www.samajalive.in
Sunday, December 7, 2025
23.1 C
Bhubaneswar

ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଵୁର୍ଲା  : ସମ୍ବଲପୁର ଜିଲା ବୁର୍ଲା ମିର୍ଧା ପଡା ନିକଟରେ ବିଲ ଭିତରେ ଥିବା ଗଛରୁ ଜଣେ ଯୁବକଙ୍କ ସନ୍ଦେହଜନକ ଓ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଥିବା ରବିବାର ଜଣାପଡ଼ିଛି। ଯୁବକ ଜଣଙ୍କ ହେଲେ ଅନିରୁଦ୍ଧ ପଞ୍ଚଵିହାର(୩୨)। ଚାରି ଘଣ୍ଟା ବିତି ଯାଇଥିଲେ ମଧ୍ୟ ପୁଲିସ ଘଟଣା ସ୍ଥଳରେ ନ ପହଂଚିବାରୁ ଉତ୍ୟକ୍ତ ଲୋକଙ୍କ ଦ୍ୱାରା ସମ୍ବଲପୁର ବିଶ୍ୱବିଦ୍ୟାଳୟ ମୁଖ୍ୟରାସ୍ତା ଅବରୋଧ କରାଯାଇଥିଲା।  ଏହାପରେ ପୁଲିସ ପହଞ୍ଚି ଵୁଝାସୁଝା କରିବା ପରେ ରାସ୍ତା ରୋକ ହଟିଥିଲା।

ସୂଚନା ଯୋଗ୍ୟ, ମିର୍ଧା ପଡାର ଜମି ମଧ୍ୟରୁ ଅନିରୁଦ୍ଧଙ୍କ ଝୁଲନ୍ତା ମୃତ ଦେହକୁ ଠାବ କରାଯାଇଥିଲା। ତେବେ ପରିବାରବର୍ଗ  ଅନିରୁଦ୍ଧକୁ ପୁର୍ଵ ଶତୃତାକୁ ନେଇ ସୁପରିକଳ୍ପିତ ହତ୍ୟା କରାଯାଇ ଥିବା ଅଭିଯୋଗ ଆଣିଥିଲେ। ସେପଟେ ଶଵକୁ ଘୋଷାଡି ଆଣିବା ଚିହ୍ନ ଦେଖିଵାକୁ ମିଳିଛି। ପୁଲିସ ଶଵକୁ ଜଵତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories