ବ୍ୟକ୍ତିଗତ ତଥ୍ୟ ପ୍ରଘଟ ନେଇ ବ୍ରିଟେନ ସାଂସଦଙ୍କ ଅସନ୍ତୋଷ
ୱାସିଂଟନ : ବ୍ୟକ୍ତିଗତ ତଥ୍ୟ ପ୍ରଘଟ ଏବଂ ସମାଜର କ୍ଷତି ଘଟାଉଥିବା ମତାମତର ପ୍ରସାର ଯୋଗୁଁ ଦେଶ ଗଣତାନ୍ତ୍ରିକ ସଙ୍କଟର ସମ୍ମୁଖୀନ ହେଉଛି ବୋଲି ବ୍ରିଟେନର ସାଂସଦମାନେ ଚେତାବନୀ ଦେଇଛନ୍ତି । ଡିଜିଟାଲ୍, ସଂସ୍କୃତି, ମିଡିଆ ଓ କ୍ରୀଡ଼ା ସଂସଦୀୟ କମିଟି ତା’ର ରିପୋର୍ଟରେ ଦର୍ଶାଇଛି ଯେ, ସାମାଜିକ ଗଣମାଧ୍ୟମଗୁଡ଼ିକୁ ସେମାନଙ୍କ ସାଇଟ୍ରେ ପ୍ରକାଶ କରୁଥିବା ସମାଜରେ ବିଭ୍ରାନ୍ତି ସୃଷ୍ଟିକାରୀ ଲେଖାପାଇଁ ଦାୟୀ ରହିବାକୁ ପଡ଼ିବ। ରାଜନୈତିକ ପ୍ରଚାର ସମ୍ବନ୍ଧୀୟ ନିୟମ ଡିଜିଟାଲ୍ ଯୁଗପାଇଁ ଖାପଖାଇବା ଉଚିତ ବୋଲି ଏହି କମିଟି କହିଛି।
ଅନ୍ୟପକ୍ଷରେ ଗତ ଗୁରୁବାର ଦିନ ରାଜ୍ୟସଭାରେ ଇଲେକ୍ଟ୍ରୋନିକ୍ ଓ ଆଇ.ଟି. ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଥିଲେ, କେମ୍ବ୍ରିଜ ଆନାଲିଟିକା ଉପରେ ତଦନ୍ତ କରିବାକୁ ସରକାର ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। କେମ୍ବ୍ରିଜ୍ ଆନାଲିଟିକା ବେଆଇନ ଭାବେ ଭାରତୀୟଙ୍କ ସଂପର୍କରେ ତଥ୍ୟ ସଂଗ୍ରହ କରୁଥିବାର ଅଭିଯୋଗ ରହିଛି।