www.samajalive.in
Saturday, December 13, 2025
27.1 C
Bhubaneswar

ଭାରତ-ବାଂଲାଦେଶ ସୀମାରେ ଫସି ରହିଛନ୍ତି ୩୧ ରୋହିଙ୍ଗ୍ୟା

ଅଗରତାଲା : ଭାରତ-ବାଂଲାଦେଶ ସୀମାର ‘ନୋ ମ୍ୟାନ୍ସ ଲ୍ୟାଣ୍ଡ’ରେ ୩୧ ଜଣ ରୋହିଙ୍ଗ୍ୟା ଫସି ରହିଛନ୍ତି। ଭାରତୀୟ ସୀମା ସୁରକ୍ଷା ବଳ (ବିଏସ୍‍ଏଫ) ସେମାନଙ୍କୁ ଖାଦ୍ୟ ଓ ପାନୀୟ ଯୋଗାଇ ଦେଉଛି। ବିଏସ୍‍ଏଫ୍‍ ଗୋକୁଳନଗର ସେକ୍ଟର ଡିଆଇଜି ବ୍ରିଜେଶ କୁମାର କହିଛନ୍ତି ଯେ ମାନବିକତା ଆଧାରରେ ରୋହିଙ୍ଗ୍ୟାଙ୍କୁ ସହାୟତା ଯୋଗାଇ ଦିଆଯାଉଛି। ଏପଟେ ବର୍ଡର ଗାର୍ଡ ବାଂଲାଦେଶ (ବିଜିବି) ପକ୍ଷରୁ ଅଭିଯୋଗ କରାଯାଇଛି ଯେ ବିଏସ୍‍ଏଫ ୩୧ ରୋହିଙ୍ଗ୍ୟା ମୁସଲମାନଙ୍କୁ ବାଂଲାଦେଶ ପଠାଇବାକୁ ଉଦ୍ୟମ ଚଳାଇଛି। ଫଳରେ ଏଡି ରୋହିଙ୍ଗ୍ୟାମାନେ ଭାରତ-ବାଂଲାଦେଶ ସୀମାର ‘ନୋ ମ୍ୟାନ୍ସ ଲ୍ୟାଣ୍ଡ’ ତାର ବାଡ଼ ମଝିରେ ଫସି ରହିଛନ୍ତି। ଏନେଇ ବିଜିବି-୨୫ କମାଣ୍ଡିଂ ଅଫିସର ବିଏସ୍‍ଏଫ କମାଣ୍ଡେଟ୍‍ ଅଧିକାରୀଙ୍କ ସହ ଫୋନ୍‍ରେ କଥା ହୋଇଥିଲେ। ରୋହିଙ୍ଗ୍ୟା ମୁସଲମାନଙ୍କୁ ‘ନୋ ମ୍ୟାନ୍ସ ଲ୍ୟାଣ୍ଡ’ ତାର ବାଡ଼ ମଝିକୁ ନେଇଯିବାକୁ ବିଜିବି ପକ୍ଷରୁ କୁହାଯାଇଥିଲା। ସେହି କ୍ରମରେ ୩୧ ଜଣ ରୋହିଙ୍ଗ୍ୟା ମୁସଲମାନ ଏବେ ତାର ବାଡ଼ ମଝିରେ ଫସି ରହିଛନ୍ତି। ଏପଟେ ବିଏସ୍‍ଏଫ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ବର୍ଡର ଗାର୍ଡ଼ ବାଂଲାଦେଶ ରୋହିଙ୍ଗ୍ୟା ନାଗରିକଙ୍କୁ ଭାରତ ପଠାଇବକୁ ଚେଷ୍ଟା କରୁଥିଲା ଓ ସେମାନେ ସୀମାରେ ଧରା ପଡ଼ିଥିଲେ। ଏହି ୩୧ ରୋହିଙ୍ଗ୍ୟା ମୁସଲମାନଙ୍କ ମଧ୍ୟରେ ୬ ପୁରୁଷ, ୯ ଜଣ ମହିଳା ଏବଂ ୧୬ ଜଣ ଶିଶୁ ଅଛନ୍ତି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories