www.samajalive.in
Saturday, December 6, 2025
14.1 C
Bhubaneswar

ବୁର୍ଲା ସହରରେ ପୁଣି ଚୋରୀ, ମାଲବାହି ଅଟୋର କାଚଭାଙ୍ଗି ଲୁଟିନେଲେ ସାମଗ୍ରୀ

ବୁର୍ଲା : ପୁଣି ଶିକ୍ଷାନଗରୀ ବୁର୍ଲା ସହରରେ ଆସାମାଜିକ ତତ୍ୱଙ୍କ ଆତଙ୍କ ଦେଖିବାକୁ ମିଳିଲାଣି। କେତେବେଳେ ଲୁଟ ତ କେତେବେଳେ ଦୋକାନ ଭାଙ୍ଗି ସିରିଜ ଚୋରୀ। ଗତକାଲି ରାତିରେ ପୁଣି ବୁର୍ଲା ବୋର୍ଡ କଲୋନୀରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି। ତେବେ ପ୍ରତିଦିନ ସହରର ବିଭିନ୍ନ ସ୍ଥାନରେ ଚୋରି ହେଉଥିବା ବେଳେ ସହରରେ ଆଇନ ଶୃଙ୍ଖଳା ପରିସ୍ଥିତି କିଭଳି ରହିଛି ତାହା ସ୍ପଷ୍ଟ ଜଣାପଡୁଛି। ଗତକାଲି ରାତିରେ ବୋର୍ଡ କଲୋନିରେ ରହୁଥିବା ଠିକାଦାର ସୁଶାନ୍ତ କୁମାର ଜେନା ତାଙ୍କ ମାଲବାହୀ ଅଟୋକୁ ନିଜ ଘର ସମ୍ମୂଖରେ ରଖିଥିଲେ।

ବିଳମ୍ବିତ ରାତିରେ କିଛି ଦୂର୍ବୁତ୍ତ ଆସି ଉକ୍ତ ଅଟୋର କାଚ ଭାଙ୍ଗି ଅଟୋ ମଧ୍ୟରେ ଥିବା ବ୍ୟାଟେରି, ୫ ଲିଟର ଡିଜେଲ ଏବଂ କିଛି ଗୁରୁତ୍ୱ ପୂର୍ଣ୍ଣ କାଗଜ ପତ୍ର ନେଇ ଯାଇଥିଲେ। ତେବେ ବୋର୍ଡ କଲୋନୀରେ ଏଭଳି ବାରମ୍ବାର ଚୋରୀ ହେଉଥିଲେ ହେଁ ପୁଲିସ ଠାରେ ଯେତେ ଅଭିଯୋଗ କଲେ ମଧ୍ୟ ପୁଲିସ ଚୋର ମାନଙ୍କୁ ଠାବ କରିବାରେ ଅସଫଳ ହେଉଛି। ଶିକ୍ଷାନଗରୀ ବୁର୍ଲା ସହର ଧିରେ ଧିରେ ଅସୁରକ୍ଷିତ ହୋଇ ପଡ଼ିଲାଣି। ଆଜି ଏଥିପାଇଁ ବୁର୍ଲା ଥାନାକୁ ସ୍ତାନିୟ ବାସୀନ୍ଦା ଆସି ଏହି ଚୋରି ଉପରେ ଅଙ୍କୁଶ ଲଗାଇବା ଏବଂ ଚୋରଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି। ତେବେ ଆଜିର ଏହି ଦାବିପତ୍ର ଦେବା ସମୟରେ ଠିକାଦାର ସୁଶାନ୍ତ କୁମାର ଜେନା, ଚଣ୍ଡି ପ୍ରକାଶ ଦାସ, ପ୍ରଭାସ ପୃଷେଠଙ୍କ ସମେତ ଏକାଧିକ ସ୍ଥାନୀୟ ବାସିନ୍ଦା ଉପସ୍ଥିତି ରହିଥିଲେ। ତେବେ ଏଭଳି ଅସାମାଜିକ ତତ୍ୱଙ୍କ ମେଳି ବୁର୍ଲା ସହରକୁ ଅଶାନ୍ତ କରିଦେବା ସହିତ ସୁରକ୍ଷା ବ୍ୟବସ୍ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories