www.samajalive.in
Saturday, December 6, 2025
26.1 C
Bhubaneswar

ଜାଣନ୍ତୁ ଆକାଶ, ଅନନ୍ତ ଏବଂ ଇଶା ଅମ୍ବାନୀଙ୍କ ମଧ୍ୟରୁ କାହା ପାଖରେ ରହିଛି ସବୁଠାରୁ ଦାମୀ ଜିନିଷ

ସମାଜ ଡିଜିଟାଲ ଡେସ୍କ: ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ୍‍ ମୁକେଶ ଅମ୍ବାନୀ ପୃଥିବୀର ସମସ୍ତ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ଅନ୍ୟତମ । ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅବାନୀ ଓ ରାଧିକା ମର୍ଚାଣ୍ଟ ପ୍ରାକ୍‍ ବିବାହ ଉତ୍ସବ ହେବ ଚର୍ଚ୍ଚାରେ ରହିଆସିଛି । ଏସବୁ ଭିତରେ ଅମ୍ବାନୀ ପରିବାରର ଅନେକ ଗୁଡିରେ ଖବର ସାମ୍ନାକୁ ଆସୁଛି । ତେବେ ଚାଲନ୍ତୁ ଜାଣିବା ଅମ୍ବାନୀଙ୍କ ଦୁଇ ପୁଅ ଆକାଶ, ଅନନ୍ତ ଏବଂ ଝିଅ ଇଶା କାହା ପାଖରେ ସବୁଠାରୁ ଦାମୀ ଜିନିଷ କଣ ରହିଛି । ଯାହା ବିଷୟରେ ଜଣେ ସାଧାରଣ ଲୋକ ଚିନ୍ତା ମଧ୍ୟ କରିପାରିନଥାଏ ।
ଇଶା ଅମ୍ବାନୀ: ୱର୍ଲି ବିଚରେ ଇଶା ଅମ୍ବାନୀଙ୍କର ଏକ ବିଳାସପୂର୍ଣ୍ଣ ମହଲ ରହିଛି । ମହଲରୁ ସମୁଦ୍ରର ଦୃଶ୍ୟ ଖୁବ ସୁନ୍ଦର ଲାଗିଥାଏ । ଏହି ମହଲର ମୂଲ୍ୟ ୪୫୨କୋଟିରୁ ଅଧିକ ବୋଲି କୁହାଯାଉଛି । ଇଶା ଆନନ୍ଦ ପିରାମଲଙ୍କୁ ବିବାହ କରିଛନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଇଶା ନିଜ ବିବାହରେ ପିନ୍ଧିଥିବା ଶାଢୀର ମୂଲ୍ୟ ୯୦କୋଟିରୁ ଅଧିକ ଥିଲା । ଉଭୟଙ୍କର ମର୍ସିଡିଜ୍‍ ବେଞ୍ଜ ଏସ୍‍-କ୍ଲାସ୍‍ ଗାର୍ଡ କାର ଅଛି । ଏହି କାରର ମୂଲ୍ୟ ୧୦କୋଟି ହେବ । ଇଶା ଅମ୍ବାନୀଙ୍କ ପାଖରେ ୪କୋଟି ଟଙ୍କାର ଏକ ବେଣ୍ଟଲି ବେଣ୍ଟାଏଗା କାର ମଧ୍ୟ ରହିଛି । ଏହାସହିତ ଇଶାଙ୍କ ପାଖରେ ୧୬୫କୋଟି ଟଙ୍କା ମୂଲ୍ୟର ଏକ ସ୍ୱତନ୍ତ୍ର ହୀରା ହାର ଥିବା କୁହାଯାଉଛି ।
ଆକାଶ ଅମ୍ବାନୀ: ମୁକେଶ ଅମ୍ବାନୀଙ୍କ ବଡ ପୁଅ ଆକାଶଙ୍କ ପାଖରେ ଅନେକ ଗୁଡିଏ ବିଳାସପୂର୍ଣ୍ଣ କାର ରହିଛି । ଯାହାର ମୂଲ୍ୟ ୬୦ରୁ ୭୦ଲକ୍ଷ ମଧ୍ୟରେ ଏବଂ ମର୍ସିଡିଜ୍‍ ବେଞ୍ଜ୍‍ ମୂଲ୍ୟ ୧.୮ରୁ ୪କୋଟି ହେବ । ବର୍ତ୍ତମାନ ଆକାଶ ତାଙ୍କ ପତ୍ନୀ ଶ୍ଲୋକା ମେହେଟ୍ଟା ଏବଂ ପରିବାର ସହିତ ଏଣ୍ଟିଲିଆରେ ଥିବା ୧୫୦୦୦ କୋଟି ଟଙ୍କ ମୂଲ୍ୟର ସବୁଠାରୁ ଦାମୀ ବାସଭବନରେ ରହୁଛନ୍ତି ।
ଅନନ୍ତ ଅମ୍ବାନୀ: ଦୁବାଇରେ ଅନନ୍ତ ଅମ୍ବାନୀଙ୍କର ସବୁଠାରୁ ମହଙ୍ଗା ଘର ରହିଛି । ଏହି ଘର ସମୁଦ୍ର କୂଳ ନିକଟରେ ଅଛି । ଅନନ୍ତଙ୍କ ଫାରେ ବୁଲେଟ ପ୍ରୁଫ୍‍ କାର ମଧ୍ୟ ରହିଛି । ଯାହାର ମୂଲ୍ୟ ୧.୪୨କୋଟି ହେବ । ଉଭୟ ଆକାଶ ଏବଂ ଅନନ୍ତଙ୍କ ପାଖରେ ରେଞ୍ଜ ରୋଭର ଭୋଗସ୍‍ ରହିଛି । ଏହାର ମୂଲ୍ୟ୨.୧କୋଟିରୁ ୪.୧୯କୋଟି ମଧ୍ୟରେ ହେବ ବୋଲି କୁହାଯାଉଛି । ଏହାସହିତ ଏକ ବିଏମଡବ୍ଲ୍ୟୁ ଆଇ-୮ ମଧ୍ୟ ରହିଛି । ଏହାର ମୂଲ୍ୟ ୨.୬୨କୋଟି ଟଙ୍କା ।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories