www.samajalive.in
Friday, December 5, 2025
26.1 C
Bhubaneswar

ପ୍ରଫେସର ଶଙ୍କର ପ୍ରସାଦ ପତିଙ୍କୁ ସମ୍ବର୍ଦ୍ଧନା

ସମ୍ବଲପୁର: ସମ୍ବଲପୁରର ଜଣାଶୁଣା ଶିକ୍ଷାବିତ ତଥା ସମାଜସେବୀ ପ୍ରଫେସର ଶଙ୍କର ପ୍ରସାଦ ପତିଙ୍କୁ ଓଡିଶା ବିଜ୍ଞାନ ଏକାଡେମୀ ତରଫରୁ ଜୀବନବ୍ୟାପି ବୈଜ୍ଞାନିକ ଭାବରେ ଅବଦାନ ପାଇଁ ସମ୍ବର୍ଦ୍ଧନା ଦିଆଯାଇଛି। ବରିଷ୍ଠ ବୈଜ୍ଞାନିକ ଭାବରେ ପ୍ର. ପତିଙ୍କୁ ଏହି ସମ୍ମାନ ଏକ ୱେବ ମିଟ ଜରିଆରେ ମଙ୍ଗଳବାର ପ୍ରଦାନ କରାଯାଇଛି। ଓଡିଶା ସରକାରଙ୍କ ଭୂବନେଶ୍ୱର ସ୍ଥିତ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର ଏକ ଅଙ୍ଗ ‘ବିଜ୍ଞାନ ଏକାଡେମୀ’ ଦ୍ୱାରା ଏହା ପ୍ରଦାନ କରାଯାଇଛି। ବିଜ୍ଞାନ ଏକାଡେମୀର ସଭାପତି ପ୍ର. ପି.ସି. ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହି ସମ୍ମାନ ପ୍ର. ପତିଙ୍କୁ ପ୍ରଦାନ କରିଛନ୍ତି। ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ସଚିବ ସନ୍ତୋଷ କୁମାର ଷଡଙ୍ଗୀ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ ଯେ, ପୂର୍ବରୁ ପ୍ର. ପତି ଓଡିଶା ବିଜ୍ଞାନ ଏକାଡେମୀର ମର୍ଯ୍ୟାଦାପୂର୍ଣ୍ଣ ସସାମନ୍ତ ଚନ୍ଦ୍ର ଶେଖର ସମ୍ମାନ ୧୯୯୭ ମସିହାରେ ପାଇଛନ୍ତି। ପ୍ର. ପତି ଏହି ସମ୍ମାନ ପାଇବା ପରେ ସମ୍ବଲପୁରର ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କଠାରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି। ମିଶନ ଭିଏସଏସ ଇମସାର ତରଫରୁ ଡ. ରାଜକୁମାର ବଡପଣ୍ଡା, ଶିକ୍ଷାବିତ ଭକ୍ତ ପ୍ରସାଦ ନନ୍ଦ, ଗୋଲକ ବିହାରୀ ମିଶ୍ର ଓ ସପନ ମିଶ୍ର ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories