www.samajalive.in
Saturday, December 6, 2025
26.1 C
Bhubaneswar

କୁକୁର ପରି ଭୁକେ ଏହି ହରିଣ

କାମ୍ବୋଡିଆର ଜଙ୍ଗଲରେ ଏକ ନିର୍ଦ୍ଦିଷ୍ଟ ପ୍ରଜାତିର ହରିଣ ଦେଖିବାକୁ ମିଳିଛି। ଏହି ହରିଣର ବିଶେଷତ୍ୱ ହେଉଛି ଏହା କୁକୁର ପରି ଭୋକିଥାଏ। ବନ୍ୟଜନ୍ତୁ ଅଧିକାରୀମାନେ ଗତ ଶୁକ୍ରବାର ସୂଚନା ଦେଇଛନ୍ତି ବିଲୁପ୍ତ ହେବା ପୂର୍ବରୁ ଏହି ହରିଣଟିକୁ ଦେଖିବାକୁ ମିଳିଛି।
ଜଙ୍ଗଲ ବିଭାଗର ଅଧିକାରୀଙ୍କ କହିବା ଅନୁଯାୟୀ, ଦେଶର ବନ୍ୟଜନ୍ତୁ ସଂରକ୍ଷଣ ପ୍ରୟାସକୁ ବୃଦ୍ଧି କରିବା ପାଇଁ କାମ୍ବୋଡିଆରେ ବିଲୁପ୍ତ ପ୍ରାୟ ଏହି ହରିଣକୁ ପ୍ରଥମ ଥର ଦେଖିବା ସ୍ୱତନ୍ତ୍ର।
ପରିବେଶ ମନ୍ତ୍ରଣାଳୟର ମୁଖପାତ୍ରଙ୍କ କହିବା ଅନୁଯାୟୀ, (giant barking deer )ବିଶାଳ ମଣ୍ଟଜାକ ଏହାର ଲମ୍ବା ଶିଙ୍ଗ ପାଇଁ ବେଶ ଜଣାଶୁଣା। ଏପ୍ରିଲରେ ଏହାର ଫଟୋ, ଉତ୍ତର-ପୂର୍ବ କାମ୍ବୋଡିଆର ରତ୍ନଗିରି ପ୍ରଦେଶର ବିରାଚେ ଜାତୀୟ ଉଧ୍ୟାନରେ ଏକ ଲୁକ୍କାୟିତ କ୍ୟାମେରାରେ କଏଦ ହୋଇଥିଲା। ସେବେ ଠାରୁ ଏହି ହରିଣର ସନ୍ଧାନ ପୁଣି ଆରମ୍ଭ ହୋଇଛି। କାମ୍ବୋଡିଆ ଏବଂ ସମଗ୍ର ବିଶ୍ୱ ପାଇଁ ଏହା ସବୁଠାରୁ ରୋମାଞ୍ଚକର କଥା କାମ୍ବୋଡିଆରେ ଏହି ପ୍ରକାରର ବିରଳ ତଥା ଗୁରୁତ୍ୱପୂର୍ଣ୍ଣ ପ୍ରଜାତି ତଲାସି ଜାରି ରହିଛି। ସେ କହିଛନ୍ତି, ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ସରକାରଙ୍କ ଉଦ୍ୟମର ଏହା ଏକ ସକରାତ୍ମକ ଫଳାଫଳ। ଏହି ପ୍ରଜାତି ପ୍ରଥମେ ୧୯୯୪ରେ ଭିଏତନାମ ଏବଂ ଲାଓସର ଜଙ୍ଗଲରେ ମିଳିଥିଲା। କିଛି ବର୍ଷ ପୂର୍ବରୁ ଏହି ଜଙ୍ଗଲ ନଷ୍ଟ ଓ ବେଆଇନ ଭାବେ କଟା ଯାଉଥିବା ବେଳେ ଏବେ ସ୍ଥିତିରେ ସୁଧାର ଆସିଛି। ଏହି ପାର୍କ ବନ୍ୟଜନ୍ତୁଙ୍କ ପାଇଁ ଏକ ସୁରକ୍ଷିତ ସ୍ଥାନ ପାଲଟିଛି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories