www.samajalive.in
Sunday, December 14, 2025
14.1 C
Bhubaneswar

ରାଜଧାନୀରେ ବିଏସ୍‌ଏନ୍‌ଏଲ୍‌ ମୋବାଇଲ୍‌ ଏବଂ ଇଣ୍ଟରନେଟ ସେବା ପ୍ରଭାବିତ

ଭୁବନେଶ୍ୱର – ଗତ ଦୁଇ ଦିନ ହେବ ରାଜଧାନୀ ଭୁବନେଶ୍ୱରରେ ବିଏସ୍‌ଏନ୍‌ଏଲ୍‌ର ମୋବାଇଲ୍‌ ଏବଂ ଇଣ୍ଟରନେଟ୍‌ ସେବା ପ୍ରଭାବିତ ହୋଇଛି । ରାଜଧାନୀର କିଛି ଅଞ୍ଚଳରେ ମୋବାଇଲ୍‌ ନେଟଓ୍ୱର୍କ କାମ କରୁ ନଥିବା ବେଳେ ଇଣ୍ଟରନେଟ୍‌ ବ୍ୟବହାରକାରୀମାନେ ଏହାକୁ ବ୍ୟବହାର କରିପାରୁ ନାହାନ୍ତି । ବିଏସ୍‌ଏନ୍‌ଏଲ୍‌ର ଫିକ୍ସଡ୍‌ କମ୍ୟୁନିକେସନ, ଡାଏଲ୍‌ ଅପ୍‌ ଏବଂ ବ୍ରଡ୍‌ ବ୍ୟାଣ୍ଡ ଇଣ୍ଟରନେଟ୍‌ , ଫୋନ୍‌ ସେବା ମୋବାଇଲ୍‌ ଏବଂ ମୋବାଇଲ୍‌ ଇଣ୍ଟରନେଟ୍‌ ଏହା ଆଇପି ଟିଭି ସେବା ପ୍ରଭାବିତ ହୋଇଛି ।

ଭୁବନେଶ୍ୱର ତଥା ଏହାର ଆଖପାଖ ଅଞ୍ଚଳରେ ଏହି ସମସ୍ୟା ଦେଖା ଦେଇଛି । ବିଏସ୍‌ଏନ୍‌ଏଲ୍‌ର ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ ବିଏସ୍‌ଏନ୍‌ଏଲ୍‌ର ମୁଖ୍ୟ କାର୍ଯ୍ୟାଳୟରେ ପାଓ୍ୱାର ସମସ୍ୟା ଯୋଗୁଁ ଏପରି ହୋଇଛି । ଗତ କାଲି ଇଣ୍ଟରନେଟ୍‌ ସେବା ପ୍ରଭାବିତ ହୋଇଥିବା ବେଳେ ମଙ୍ଗଳବାରରେ ମୋବାଇଲ୍‌ ସେବା ପ୍ରଭାବିତ ହୋଇଥିଲ । ଏହାକୁ ଠିକ୍‌ କରାଯାଇଛି । ତେବେ କେତକ ଅଞ୍ଚଳରେ ସମସ୍ୟା ଦେଖା ଯାଉଥିଲେ ଅଭିଯୋଗ ମିଳିବା ମାତ୍ରେ ଏହାକୁ ଠିକ୍‌ କରାଯାଉଥିବା ସେ କହିଛନ୍ତି ।

- Advertisement -

ବିଏସ୍‌ଏନ୍‌ଏଲ୍‌ର ସେବା ପ୍ରଭାବିତ ହେବାରୁ ମୋବାଇଲ୍‌ ବ୍ୟବହାରକାରୀଙ୍କ ସହ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ ଏବଂ ଛାତ୍ରଛାତ୍ରୀ ପ୍ରଭାବିତ ହୋଇଛନ୍ତି ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories