www.samajalive.in
Saturday, December 6, 2025
16.1 C
Bhubaneswar

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ ବାଇଗଣ

ଆମ ଭାରତୀୟ ଜଳବାୟୁରେ ବାଇଗଣ ପରିବା ଭଲଭାବେ ଫଳିଥାଏ । ଏହି ପରିବାଟି ସ୍ବାସ୍ଥ୍ୟ ପାଇଁ ବେଶ୍ ଉପକାରୀ ହୋଇଥିବା ବେଳେ ବିଭିନ୍ନ ରୋଗରୁ ମଧ୍ୟ ରକ୍ଷା କରିଥାଏ । ବାଇଗଣରେ ପ୍ରଚୁର ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ ରହିଥିବା ବେଳେ ଅନ୍ୟାନ୍ୟ ଫାଇବର ଓ ପୋଷକତତ୍ତ୍ବ ମଧ୍ୟ ରହିଛି ।

ବାଇଗଣ ନିୟମିତ ଭାବେ ଖାଇଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ିବା ସହ ଏହା ସହଜରେ ହଜମ ହୋଇଥାଏ । ବାଇଗଣ ପ୍ରସ୍ତୁତ ବିଭିନ୍ନ ପ୍ରକାର ବ୍ୟଞ୍ଜନ ବାରମ୍ବାର ଗରମ କରି ଖାଇଲେ ମଧ୍ୟ ତାହା ସ୍ବାସ୍ଥ୍ୟ ପ୍ରତି ହାନିକାରକ ହେଉନଥିବାର ଖାଦ୍ୟ ବିଶେଷଜ୍ଞଙ୍କ ମତ ।

- Advertisement -

ଏହି ପରିବାରେ ମହଜୁଦ୍ ଥିବା ପୋଷକତତ୍ତ୍ବ କର୍କଟ ରୋଗ ହେବାର ଆଶଙ୍କା କମ୍ କରେ । ଏକ ଗବେଷଣାରୁ ଜଣାପଡ଼ିଛି ଯେ ନିୟମିତ ଭାବେ ବାଇଗଣ ବ୍ୟଞ୍ଜନ ଖାଉଥିବା ଲୋକଙ୍କଠାରେ କର୍କଟ ହେବାର ଆଶଙ୍କା ୫୦%ରୁ କମ୍ ଥାଏ ।

ମଧୁମେହ ରୋଗୀଙ୍କ ନିମନ୍ତେ ଏହା ଏକ ସର୍ବୋତ୍କୃଷ୍ଟ ପରିବା । ଏହି ପରିବା ଖାଇଲେ ସେମାନଙ୍କ ରକ୍ତ ଶର୍କରା ନିୟନ୍ତ୍ରିତ ରହିଥାଏ। ଉଚ୍ଚ-ରକ୍ତଚାପ ରୋଗୀଙ୍କ ପାଇଁ ବାଇଗଣ ବ୍ୟଞ୍ଜନ ମଧ୍ୟ ଉତ୍ତମ ପ୍ରଭାବ ପକାଉଥିବାର ପ୍ରକାଶ । ହୃଦରୋଗର ଆଶଙ୍କା ମଧ୍ୟ ଏହି ପରିବା ଖାଇଲେ କମ୍ ହେଉଥିବାର ଖାଦ୍ୟ ବିଶେଷଜ୍ଞଙ୍କ ମତ ।

ଆଣ୍ଠୁଗଣ୍ଠି ବିନ୍ଧା ହେଉଥିବା ରୋଗୀ ନିୟମିତ ଭାବେ ବାଇଗଣ ବ୍ୟଞ୍ଜନ ଖାଇବା ଖୁବ୍ ଉପକାରୀ । ପ୍ରତ୍ୟହ ସେମାନେ ଏହା ଖାଇଲେ ହାଡ଼ ଓ ଗଣ୍ଠିକୁ ଶକ୍ତି ମିଳିଥାଏ ।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories