ବୌଦ୍ଧ: ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥର ଜମଟାଙ୍ଗି ଛକ ନିକଟରେ ଗତକାଲି ବିଳମ୍ବିତ ରାତ୍ରିରେ ଏକ ପିକଅପ ଭ୍ୟାନ ବାଇକକୁ ଧକ୍କା ଦେବା ଫଳରେ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାଯାଇଛି। ମିଳିଥିବା ସୂଚନା ମୁତାବକ, ସୁବର୍ଣ୍ଣପୁର ପଟରୁ ଆସୁଥିବା ଏକ ପିକଅପ ଜମଟାଙ୍ଗୀ ଛକଠାରେ ବିନା ଇଣ୍ଡିକେଟରରେ ଗ୍ରାମ ଭିତରକୁ ବୁଲାଇଦେବା ଫଳରେ ବିପରୀତ ଦିଗ ବୌଦ୍ଧ ପଟରୁ ଏକ ବାଇକରେ ଫେରୁଥିବା ବାଉଁଶୁଣୀ ଗଡଭିତର ଗ୍ରାମର ଧୀରେନ ନାଏକଙ୍କୁ ଧକ୍କା ଦେଇଥିଲା। ଫଳରେ ବାଇକ୍ ଆରୋହୀ ଧିରେନ ଗୁରୁତର ଆହତ ହୋଇଥିଲେ। ସୁବର୍ଣ୍ଣପୁରରୁ ରୋଗୀ ଛାଡି ସେହି ରାସ୍ତାରେ ଫେରୁଥିବା ୧୦୮ ଆମ୍ବୁଲାନସରେ ତାଙ୍କୁ ତୁରନ୍ତ ବାଉଁଶୁଣୀ ଚିକିତ୍ସାଳୟ ପହଞ୍ଚାଯାଇଥିଲା। କିନ୍ତୁ ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ସୁବର୍ଣ୍ଣପୁର ଚିକିତ୍ସାଳୟ ଓ ପରେ ବୁର୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି।
Popular Categories



