www.samajalive.in
Saturday, December 6, 2025
14.1 C
Bhubaneswar

ମ୍ୟାଚ ଫିକ୍ସିଂ ମାମଲା; ବୁକି ସଞ୍ଜୀବ ଚାୱଲାଙ୍କୁ ଭାରତକୁ ପ୍ରତ୍ୟର୍ପଣ କଲା ବ୍ରିଟେନ

ଲଣ୍ଡନ: କ୍ରିକେଟ ମ୍ୟାଚ୍‌ ଫିକ୍ସିଂ ବୁକି ସଞ୍ଜୀବ ଚାୱଲାଙ୍କୁ ବ୍ରିଟେନ ଭାରତକୁ ପ୍ରତ୍ୟର୍ପଣ କରିଛି। ଭାରତୀୟ କୋର୍ଟରେ ଚାଲିଥିବା ମ୍ୟାଚ୍‌ ଫିକ୍ସିଂ ମାମଲାରେ ହାଜର ହେବା ଲାଗି ବ୍ରିଟେନର ସ୍କଟଲାଣ୍ଡ ୟାର୍ଡ କୋର୍ଟ ସଞ୍ଜୀବଙ୍କୁ ଦଲ୍ଲୀ ପୁଲିସକୁ ପ୍ରତ୍ୟର୍ପଣ କରିଛନ୍ତି। ଦିଲ୍ଲୀ ପହଞ୍ଚିବା ପରେ ସଞ୍ଜୀବଙ୍କୁ ତିହାର ଜେଲକୁ ସ୍ଥାନାନ୍ତର କରାଯିବ।

୨୦୦୦ ମସିହା ଫେବୃୟାରୀ-ମାର୍ଚ୍ଚରେ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ ଭାରତ ଗସ୍ତରେ ଆସିଥିବାବେଳେ ହୋଇଥିବା ମ୍ୟାଚ୍‌ ଫିକ୍ସିଂରେ ୫୦ ବର୍ଷୀୟ ସଞ୍ଜୀବ ମୁଖ୍ୟ ଅଭିଯୁକ୍ତ। ଏହି ଘଟଣାରେ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ହାନ୍ସି କୋନି ସଞ୍ଜୀବଙ୍କ ସହଯୋଗୀ ଥିଲେ। ଏହି କଳଙ୍କିତ କାର୍ଯ୍ୟରେ ଭାରତୀୟ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ, ଅଜୟ ଜାଡେଜା, ମନୋଜ ପ୍ରଭାକର ଏବଂ ନୟନ ମୋଙ୍ଗିଆଙ୍କ ନାମ ମଧ୍ୟ ସାମିଲ ଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories