଜାଣନ୍ତୁ…..
ଅକ୍ଷୟ ତୃତୀୟା ଦିନ କିଣାକିଣା କରିବାକୁ ଯିବା ପରେ ଖାଲି ହାତରେ ଘରକୁ ଫେରନ୍ତୁ ନାହିଁ। ସମ୍ଭବତଃ ରୁପା କିମ୍ବା ଅଳ୍ପ ମୂଲ୍ୟର ସୁନା କିଣନ୍ତୁ। କିମ୍ବା ଧାତୁର ନିର୍ମିତ ବସ୍ତୁ ମଧ୍ୟ କିଣି ପାରିବେ।
ଅକ୍ଷୟ ତୃତୀୟା ଦିନ ମା’ଲକ୍ଷ୍ମୀଙ୍କ ସହ ଭଗବାନ ବିଷ୍ଣୁଙ୍କୁ ମଧ୍ୟ ପୂଜାର୍ଚ୍ଚନା କରିବା ଉଚିତ। ମାତ୍ର ଅଲଗା ଅଲଗା ପୂଜା କରନ୍ତୁ ନାହିଁ। ମା’ଲକ୍ଷ୍ମୀଙ୍କ ସହ ଭଗବାନ ବିଷ୍ଣୁଙ୍କୁ ପୂଜା କଲେ ଖୁବ ପୁଣ୍ୟଫଳ ପ୍ରାପ୍ତି ହେବା ସହ ଧନସମ୍ପତ୍ତି ବୃଦ୍ଧି ହୋଇଥାଏ।
ଏହି ଦିନ ସ୍ନାନ ନକରି ତୁଳସୀ ବୃକ୍ଷକୁ ସ୍ପର୍ଶ କରନ୍ତୁ ନାହିଁ। ଭଗବାନ ବିଷ୍ଣୁଙ୍କ ପୂଜା କରିବା ସହ ଭୋଗରେ ତୁଳସୀ ଅର୍ପଣ କରନ୍ତୁ ।
ଏହି ଦିନ ଶାନ୍ତ ମନରେ ମା’ଲକ୍ଷ୍ମୀଙ୍କ ପୂଜା କରନ୍ତୁ। ଏପରି କରିବା ଦ୍ୱାରା ମା’ଙ୍କର ବିଶେଷ କୃପା ହୋଇଥାଏ। ପୂଜା ସମୟରେ କ୍ରୋଧ କରନ୍ତୁ ନାହିଁ।
ଏହି ଦିନ ଘରକୁ ଆଦୌ ଅନ୍ଧାର କରନ୍ତୁ ନାହିଁ। ଘରେ ଦୀପ ଲଗାନ୍ତୁ। ଘର ଅପରିଷ୍କାର କରନ୍ତୁ ନାହିଁ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories