www.samajalive.in
Saturday, December 6, 2025
23.1 C
Bhubaneswar

ବଳଦର ଦାମ୍ ୩୫ ଲକ୍ଷ ଟଙ୍କା!

ମହାରାଷ୍ଟ୍ରର ସାଂଘଲୀରେ ଆୟୋଜିତ ହେଉଥିବା ବଳଦ ଦୌଡ଼ ପ୍ରତିଯୋଗିତାରେ ଦେଶର ବିଭିନ୍ନ ପ୍ରାନ୍ତରୁ ବଳଦ ଭାଗ ନେଇଥିଲେ। ସେଇ ପ୍ରତିଯୋଗିତାରେ ସମସ୍ତଙ୍କ ମୁହଁରେ ହଳେ ବଳଦ ହିରଣ୍ୟ-ସୋନିୟାଙ୍କ ପ୍ରଶଂସା ଶୁଣିବାକୁ ମିଳୁଥିଲା। କୋହ୍ଲାପୁର ନିବାସୀ ସନ୍ଦିପ-ସଚିନ୍ ହେଉଛନ୍ତି ଏଇ ବଳଦଙ୍କର ମାଲିକ। ପ୍ରତିଯୋଗିତାରେ ଅନ୍ୟ ୪୫ ବଳଦ ଯୋଡ଼ିଙ୍କୁ ପଛରେ ପକାଇ ହିରଣ୍ୟ-ସୋନିୟା ପ୍ରଥମ ହୋଇଥିଲେ। ପୁରସ୍କାର ରାଶିରେ ସେମାନଙ୍କୁ ମିଳିଛି ୧ଲକ୍ଷ ଟଙ୍କା। ମଜାର କଥା ହେଉଛି, ଏହି ହଳେ ବଳଦର ଦାମ୍ ପୁରସ୍କାର ରାଶିଠାରୁ ଯଥେଷ୍ଟ ଅଧିକ।

ପ୍ରତିବର୍ଷ ପ୍ରତିଯୋଗିତାରେ ପ୍ରଥମ ହେଉଥିବା ବଳଦ ଯୋଡ଼ିଙ୍କର ଦାମ୍ ବଢ଼ିଚାଲେ ବୋଲି ଆୟୋଜକ କହିଛନ୍ତି। ୪ ବର୍ଷ ତଳେ ହିରଣ୍ୟ ବଳଦର ଦାମ୍ ୨୫ ଲକ୍ଷ ଟଙ୍କା ଥିଲା, ଏ ବର୍ଷ ବଳଦର ଦାମ୍ ୩୫ ଲକ୍ଷ ଟଙ୍କାରେ ମୂଲଚାଲ ହୋଇଥିବାର ଜଣାପଡ଼ିଛି। ବଳଦର ମାଲିକ ସନ୍ଦିପ୍ କହିଛନ୍ତି, ମାତ୍ର ୬ଲକ୍ଷ ଟଙ୍କାରେ ସେମାନେ ହିରଣ୍ୟକୁ କିଣିଥିଲେ। ୪୧ଟି ପ୍ରତିଯୋଗିତା ଜିତିଥିବା ହିରଣ୍ୟ ବଳଦର ଦାମ୍ ଆଉ ଦିନ କେଇଟାରେ ବୋଲି ୫୦-୬୦ ଲକ୍ଷ ଟଙ୍କାରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି। ହେଲେ ସେମାନେ ତାଙ୍କ ପ୍ରିୟ ବଳଦକୁ ବିକ୍ରି କରିବେନି ବୋଲି ସ୍ଥିର କରିଛନ୍ତି। ଭାରି ଯତ୍ନରେ ଏଇ ବଳଦ ଯୋଡ଼ିକୁ ମାଲିକ ରଖିଛନ୍ତି। ସକାଳବେଳା ୨ଲିଟର ଗାଈ ଖିର ଓ ୨ଲିଟର ମଈଁଷି ଖିର ସେମାନଙ୍କୁ ପିଇବାକୁ ଦିଆଯାଏ। ଏହି ଖିର ସହିତ ଅନ୍ୟାନ୍ୟ ଖାଦ୍ୟଦ୍ରବ୍ୟ ମଧ୍ୟ ଦୁଇ ବଳଦଙ୍କୁ ଦିଆଯାଉଥିବାର କହିଛନ୍ତି ସନ୍ଦିପ। ଦୌଡ଼ ପ୍ରତିଯୋଗିତା ପୂର୍ବରୁ ବଳଦଙ୍କୁ କିଛି ଖାଇବାକୁ ଦିଆଯାଏନି। କାରଣ ଖାଦ୍ୟ ଭର୍ତ୍ତି ପେଟରେ ସେମାନେ ଦୌଡ଼ି ପାରନ୍ତିନାହିଁ। ଫେବୃଆରୀ ଶେଷ ବେଳକୁ ଅନ୍ୟ ଏକ ବଳଦ ପ୍ରତିଯୋଗିତା ହେବାକୁ ଯାଉଛି। ଏହା ପରେ ପୁଣି ବଳଦ ଯୋଡ଼ିଙ୍କ ଦାମ୍ ବଢ଼ିବ ବୋଲି ଆଶା କରାଯାଉଛି।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories