www.samajalive.in
Saturday, December 6, 2025
16.1 C
Bhubaneswar

ମଦ୍ୟପାନର କୁପରିଣତି: ସ୍ବାମୀର ଶିଳପୁଆ ମାଡ଼ରେ ସ୍ତ୍ରୀ ମୃତ

ବୁଗୁଡ଼ା: ବୁଗୁଡ଼ା ଏନ୍ଏସି ଅନ୍ତର୍ଗତ ଖଦାଳ ସାହିରେ ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି। ମଦ୍ୟପ ସ୍ବାମୀର ଶିଳପୁଆ ମାଡରେ ସ୍ତ୍ରୀର ମୃତ୍ୟୁ ହୋଇଛି। ପୁଲିସ ଅଭିଯୁକ୍ତ ସ୍ବାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି କ୍ଷ ଗିରଫ ଜଣକ ହେଲେ ଖଦାଳ ସାହିର କାଳିଆ ନାୟକ।
ପ୍ରକାଶ ଯେ, କାଳିଆ ସର୍ବଦା ତାହାର ସ୍ତ୍ରୀ ସୁଦେଷ୍ଣାକୁ ମଦ ଖାଇବା ପାଇଁ ଟଙ୍କା ମାଗୁଥିଲା କ୍ଷ ସୋମବାର ରାତି ପ୍ରାୟ ୧୦ଟା ସମୟରେ କାଳିଆ ମଦ ଖାଇ ସ୍ତ୍ରୀ ସହ ଯୁକ୍ତିତର୍କ ଓ ଗଣ୍ଡଗୋଳ କରିଥିଲା। ନିଶାସକ୍ତ ଅବସ୍ଥାରେ ଛାତ ଉପରେ ଛିଡା ହୋଇଥିବା କାଳିଆ ଏକ ଶିଳପୁଆକୁ ତଳେ ଛିଡା ହୋଇଥିବା ସ୍ତ୍ରୀ ଉପରକୁ ଫୋପାଡି ଦେଇଥିଲା କ୍ଷ ସୁଦେଷ୍ଣାଙ୍କ ମୁଣ୍ଡରେ ଶିଳପୁଆ ବାଜିବାରୁ ସେ ରକ୍ତାକ୍ତ ହୋଇଯାଇଥିଲେ କ୍ଷ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପରିବାର ଲୋକେ ତାଙ୍କୁ ବୁଗୁଡ଼ା ମେଡିକାଲକୁ ଆଣିଥିଲେ କ୍ଷ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା କ୍ଷ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ କ୍ଷ ଏନେଇ ସୁଦେଷ୍ଣା ନାୟକଙ୍କ ବାପା ବୁଗୁଡ଼ା ଥାନାରେ ଅଭିଯୋଗ କରିବା ପରେ ପୁଲିସ କେସ୍ ନଂ ୩୦୨/୨୦ରେ ଏକ ମାମଲା ରୁଜୁ କରିବା ସହ କାଳିଆକୁ ଗରଫ କରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories