www.samajalive.in
Saturday, December 6, 2025
14.1 C
Bhubaneswar

ଲୋକର୍ପଣର ୩ମାସ ପରେ ଭୁଶୁଡି ପଡିଲା ପୋଲ

ଶିବପୁରୀ: ଗତ କିଛିଦିନ ମଧ୍ୟରେ ଦେଶର ଅନେକ ସ୍ଥାନରେ ପୋଲ ଭୁଶୁଡିବାର ଖବର ଦେଖିବାକୁ ବା ଶୁଣିବାକୁ ମିଳିଛି । ମଧ୍ୟପ୍ରଦେଶର ଶିବାପୁରୀ ଜିଲାରେ କିଛି ପୂବରୁ କେନ୍ଦ୍ରୀୟ ମନ୍ତ୍ରୀଙ୍କ ଦ୍ବାରା ଉଦଘାଟିତ ହୋଇଥିବା କୁନୋ ନଦୀର ପୋଲ ମଙ୍ଗଳବାର ବର୍ଷାରେ ଭୁଶୁଡି ପଡିଥିବା ସୂଚନା ମିଳିଛି। ଏଥିରେ କେହି ମୃତାହତ ହୋଇଥିବା ଜଣାପଡି ନାହିଁ ।

ସୂଚନାଯୋଗ୍ୟ, ଏହି ପୋଲ ନିର୍ମାଣରେ ୭ କୋଟି ଟଙ୍କାରୁ ଅଧିକ ଅର୍ଥ ଖର୍ଚ୍ଚ ହୋଇଥିଲା। ପ୍ରାୟ ୩ ମାସ ପୂର୍ବରୁ ମେ ୨୯ରେ କେନ୍ଦ୍ରୀୟ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଏହି ପୋଲକୁ ଲୋକର୍ପଣ କରିଥିଲେ । ଲୋକର୍ପଣର ମାତ୍ର ଦିନ କେଇଟା ପରେ ପ୍ରଥମ ବର୍ଷାରେ ପୋଲଟି ଭୁଶୁଡି ପଡିଛି। ପୋଲ ନିର୍ମାଣରେ ଦୁର୍ନୀତି ହୋଇଥିବା ନେଇ ବିରୋଧୀ ଦଳ ଅଭିଯୋଗ କରିଛି । ନିର୍ବାଚନ ପୂର୍ବରୁ ଏହି ଦୁର୍ଘଟଣା ଘଟିଥିବା ବେଳେ ଏହାକୁ ନେଇ ମଧ୍ୟପ୍ରଦେଶରେ ରାଜ୍ୟ ରାଜନୀତି ଜୋର ଧରିଛି ।

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories