www.samajalive.in
Saturday, December 6, 2025
15.1 C
Bhubaneswar

ପରିଚୟ ସଂସ୍ଥା ପକ୍ଷରୁ ମାନସିକ ବିକାରଗ୍ରସ୍ତ ମହିଳା ଉଦ୍ଧାର 

ବୁର୍ଲା : ବୁର୍ଲା ସହରରେ ଥିବା ଡ଼ାକ୍ତରୀ ଛାତ୍ରୀଙ୍କ ନିବାସ ନିକଟରେ ପଡିରହିଥିବା ଜଣେ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଆଜି ସମ୍ବଲପୁର ପରିଚୟ ସଂସ୍ଥା ଉଦ୍ଧାର କରି ତାଙ୍କୁ ସମ୍ବଲପୁର କୁଲୁଥକାନି ସ୍ଥିତ ଆଶା ନିବାସରେ ତାଙ୍କର ଥଇଥାନ କରିଥିବା ସଂସ୍ଥା ପକ୍ଷରୁ ସୂଚନା ମିଳିଛି । ଉକ୍ତ ଅସହାୟ ମହିଳା ଜଣକ ଦିର୍ଘ ଏକ ବର୍ଷରୁ ଉଦ୍ଧ୍ୱର୍ ଦିନ ହେବ ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରିବା ସହିତ ମେଡିକାଲର ଏକ ଛାତ୍ରୀ ନିବାସ ନିକଟରେ ପ୍ରାୟତଃ ଆଶ୍ରୟ ନେଉଥିଲେ ।
ତେବେ ଉକ୍ତ ଛାତ୍ରୀ ନିବାସର ବିନ୍ଦୁ ପଳାଇ ନାମକ ଜଣେ ମେଡ଼ିକାଲ ଛାତ୍ରୀ ମହିଳାଙ୍କ ଏଭଳି ଅବସ୍ଥା ଦେଖି ପରିଚୟ ସଂସ୍ଥାକୁ ଯୋଗାଯୋଗ କରିଥିଲେ। ତେବେ ସଂସ୍ଥା ସଭାପତି ବିପିନ ବିହାରୀ ପଣ୍ଡାଙ୍କ ନେତୃତ୍ୱରେ ହେମାନନ୍ଦ ଦେହୁରୀ, ଅଭିନାଶ ମିଶ୍ର ଘଟଣା ସ୍ଥଳରେ ପହଂଚି ଛାତ୍ରୀ ବିନ୍ଦୁ ଲତା ଏବଂ ସୁପ୍ରଭାଙ୍କ ସହଯୋଗରେ ମେଡିକାଲରେ ମହିଳାଙ୍କର କୋଭିଡ ପରିକ୍ଷା କରିଥିଲେ। ରିପୋର୍ଟ ନେଗେଟିଭ ଆସିବା ପରେ ବୁର୍ଲା ପୁଲିସର ଅନୁମତି ନେଇ କୁଳୁଥକାନି ସ୍ଥିତ ଆଶ।। ନିବାସରେ ଛାଡିଥିବା ଜଣାପଡିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories