www.samajalive.in
Saturday, December 6, 2025
14.1 C
Bhubaneswar

ଚାରିମାସର ଆଗୁଆ ଦରମା ଆବଶ୍ୟକତା ନାହିଁ : ଗରିବଙ୍କ ଖର୍ଚ୍ଚରେ ବିନିଯୋଗ କରାଯାଉ , ବୁର୍ଲା ଭିମସାରର ଡ଼ାକ୍ତରଙ୍କ ଦାବି

ବୁର୍ଲା : କରୋନା ସଂକ୍ରମଣ ସାରା ବିଶ୍ୱକୁ କବଳିତ କରି ରଖିଥିବା ବେଳେ ଭାରତ ମଧ୍ୟ କରୋନା ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛି । ଏପରି ସ୍ଥିତିରେ ରାଜ୍ୟରେ ସମସ୍ତ ଡାକ୍ତର, ସେବିକା, ଫାର୍ମାସିଷ୍ଟ ଓ ସ୍ୱାସ୍ଥ୍ୟ ସେବାରେ ନିୟୋଜିତ ସମସ୍ତ କର୍ମଚାରୀଙ୍କୁ ଚାରି ମାସର ଆଗୁଆ ଦରମା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଘୋଷଣା ହୋଇଥିଲା। ତେବେ ଏହି ଆଗୁଆ ଦରମା ଟଙ୍କାକୁ ଗରିବଙ୍କ ହିତ ପାଇଁ ଖର୍ଚ୍ଚ କରାଯାଉ ବୋଲି ବୁର୍ଲା ଭିମସାରର ୨୪ ଜଣ ଡାକ୍ତରଙ୍କ ପକ୍ଷରୁ କୁହାଯାଇଛି।

ଭିମସାରର ଏହି ଡ଼ାକ୍ତର ମାନେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି ଯେ, ଯେଉଁ ଦରମା ଆଗୁଆ ଭାବେ ମିଳିବାର ଅଛି ତାହା ନ ଦେଇ ସେହି ଟଙ୍କାକୁ ଗରିବଙ୍କ ହିତ ପାଇଁ ଖର୍ଚ୍ଚ କରାଯାଉ । କରୋନା ମୁକାବିଳା ପାଇଁ ନିଜକୁ ସୁରକ୍ଷିତ ରଖିବା ସହିତ ରୋଗୀଙ୍କୁ ଚିକିତ୍ସା କରିବା ପାଇଁ ପର୍ଯ୍ୟାପ୍ତ ପରିମାଣରେ ଉପକରଣ ଯୋଗାଇ ଦିଆଯାଉ ବୋଲି ଡାକ୍ତର ମାନେ ଦାବି କରିଛନ୍ତି। ଡାକ୍ତରଙ୍କ ଏଭଳି ବଦାନ୍ୟତା ଯୋଗୁଁ ସାଧାରଣରେ ପ୍ରଶଂସା କରାଯାଇଛି। ତେବେ ଆଜି ଭିମସାର ବରିଷ୍ଠ ଆବାସିକ ଡାକ୍ତର ଡାକ୍ତର ଶଙ୍କର ରାମଚନ୍ଦାନୀଙ୍କ ନେତୃତ୍ୱରେ ଡାକ୍ତର ରାଜେଶ କୁମାର ମେହେର, ଡ଼ାକ୍ତର ଜିତେନ୍ଦ୍ର କୁମାର ପାଣିଗ୍ରାହୀ, ଡ଼ାକ୍ତର ବଲଦେବ ପ୍ରସାଦ କର, ଡ଼ାକ୍ତର ରାଜିନ କୁମାର ମେହେର, ଡ଼ାକ୍ତର ସୁମନ କୁମାର ସା, ବିସି ନାୟକ, ଦିବ୍ୟ ସୌରଭ ସାହୁ, ତରଣିସେନ ସେଠି, ମାରିଆନୁସ ଓ ଅନିଲ କୁମାରଙ୍କ ସମେତ ୨୪ ଜଣ ଡ଼ାକ୍ତର ଭିମସାର ହସପିଟାଲର ଅଧିକ୍ଷକ ପ୍ରଫେସର ଜୟଶ୍ରୀ ଦୋରାଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରେରଣ କରିଥିବା ଡ଼ାକ୍ତରଙ୍କ ସୁତ୍ରରୁ ପ୍ରକାଶ ପାଇଛି। ତେବେ ଏହି ତାଲିକାରେ ଆଗକୁ ଆହୁରି ଅନେକ ଡାକ୍ତର ସାମିଲ ହୋଇପାରନ୍ତି ବୋଲି ଡାକ୍ତର ଶଙ୍କର ରାମନ୍ଦାନୀ ଆଶାପ୍ରକଟ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories