www.samajalive.in
Friday, December 5, 2025
26.1 C
Bhubaneswar

କରୋନା ବିରୋଧୀ ଯୁଦ୍ଧରେ ସାମିଲ ହେଲେ ରୋହିତ

ମୁମ୍ବଇ: ସାରା ବିଶ୍ଵରେ ମହାମାରୀ ରୂପ ନେଇଥିବା କରୋନା ଭୂତାଣୁ ବିରୋଧରେ ଭାରତ ଲଢ଼େଇ ଜାରି ରଖିଛି। ଏଥିପାଇଁ କେନ୍ଦ୍ର ସରକାର ବିଭିନ୍ନ ବର୍ଗର ଲୋକଙ୍କଠାରୁ ସହାୟତା ଲୋଡିଛନ୍ତି। କରୋନା ବିରୋଧୀ ଏହି ଯୁଦ୍ଧରେ ସମସ୍ତେ ଯୋଗଦେବାକୁ ସରକାର ଅନୁରୋଧ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଭାରତୀୟ କ୍ରିକେଟ ଦଳର ଉପଅଧିନାୟକ ତଥା ହିଟ୍‌ମ୍ୟାନ ଭାବେ ଜଣାଶୁଣା ରୋହିତ ଶର୍ମା ଯୋଗଦାନ କରିଛନ୍ତି।

ସେ ମଙ୍ଗଳବାର ସୋସିଆଲ ମିଡିଆରେ ଏକ ଟ୍ବିଟ୍‌ କରି କହିଛନ୍ତି, ଆମ ଦେଶ ପୁଣି ଥରେ ନିଜ ଗୋଡ଼ରେ ଛିଡ଼ା ହେବା ଜରୁରୀ ଏବଂ ଏସବୁ ଦାୟିତ୍ଵ ଆମ ଉପରେ ରହିଛି। ମୁଁ ପିଏମ କେୟାର ଫଣ୍ଡକୁ ୪୫ ଲକ୍ଷ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୨୫ ଲକ୍ଷ, ଫିଡିଂ ଇଣ୍ଡିଆକୁ ୫ ଲକ୍ଷ ଏବଂ ୱେଲଫେୟାର ଅଫ ଷ୍ଟ୍ରେ ଡଗ୍‌ସଙ୍କୁ ୫ ଲକ୍ଷ ଟଙ୍କା ଦାନ କରିବାକୁ ନିଷ୍ପତ୍ତି ନେଇଛି। ଏହିପରି ଭାବରେ ରୋହିତ ୮୦ ଲକ୍ଷ ଟଙ୍କା ଦାନ କରିବେ ବୋଲି ଘୋଷଣା କରିଛନ୍ତି।

- Advertisement -

ଏହା ପୂର୍ବରୁ ଗତ ସୋମବାର ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅଭିନେତ୍ରୀ ଅନୁଷ୍କା ଶର୍ମା ଆର୍ଥିକ ସହାୟତା କରିବା ନେଇ ଟ୍ବିଟ୍‌ କରିଥିଲେ। ସେହିପରି ସୁରେଶ ରାଇନା ୫୨ ଲକ୍ଷ, ସଚିନ ତେନ୍ଦୁଲକର ୫୦ ଲକ୍ଷ, ପି. ଭି. ସିନ୍ଧୁ ୧୦ ଲକ୍ଷ, ଆଜିଙ୍କ୍ୟ ରାହାଣେ ୧୦ ଲକ୍ଷ ଟଙ୍କା ଦେବାକୁ ପ୍ରକାଶ କରିଥିବାବେଳେ ସୌରଭ ଗାଙ୍ଗୁଲି ଗରିବଙ୍କୁ ୫୦ ଲକ୍ଷ ଟଙ୍କାର ଚାଉଳ ଦେବାକୁ ଘୋଷଣା କରିଥିଲେ।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories