www.samajalive.in
Friday, December 5, 2025
20.1 C
Bhubaneswar

ସୁରତ ମହାନଗର ନିଗମ ନିର୍ବାଚନ, ମଇଦାନରେ ୩ ଓଡ଼ିଆ ପ୍ରାର୍ଥୀ

ବ୍ରହ୍ମପୁର: ଆସନ୍ତା ଫେବୃଆରୀ ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବା ସୁରତ ମହାନଗର ନିଗମ ନିର୍ବାଚନରେ ତିନିଜଣ ଓଡ଼ିଆ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ବିତା କରୁଛନ୍ତି। ଦୁଇ ମହିଳା ଏବଂ ଜଣେ ପୁରୁଷ ପ୍ରାର୍ଥୀ ରଣାଙ୍ଗନରେ ଅବତୀର୍ଣ୍ଣ। ଓଡ଼ିଆ ମହିଳା ପ୍ରାର୍ଥୀ ଦ୍ବୟ କଂଗ୍ରେସ ଟିକେଟରେ ମହାନଗର ନିର୍ବାଚନକୁ ଓହ୍ଲାଇଥିବା ବେଳେ ଅନ୍ୟ ଜଣେ ପୁରୁଷ ପ୍ରାର୍ଥୀ ଏନସିପିରୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ମହାନଗର ନିଗମର ୧ ନମ୍ବର ୱାର୍ଡରୁ କଂଗ୍ରେସ ଟିକଟରେ ପ୍ରମୋଦିନୀ ଅଭିମନ୍ୟୁ ସାହୁ, ସେହି ୱାର୍ଡରେ ଏନସିପିରୁ ଶ୍ରମିକ ନେତା ପୀତାମ୍ବର ପ୍ରଧାନ ଏବଂ ୨୩ ନମ୍ବର ୱାର୍ଡରୁ ସ୍ୱପ୍ନା ଲେଙ୍କା ନିର୍ବାଚନ ଲଢ଼ୁଛନ୍ତି। ନିର୍ବାଚନର ସବୁଠାରୁ ଆଶ୍ଚର୍ଯ୍ୟଜନକ ଦିଗଟି ହେଉଛି ବିଜେପି ତରଫରୁ କୌଣସି ଓଡ଼ିଆ ନେତାଙ୍କୁ ଟିକେଟ ଦିଆଯାଇ ନାହିଁ। ମହାନଗର ନିଗମ ନିର୍ବାଚନରେ ବିଜେପି ଟିକେଟ ପାଇବାକୁ ବିଭିନ୍ନ ୱାର୍ଡରୁ ୯ ଓଡ଼ିଆ ଆଶାୟୀ ଥିଲେ। ଏମାନଙ୍କ ମଧ୍ୟରୁ ୩୦ ନମ୍ବର ୱାର୍ଡ଼ ଆଶାୟୀ ଭାଗୀରଥି ବେହେରା ଓ ୨୩ ନମ୍ବର ୱାର୍ଡ ଆଶାୟୀ ଶ୍ରୀକାନ୍ତ ରାଉତଙ୍କ ନାମ ଗୁଜୁରାଟ ବିଜେପି ପ୍ରାର୍ଥୀ ଚୟନ କମିଟିରେ ଆଲୋଚନା ହୋଇଥିଲେ। ମାତ୍ର ଶେଷ ମୂହୁର୍ତ୍ତରେ ଉଭୟଙ୍କ ନାମ କଟିଯିବାରୁ ମହାନଗର ନିର୍ବାଚନରେ ପ୍ରବାସୀ ଓଡ଼ିଆ ବିଜେପି ଟିକେଟରେ ନିର୍ବାଚନ ଲଢ଼ିବାକୁ ସୁଯୋଗ ପାଇ ନଥିଲେ। କଂଗ୍ରେସରୁ ପ୍ରତିଦ୍ବନ୍ଦ୍ବିତା କରୁଥିବା ପ୍ରମୋଦିନ ଅଭିମନ୍ୟୁ ସାହୁଙ୍କ ଘର ଆସିକା ବ୍ଲକ ନବରତ୍ନପୁର ଗ୍ରାମରେ ହୋଇଥିବା ବେଳେ ଅନ୍ୟତମ ମହିଳା ପ୍ରାର୍ଥୀ ସ୍ବପ୍ନା ଲେଙ୍କାଙ୍କ ଘର ଗଞ୍ଜାମ ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ପାଣ୍ଡିରିପଡା ଗ୍ରାମରେ। ଏନସିପିରୁ ପ୍ରାର୍ଥୀ ହୋଇଥିବା ଶ୍ରମିକନେତା ତଥା ଆଇନଜୀବୀ ପୀତାମ୍ବର ପ୍ରଧାନଙ୍କ ଘର ଆସିକା ବ୍ଳକ ମଙ୍ଗଳପୁରରେ। ସୁରତ ଶ୍ରମିକଙ୍କ ପାଇଁ କାମ କରୁଥିବା ପୀତାମ୍ବର ପ୍ରଧାନ ଭ୍ରଷ୍ଟାଚାର ବିରୋଧରେ ନାରାବାଜି କରି ଭୋଟଭିକ୍ଷା କରୁଛନ୍ତି।

ଦକ୍ଷିଣ ଗୁଜୁରାଟ ବିଶେଷ କରି ସୁରତ ଅଞ୍ଚଳରେ ପ୍ରବାସୀ ଓଡ଼ିଆ ଭୋଟରଙ୍କ ପ୍ରଭାବ ରହିଛି। ସୁରତ ଜିଲାର ୯ଟି ବିଧାନସଭା କ୍ଷେତ୍ରରେ ତିନି ଲକ୍ଷ ଓଡ଼ିଆ ମତଦାତାଙ୍କ ନିର୍ଣ୍ଣାୟକ ଭୂମିକା ରହିଛି। ଗୁଜୁରାଟର ପ୍ରବାସୀ ଓଡ଼ିଆ ମତଦାତା ମୁଖ୍ୟତଃ ସେଠାକାର ବିଜେପି ସମର୍ଥକ ଭାବେ ଜଣାଶୁଣା। ୨୦୧୭ ବିଧାନସଭା ନିର୍ବାଚନ ସମୟରେ ପାଟ୍ଟିଦାର (ପଟେଲ ସମାଜ) ଆନ୍ଦୋଳନ ଯୋଗୁ ଆଶଙ୍କିତ ଶାସକ ବିଜେପି ପ୍ରବାସୀ ଓଡ଼ିଆଙ୍କ ସମର୍ଥନ ହାସଲ କରିବାକୁ ଜୋରଦାର ଉଦ୍ୟମ କରି ସଫଳ ହୋଇଥିଲା। ପ୍ରବାସୀ ଓଡ଼ିଆଙ୍କ ଭୋଟ ହାତେଇବାକୁ କେନ୍ଦ୍ରମନ୍ତ୍ରୀ ଓ ଓଡ଼ିଶା ବିଜେପିର ବହୁ ନେତା ସୁରତ ଏବଂ ଆଖପାଖ ଅଞ୍ଚଳରେ ତିନିମାସ ଧରି ଡେରା ପକାଇ ରହିଥିଲେ। ବିଜେପି ତରଫରୁ ଘୋଷିତ ସୁରତ ମହାନଗର ନିଗମ ପ୍ରାର୍ଥୀ ତାଲିକାରେ ଓଡ଼ିଆଙ୍କୁ ବାଦ୍‍ ଦିଆଯିବା ଘଟଣାରେ ପ୍ରବାସୀ ଓଡ଼ିଆଙ୍କ ମଧ୍ୟରେ ନୈରାଶ୍ୟ ସୃଷ୍ଟି କରିଛି। ଗତ ଫେବୃଆରୀ ୫ରେ ପ୍ରବାସୀ ଓଡ଼ିଆଙ୍କୁ ବିଜେପି ଟିକେଟ ଦେବା ଲାଗି ହଜାରରୁ ଊର୍ଦ୍ଧ୍ବ ସ୍ଥାନୀୟ ଓଡ଼ିଆ ବିଜେପିକର୍ମୀ ଗୁଜୁରାଟ ବିଜେପି ଅଧ୍ୟକ୍ଷ ତଥା ନଭସାରି ସାଂସଦ ସି.ଆର. ପାଟିଲ ଏବଂ ସୁରତ ସହର ଭାରତୀୟ ଜନତା ପାର୍ଟି ଅଧ୍ୟକ୍ଷ ନିରଞ୍ଜନ ଜାଜମେରିଆଙ୍କୁ ଭେଟି ଦାବି ଜଣାଇଥିଲେ। କିନ୍ତୁ କାହାର ନାମ ବିଚାରକୁ ଦଳ ନେଇ ନଥିବାରୁ ସେଠାରେ ଦୀର୍ଘଦିନ ହେଲା ଦଳ ପାଇଁ ଓଡ଼ିଆଙ୍କୁ ନେଇ କାମ କରୁଥିବା ଭାଗିରଥି ବେହେରା କ୍ଷୋଭ ପ୍ରକାଶ କରିଛନ୍ତି

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories