www.samajalive.in
Saturday, December 6, 2025
16.1 C
Bhubaneswar

ବଜେଟ୍‌ ୨୦୨୪-୨୫: ଯୁବବର୍ଗଙ୍କ ପାଇଁ ସ୍ଵତନ୍ତ୍ର ଇଣ୍ଟର୍ନସିପ୍ ପ୍ୟାକେଜ୍‌

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ସଂସଦରେ କେନ୍ଦ୍ରୀୟ ବଜେଟ୍‌ ୨୦୨୪-୨୫ ଉପସ୍ଥାପନ କରିଛନ୍ତି। ଏହି ବଜେଟ୍‌ରେ ସେ ଅନେକ ବଡ଼ ଘୋଷଣା କରିଛନ୍ତି। ସେଥି ମଧ୍ୟରୁ ଏକ ଗୁରୁତ୍ଵପୂର୍ଣ୍ଣ ଘୋଷଣା ହେଉଛି, ଯୁବବର୍ଗଙ୍କୁ ଇଣ୍ଟର୍ନସିପ୍ ପାଇଁ ଉତ୍ସାହିତ କରିବା ଏବଂ ସେମାନଙ୍କ ପାଇଁ ଇଣ୍ଟର୍ନସିପ୍ ସୁଯୋଗ ବଢାଇବା।

ନିର୍ମଳା ସୀତାରମଣ ବଜେଟ୍‌ରେ ଘୋଷଣା କରିଛନ୍ତି ଯେ, ମୋଦୀ ସରକାରଙ୍କ ପଞ୍ଚମ ନୂତନ ଯୋଜନା ଅଧୀନରେ ୫୦୦ ବଡ଼ କମ୍ପାନୀରେ ଇଣ୍ଟର୍ନସିପ୍‌କୁ ପ୍ରୋତ୍ସାହନ ଦିଆଯିବ। ସରକାରଙ୍କ ଇଣ୍ଟର୍ନସିପ୍ ଯୋଜନାରେ ୧ କୋଟି ଯୁବକ ଉପକୃତ ହେବେ। ପ୍ରଧାନମନ୍ତ୍ରୀ ମୋଦୀଙ୍କର ଯୁବବର୍ଗଙ୍କ ପାଇଁ ଏହା ସ୍ଵତନ୍ତ୍ର ଇଣ୍ଟର୍ନସିପ୍‌ ପ୍ୟାକେଜ୍‌। ଏହା ଅଧୀନରେ ଯୁବକମାନେ ୫୦୦ ବଡ଼ କମ୍ପାନୀରେ ଇଣ୍ଟର୍ନସିପ୍ କରିବାର ସୁଯୋଗ ପାଇବେ। ଏଥିସହ ପ୍ରତି ମାସରେ ୫୦୦୦ ଟଙ୍କା ଇଣ୍ଟର୍ନସିପ୍ ଭତ୍ତା ମଧ୍ୟ ପ୍ରଦାନ କରାଯିବ। ଏହା ସହିତ ଯେଉଁମାନେ ଇଣ୍ଟର୍ନସିପ୍ ସମାପ୍ତ କରିବେ ସେମାନଙ୍କୁ ଅଲଗା ୬,୦୦୦ ଟଙ୍କା ମଧ୍ୟ ପ୍ରଦାନ କରାଯିବ। ସରକାରଙ୍କ ଏହି ଯୋଜନାରେ ୫ ବର୍ଷରେ ୧ କୋଟି ଯୁବକଯୁବତୀ ଉପକୃତ ହେବେ।

Hot this week

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

Related Articles

Popular Categories