www.samajalive.in
Saturday, December 6, 2025
17.1 C
Bhubaneswar

ଛାତରେ ପାଣି ଦେବାବେଳେ ଖସିପଡ଼ି ବିଏସଏଫ ଅଧିକାରୀ ମୃତ

ଟିଟିଲାଗଡ଼: ଭାରତୀୟ ସୀମା ସୁରକ୍ଷା ବଳ(ବିଏସଏଫ)ରେ ସବଇନ୍ସପେକ୍ଟର ଭାବରେ କାର୍ଯ୍ୟରତ ବିଘ୍ନେଶ୍ୱର ସାହୁ(୫୫)ଙ୍କ ମଙ୍ଗଳବାର ଅକାଳ ବିୟୋଗ ଘଟିଛିି। ବିଘ୍ନେଶ୍ୱର ଛୁଟିରେ ଘରକୁ ଆସିଥିଲେ। ମଙ୍ଗଳବାର ପୂର୍ବାହ୍ନରେ ଟିଟିଲାଗଡ ସର୍ଗିଗୁଡା ସ୍ଥିତ ନିଜ ଦିମହଲା ଘର ଛାତରେ ପାଣି ଦେଉଥିବା ବେଳେ ତଳକୁ ଖସି ପଡି ଗୁରୁତର ଆହତ ହୋଇଥିଲେ। ପରିବାର ଲୋକେ ତାଙ୍କୁ ତୁରନ୍ତ ଟିଟିଲାଗଡ ଡାକ୍ତରଖାନା ନେଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ପରିବାରରେ ତାଙ୍କର ପତ୍ନୀ ତଥା ତିନି ଝିଅ ଚାନ୍ଦ, ଜ୍ୟୋତି, ଇତି ଏବଂ ପୁଅ ଅନନ୍ତ ଅଛନ୍ତି। ମୃତ୍ୟୁଶଯ୍ୟା ନିକଟରେ ବଡ ଭାଇ ଭୁବନେଶ୍ୱର, ଗୁଲାମ, ବେଣୁଧର, ରୋହିତ, ଗୋବିନ୍ଦ, ଦୁର୍ଯ୍ୟୋଧନ, ବହିର, ନିଳାମ୍ବର ସାହୁ ପ୍ରମୁଖ ପରିଜନ ଉପସ୍ଥିତ ଥିଲେ। ଭାରତୀୟ ସେନାର ଜଣେ ଅଧିକାରୀ ଭାବରେ ସେ ଦୀର୍ଘ ବର୍ଷ ଧରି ପ୍ରଶଂସିତ କାର୍ଯ୍ୟ କରି ଆସିଛନ୍ତି। ତାଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

 

- Advertisement -

 

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories