BJD Bijuli 480×75 Mob

ଆସନ୍ତା ଗଣତନ୍ତ୍ର ଦିବସ ପରେଡରେ ମୁଖ୍ୟ ଅତିଥି ହେବେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ

BJD Bijuli 480×75 Mob

ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଥିବା ଗଣତନ୍ତ୍ର ଦିବସ ପରେଡରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ମୁଖ୍ୟ ଅତିଥି ଭାବରେ ଯୋଗଦେବେ। ବ୍ରିଟେନର ବୈଦେଶିକ ସଚିବ ଡୋମିନିକ୍ ରାବ ଆଜି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କରଙ୍କ ସହ ଆଲୋଚନା କରିବା ପରେ ଏହା ଘୋଷଣା କରିଛନ୍ତି।

ଆଲୋଚନା ପରେ ମିଳିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଡକ୍ଟର ଏସ ଜୟଶଙ୍କର କହିଛନ୍ତି ଯେ ଉଭୟ ପକ୍ଷ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ଏବଂ ଦ୍ୱିପାକ୍ଷିକ ସମ୍ପର୍କକୁ କିପରି ଏକ ଉଚ୍ଚ ସ୍ତରକୁ ନିଆଯିବ ସେନେଇ ଧ୍ୟାନ ଦିଆଯାଇଛି। ସେ କହିଛନ୍ତି ଯେ ସାମ୍ପ୍ରତିକ ବର୍ଷଗୁଡିକରେ ବିଶ୍ୱ ରାଜନୀତିରେ ବହୁତ ବଡ ପରିବର୍ତ୍ତନ ଆସିଛି ଏବଂ ଉଭୟ ଦେଶ ବିଭିନ୍ନ କ୍ଷେତ୍ରରେ ଅଧିକ ପ୍ରଭାବଶାଳୀ ଭାବରେ କାର୍ଯ୍ୟ କରିଛନ୍ତି।

ମନ୍ତ୍ରୀ କହିଛନ୍ତି ଯେ ଆଫଗାନିସ୍ତାନର ପରିସ୍ଥିତି ସମେତ ଭାରତ-ପ୍ରଶାନ୍ତ ମହାସାଗରର ବିବର୍ତ୍ତନ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ସେ କହିଛନ୍ତି ଯେ ଆତଙ୍କବାଦ ଏବଂ ଆଂଚଳିକ ବୈଷମ୍ୟବାଦ ଦ୍ୱାରା ସୃଷ୍ଟି ହୋଇଥିବା ଆହ୍ୱାନନଗୁଡିକ ଉପରେ ମଧ୍ୟ ଆଲୋଚନା କରାଯାଇଛି। ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଆସନ୍ତା ବର୍ଷ ଜି୭ ଶିଖର ସମ୍ମିଳନୀରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମନ୍ତ୍ରଣ କରିଛନ୍ତି। ୨୦୧୧ ଜାନୁଆରୀରେ ଭାରତର ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବରେ ଯୋଗଦେବାକୁ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ସମ୍ମତି ବ୍ରିଟେନ ପାଇଁ ଗର୍ବର ବିଷୟ ବୋଲି ବ୍ରିଟେନର ବୈଦେଶିକ ସଚିବ କହିଛନ୍ତି। ଡଃ. ଜୟଶଙ୍କର କହିଛନ୍ତି ଯେ ଶ୍ରୀ ଜନସନ ଗଣତନ୍ତ୍ର ଦିବସ ପାଇଁ ନିମନ୍ତ୍ରଣ ଗ୍ରହଣ କରିବା ଏକ ପ୍ରକାରରେ ଭାରତ-ବ୍ରିଟେନ ସମ୍ପର୍କର ଏକ ନୂତନ ଯୁଗର ପ୍ରତୀକ ଅଟେ।

Comments are closed.