୧୮ ବର୍ଷ ପରେ ବୁଧ-ରାହୁଙ୍କ ଯୋଗ ; ଏହି ରାଶି ରୁହନ୍ତୁ ସତର୍କ..

ନଅଟି ଗ୍ରହ ସମୟ ଅନୁଯାୟୀ ରାଶି ପରିବର୍ତ୍ତନ କରିଥାଆନ୍ତି। ଗ୍ରହଙ୍କ ଏହି ପରିବର୍ତ୍ତନ ରାଶି ଉପରେ ଉଭୟ ଶୁଭ ଓ ଅଶୁଭ ପ୍ରଭାବ ପକାଇଥାଏ। ଏହା ମଧ୍ୟରେ ମାର୍ଚ୍ଚ ୭ରେ ଗ୍ରହଙ୍କ ରାଜକୁମାର ବୁଧ ନିଜର ନୀଚ୍ଚ ରାଶି ମୀନ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି। ଏଠାରେ ପୂର୍ବରୁ ରାହୁ ଗ୍ରହ ରହିଛନ୍ତି। ଫଳରେ ଏକ ପ୍ରକାର ବିଶେଷ ଯୋଗ  (Jadatav Yog) ସୃଷ୍ଟି ହେବାକୁ ଯାଉଛି। ଏହାର ପ୍ରଭାବ ସମସ୍ତ ୧୨ ରାଶି ଉପରେ ପଡିବ। ଏହା ମଧ୍ୟରେ ୩ଟି ରାଶିଙ୍କ ପାଇଁ ପ୍ରଭାବ ଅଧିକ ରହିବା ସହ ପରିସ୍ଥିତି ଜଟିଳ ରହିବ।

ମାର୍ଚ୍ଚ ୭ରୁ ବୁଧ ଓ ରାହୁଙ୍କ ଯୋଗ ଫଳରେ ମିଥୁନ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପ୍ରଭାବ ରହିବ। ଏହି ରାଶିର ବ୍ୟକ୍ତି ବିଶେଷ ନିଜ ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ରଖିବା ଉଚିତ୍‌‌। ବ୍ୟବସାୟରେ ଉତ୍ଥାନ ପତନ ଦେଖାଦେବ। ଧନହାନୀ ସମ୍ଭାବନା ରହିଛି। ଘରେ ପରିବାର ସଦସ୍ୟଙ୍କ ସହ କଳହ ହୋଇପାରେ। ଯେକୌଣସି କାମ କରିବେ ସେଥିପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍‌‌।

ବୁଧ ଓ ରାହୁଙ୍କ ଯୋଗ କାରଣରୁ ସିଂହ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ମଧ୍ୟ ପ୍ରଭାବ ପଡିବ। ଧନହାନୀର ସମ୍ଭାବନା ରହିଛି। ଚିନ୍ତା କାରଣରୁ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ। ସମ୍ପର୍କରେ ମଧ୍ୟ ପ୍ରଭାବ ପଡିବାର ସମ୍ଭାବନା ରହିଛି। ବ୍ୟସାୟରେ ଜଡିତ ଥିବା ବ୍ୟକ୍ତିବିଶେଷ ଭୁଲ୍‌‌ରେ ମଧ୍ୟ ବଡ ଧରଣର ଟଙ୍କା ବିନିଯୋଗ କରନ୍ତୁ ନାହିଁ। ଯାନବାହନ ଚଳାଚଳ ସମୟରେ ଧ୍ୟାନ ରଖନ୍ତୁ।

କନ୍ୟା ରାଶିର ବ୍ୟକ୍ତିବିଶେଷ ମାର୍ଚ୍ଚ୭ ପରେ ଅଧିକ ସାବଧାନତା ଅବଲମ୍ବନ କରିବା ଉଚିତ୍‌‌। ଶାନ୍ତ ରହିବା ଜରୁରୀ। କନ୍ୟା ରାଶି ବ୍ୟକ୍ତିବିଶେଷଙ୍କ ଜାତକରେ ଏହି ଯୋଗ ଫଳରେ ବୈବାହିକ ଜୀବନରେ ସମସ୍ୟା ଦେଖା ଦେଇପାରେ। ବ୍ୟବସାୟରେ ଉତ୍ଥାନ ପତନ ଦେଖାଦେଇପାରେ। ଚାକିରି କ୍ଷେତ୍ରରେ ସମସ୍ୟା ଦେଖା ଦେଇପାରେ। ସ୍ୱାସ୍ଥ୍ୟ ଜନିତ ସମସ୍ୟା ମଧ୍ୟ ଦେଖା ଦେଇପାରେ।

Comments are closed.