www.samajalive.in
Saturday, December 6, 2025
15.1 C
Bhubaneswar

ଏହି ଦେଶରେ ପ୍ରଥମେ ମିଳିବ ଫାଇଜର ଟିକା, ସରକାର ଦେଲେ ଅନୁମତି

କରୋନା ଭୂତାଣୁର ଉତ୍ପତ୍ତିକୁ ଏକ ବର୍ଷ ପୂରଣ ହୋଇଛି। ଏହା ଭିତରେ ଏହି ମହାମାରୀ ଭୂତାଣୁ ଅନେକ ଦେଶରେ ଏହାର ୨ୟ ପର୍ଯ୍ୟାୟ ଭୂତାଣୁ ସଂକ୍ରମଣ ଆରମ୍ଭ ହେଲାଣି। ଏହି ପରିପ୍ରେକ୍ଷୀରେ ବିଭିନ୍ନ କମ୍ପାନୀ ପକ୍ଷରୁ ଟିକା ବିକଶିତ କରାଯାଇଛି। ତେବେ ସବୁଠୁ ପ୍ରଭାବଶାଳୀ ଟିକା କୁହାଯାଉଥିବା ଫାଇଜର-ବାୟୋଏନଟେକ୍‌ର କରୋନା ଭ୍ୟାକ୍ସିନ୍‌ ବଜାରରେ ଉବଲବ୍ଧ ହେବାକୁ ଯାଉଛି।

ବିଶ୍ଵର ପ୍ରଥମ ଦେଶ ଭାବେ ବ୍ରିଟେନ୍‌ ଏହି ଟିକାକୁ ନିଜ ଦେଶରେ ଅନୁମତି ଦେଇଛି। ଫଳରେ ପ୍ରଥମ ଦେଶ ଭାବେ ଏଠାରେ ଆସନ୍ତା ସପ୍ତାହରୁ ଫାଇଜର ଟିକା ଉପଲବ୍ଧ ହେବ। ଏହି ଟିକା ୯୫ ପ୍ରତିତଶ ପ୍ରଭାବଶାଳୀ ଏବଂ ଏହାର ବ୍ୟାପକ ବ୍ୟବହାର ପାଇଁ ଅନୁମତି ଦେବା ସୁରକ୍ଷିତ ବୋଲି ବ୍ରିଟେନର ଡ୍ରଗ୍‌ ରେଗୁଲେଟର ଏମଏଚଆର ପକ୍ଷରୁ କୁହାଯାଇଛି।

- Advertisement -

ଉଚ୍ଚ ବିପଦ ଗୋଷ୍ଠୀର ବ୍ୟକ୍ତିମାନଙ୍କୁ ସର୍ବପ୍ରଥମେ ଏହି ଟିକା ପ୍ରଦାନ କରାଯିବ। ବ୍ରିଟେନ ୪ କୋଟି ଟିକା ପାଇଁ ଅର୍ଡର ଦେଇଛି। ଏଥିରେ ୨ କୋଟି ନାଗରିକଙ୍କୁ ୨ ଥର ଟିକା ପ୍ରଦାନ କରାଯାଇପାରିବ। କମ୍ପାନୀ ପକ୍ଷରୁ ଖୁବଶୀଘ୍ର ୧ କୋଟି ଟିକା ପ୍ରଦାନ କରାଯିବ।

ଏହି ଟିକା ଦୁନିଆର ସବୁଠୁ କମ୍‌ ସମୟ ମଧ୍ୟରେ ବିକଶିତ ଟିକା। ଏହାକୁ ପ୍ରସ୍ତୁତ କରିବା ଲାଗି ଫାଇଜର-ବାୟୋଏନଟେକ୍‌ ମାତ୍ର ୧୦ ମାସ ସମୟ ନେଇଛି। ସାଧାରଣ ଭାବେ ଏହି ଟିକା ପ୍ରସ୍ତୁତ କରିବା ଲାଗି ଏକ ଦଶନ୍ଧି ବା ୧୦ ବର୍ଷ ପର୍ଯ୍ୟନ୍ତ ସମୟ ଲାଗିଥାଏ।

ଆଗାମୀ ସପ୍ତାହରୁ ଟିକାକରଣ ଆରମ୍ଭ କରିବା ଲାଗି ପ୍ରସ୍ତୁତ ହୋଇଛି ବୋଲି ବ୍ରିଟେନ ସ୍ବାସ୍ଥ୍ୟ ସଚିବ ମ୍ୟାଟ୍‌ ହେନ୍‌କକ୍‌ ଟ୍ବିଟ୍‌ କରି କହିଛନ୍ତି। ତେବେ ଟିକା ଦିଆଯିବା ସତ୍ବେ ଲୋକମାନଙ୍କୁ ସଂକ୍ରମଣ ରୋକିବା ପାଇଁ କୋଭିଡ ନିୟମ ପାଳନ କରିବା ଦରକାର ବୋଲି କୁହାଯାଇଛି। ଏହାର ଅର୍ଥ ଲୋକଙ୍କୁ ଆଗାମୀ ଦିନରେ ବି ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବାକୁ ପଡ଼ିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories