ମୋଦିଙ୍କୁ ଅସମ୍ମାନ କରି ବିଏସଏଫ୍‌ ଯବାନ ଦଣ୍ଡିତ

0

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେବା ଫଳରେ ବିଏସଏଫ୍‌ର ଜଣେ ଯବାନ ଦଣ୍ଡିତ ହୋଇଛନ୍ତି। ସଞ୍ଜୀବ କୁମାର ନାମକ ଏହି ଯବାନ ବର୍ତ୍ତମାନ ପଶ୍ଚିମବଙ୍ଗର ନଦିଆ ଜିଲାରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଅଛନ୍ତି। ଫେବୃଆରୀ ୨୧ରେ ବିଏସଏଫ୍‌ ପକ୍ଷରୁ ‘ଜିରୋ ପରେଡ’ କାର୍ଯ୍ୟକ୍ରମ ଚାଲିଥିବାବେଳେ ସଞ୍ଜୀବ କୁମାର ଏହାକୁ ‘ମୋଦି ପ୍ରୋଗ୍ରାମ’ ବୋଲି ମନ୍ତବ୍ୟ ଦେଇଥିଲେ। ବିଏସଏଫ୍‌ ଆଇନ ୧୯୬୮ର ଧାରା ୪୦କୁ ଉଲ୍ଲଘଂନ କରିଥିବା ଅଭିଯୋଗରେ ସଞ୍ଜୀବଙ୍କୁ ସାତ ଦିନର ବେତନ ଜୋରିମାନା ଆକାରରେ ପୈଠ କରିବାକୁ ନିର୍ଦେଶ ଦିଆଯାଇଛି। ପ୍ରତ୍ୟେକ ବିଏସଏଫ୍‌ ଶିବିରରେ ଯବାନଙ୍କ ଉପସ୍ଥିତି ଜାଣିବାକୁ ପ୍ରତିଦିନ ଜିରୋ ପରେଡ୍‌ର ଆୟୋଜିତ ହୋଇଥାଏ।

Leave A Reply