ମୁମ୍ବଇ: ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସମ୍ବେଦୀ ସୂଚକାଙ୍କ ଶୁକ୍ରବାର କାରବାର ଆରମ୍ଭ ସମୟରେ ୬୦,୦୦୦ ଅଙ୍କକୁ ଟପି ୬୦,୨୯୭ ପଏଣ୍ଟରେ ପହଞ୍ଚିଥିଲା। ଏହାପରେ ଦଲାଲ ଷ୍ଟ୍ରିଟ ବସ୍ତୁତଃ ଉତ୍ସବ ମୁଖର ହୋଇଉଠିଥିଲା। ଏହା ପୂର୍ବଦିନ ବନ୍ଦ ହୋଇଥିବା ସ୍ତର ଠାରୁ ୦.୬୯% ବା ୪୧୧ ପଏଣ୍ଟ ଅଧିକ ରହିଥିଲା। ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ସୂଚକାଙ୍କ ନିଫଟି ୧୦୮ ପଏଣ୍ଟ ଅଥବା ୦.୬% ବୃଦ୍ଧିପାଇ ଶୁକ୍ରବାର କାରବାର ଆରମ୍ଭ ସମୟରେ ୧୭,୯୩୧ ପଏଣ୍ଟ ହୋଇଥିଲା। ଘରୋଇ କମ୍ପାନୀଗୁଡିକର ଷ୍ଟକ ୨୦୨୦ ପରଠାରୁ ବେଶ୍ ଭଲ ପ୍ରଦର୍ଶନ କରୁଥିବା ଲକ୍ଷ୍ୟ କରାଯାଇଛି। ମାତ୍ର ୨୪୫ ଦିନ ମଧ୍ୟରେ ବିଏସଇ ସୂଚକାଙ୍କ ୫୦ହଜାର ଅଙ୍କରୁ ୬୦ ହଜାର ଅଙ୍କରେ ପହଞ୍ଚିଛି। ନିଫଟିରେ ୱିପ୍ରୋ, ଇନଫୋସିସ, ଏଚସିଏଲ ଟେକ, ଟେକ ମହିନ୍ଦ୍ରା, ଏଚଡିଏଫସି ବ୍ୟାଙ୍କ ଆଦିର ଷ୍ଟକ ଶୁକ୍ରବାର ପୂର୍ବାହ୍ନରେ ପ୍ରଭାବି ପ୍ରଦର୍ଶନ କରିଥିଲେ। ଅନ୍ୟପକ୍ଷରେ ହିଣ୍ଡାଲକୋ, ଜେଏସଡବ୍ଲୁ ଷ୍ଟିଲ, ହିନ୍ଦୁସ୍ତାନ ୟୁନିଲିଭର ଆଦି ଷ୍ଟକଗୁଡିକର ମୂଲ୍ୟରେ ହ୍ରାସ ପରିଲକ୍ଷିତ ହୋଇଥିଲା।
ସମ୍ବେଦୀ ସୂଚକାଙ୍କ ୬୦,୦୦୦ ଛୁଇଁଲା; ଦଲାଲ ଷ୍ଟ୍ରିଟ ଉତ୍ସବମୁଖର
Popular Categories



