www.samajalive.in
Saturday, December 6, 2025
14.1 C
Bhubaneswar

ରାଜ୍ୟରେ ସୁସ୍ଥ ହେଲେ ଆଉ ୧୩୪୬ ସଂକ୍ରମିତ, ୩ ଲକ୍ଷ ନିକଟତର ମୋଟ୍ ସୁସ୍ଥ ସଂଖ୍ୟା

ଭୁବନେଶ୍ଵର : ରାଜ୍ୟରେ କମୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ କିଛି ଦିନ ମଧ୍ୟରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏକ ହଜାର ତଳକୁ ରହୁଥିବା ଦେଖିବାକୁ ମିଳୁଛି। ଏହାରି ମଧ୍ୟରେ ଆଜି ଆଉ ୧୩୪୬ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ରାଜ୍ୟର ମୋଟ୍‌ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ୯୭ ହଜାର ୮୬୨କୁ ବୃଦ୍ଧି ଘଟିଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ କରି ସୂଚନା ଦେଇଛି।


ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଅନୁସାରେ ଆଜି ଖୋର୍ଦ୍ଧା ଜିଲାରୁ ୨୬୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ ଜିଲାରୁ ୧୨୬ ଜଣ, କଟକରୁ  ୧୧୦ ଜଣ, ଅନୁଗୁଳ, ବଲାଙ୍ଗୀର ରୁ ୬୫ ଜଣ ଲେଖାଏଁ, ପୁରୀରୁ ୬୩ ଜଣ, ଜଗତସିଂହପୁରରୁ  ୫୯ ଜଣ, କେନ୍ଦ୍ରାପଡ଼ାରୁ  ୫୪ ଜଣ, ନୂଆପଡ଼ାରୁ  ୫୩ ଜଣ, ବରଗଡ଼ରୁ  ୪୯ ଜଣ, କେନ୍ଦୁଝରରୁ  ୪୫ ଜଣ, ସମ୍ବଲପୁରରୁ  ୩୮ ଜଣ, ମୟୂରଭଂଜରୁ  ୩୫ ଜଣ, କଳାହାଣ୍ଡି, ବାଲେଶ୍ୱରରୁ  ୩୪ ଜଣ ଲେଖାଏଁ ଓ ନୟାଗଡ଼ରୁ  ୩୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

- Advertisement -


ସେହିପରି ଯାଜପୁରରୁ ୩୪, କଳାହାଣ୍ଡିରୁ ୩୪, ନୟାଗଡରୁ ୩୧, ଭଦ୍ରକରୁ ୨୮, ଢେଙ୍କାନାଳରୁ ୧୬, କୋରାପୁଟରୁ ୧୬, ଝାରସୁଗୁଡାରୁ ୧୫, ମାଲକାନଗିରିରୁ ୧୫, ନବରଙ୍ଗପୁରରୁ ୧୫, ଗଞ୍ଜାମରୁ ୧୪, ସୋନପୁରରୁ ୧୧, କନ୍ଧମାଳରୁ ୯, ଗଜପତିରୁ ୬, ରାୟଗଡାରୁ ୬, ଦେବଗଡରୁ ୩ ଓ ବୌଦ୍ଧରୁ ୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories