www.samajalive.in
Friday, December 5, 2025
20.1 C
Bhubaneswar

ବ୍ରୁନେଇ ସୁଲତାନଙ୍କ ସଉକ୍: ୭ ହଜାର ବିଳାସପୂର୍ଣ୍ଣ କାର୍‌, ସୁନାର ପ୍ରାସାଦ ଓ ବିମାନ

ବନ୍ଦର ସେରି ବେଗୱାନ: ବିଶ୍ବର ବହୁ ରାଷ୍ଟ୍ରରେ ରାଜାଶାସନର ଅନ୍ତ ଘଟିଥିଲେ ମଧ୍ୟ ଦକ୍ଷିଣ-ପଶ୍ଚିମ ଏସୀୟ ରାଷ୍ଟ୍ର ବ୍ରୁନେଇ‌େର ଏହା ବଳବତ୍ତର ରହିଛି। ଏହି ଦେଶର ଶାସକ ହେଉଛନ୍ତି ସୁଲତାନ ହାସନଲ ବୋଲ୍‌କିୟା। ସେ ବିଶ୍ବର ଅନ୍ୟତମ ବିତ୍ତଶାଳୀ ଶାସକ ଭାବେ ପରିଚିତ। ୧୯୮୦ରେ ସେ ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ବିବେଚିତ ହୋଇଥିଲେ। ତାଙ୍କ ସମ୍ପତ୍ତିର ମୂଲ୍ୟ ୧୪ହଜାର ୭୦୦ କୋଟି ଟଙ୍କାରୁ ଅଧିକ; ଯାହା ତୈଳ ଓ ପ୍ରାକୃତିକ ବାଷ୍ପ ସମ୍ପଦରୁ ଆୟ ହୋଇଥାଏ। ତାଙ୍କ ବିଳାସପୂର୍ଣ୍ଣ ଜୀବନଶୈଳୀ ଓ ସଉକକୁ ନେଇ ଖୁବ୍‌ ଚର୍ଚ୍ଚା। ତାଙ୍କର ସୁଦୃଶ୍ୟ ପ୍ରାସାଦ, କାର୍‌ ଓ ଅନ୍ୟାନ୍ୟ ସାମଗ୍ରୀର କିଛି ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ଝଲସୁଛି। ସୁଲତାନ ରହୁଥିବା ପ୍ରାସାଦ ‘ଇସ୍ତାନା ନୁରୁଲ ଇମାନ୍‌ ପ୍ୟାଲେସ୍‌’ ସୁନାରେ ନିର୍ମିତ। ୧୯୮୪ରେ ମୋଟ ୨ନିୟୁତ ବର୍ଗଫୁଟ ଅଞ୍ଚଳରେ ଏହି ପ୍ରାସାଦ ନିର୍ମିତ ହୋଇଥିଲା। ଏହାର ଗମ୍ବୁଜ ଓ ବାହ୍ୟ ଅଂଶ ୨୨କ୍ୟାରେଟ ସୁନାରେ ଢଙ୍କାଯାଇଛି। ଏଥିରେ ମୋଟ ୧୭୦୦ କୋଠରି, ୨୫୭ ଗାଧୁଆ ଘର, ୫ ସୁଇମିଂ ପୁଲ, ୧୧୦ ଗ୍ୟାରେଜ ରହିଥିବାବେଳେ ସବୁଗୁଡ଼ିକ ଶୀତତାପ ନିୟନ୍ତ୍ରିତ। ସୁଲତାନଙ୍କ ବ୍ୟବହାର ପାଇଁ ଅଛନ୍ତି ୨୦୦ ଘୋଡ଼ା ଓ ୭ହଜାର ବିଳାସପୂର୍ଣ୍ଣ କାର। କେବଳ କାରଗୁଡ଼ିକର ମୂଲ୍ୟ ୩୪୧ ବିଲିୟନ ଟଙ୍କା। ସେଥିମଧ୍ୟରେ ୬୦୦ ରୋଲ୍‌ସ ରୟିସ୍‌ ଓ ୩୦୯୦ ଫେରାରି କାର ରହିଛି। ସୁଲତାନ ଏକ ସୁନା ଆଚ୍ଛାଦିତ କାର ଓ ବ୍ୟକ୍ତିଗତ ଜେଟ୍‌ ବିମାନରେ ଯା’ଆସ କରନ୍ତି। ବୋଇଂ ୭୪୭-୪୦୦, ୭୬୭-୨୦୦ ଓ ଏୟାର ବସ୍‌ ଏ-୩୪୦-୨୦୦ ସେ ବ୍ୟବହାର କରନ୍ତି। ବୋଇଂ ୭୪୭-୪୦୦ ସୁନା ଆଚ୍ଛାଦିତ। ବିମାନରେ ସମସ୍ତ ଅତ୍ୟାଧୁନିକ ବିଧିବ୍ୟବସ୍ଥା ରହିଛି। ପ୍ରାସାଦର ମୂଲ୍ୟ ଏବେ ୨୫୫୦କୋଟି ଟଙ୍କା ଆକଳନ କରାଯାଇଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories