www.samajalive.in
Saturday, December 6, 2025
26.1 C
Bhubaneswar

ପୋଲ ଭାସିବାର ୧୪ ମାସ ପୁରିଲା: ମାଟି ଡ଼ଲାଟିଏ ମଧ୍ୟ ପଡ଼ିପାରିଲାନି, ୫ ଗ୍ରାମବାସୀ ହନ୍ତସନ୍ତ

ଫୁଲବାଣୀ: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଳକ ଅନ୍ତର୍ଗତ ସଲାଗୁଡ଼ା ପଂଚାୟତର ପୁଡ଼େଣି ନାଳ ଉପରେ ଥିବା ପୋଲ ଭାସିବାର ଇତି ମଧ୍ୟରେ ୧୪ ବର୍ଷ ବିତିଲାଣି। ଗତ ଦେଢ ବର୍ଷ ବିତିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ମାଟି ଡ଼ଲାଏ ପଡ଼ିପାରିନାହିଁ। ଫଳରେ ଉକ୍ତ ରାସ୍ତା ଉପରେ ନିର୍ଭର କରୁଥିବା ପ୍ରାୟ ୫ଟି ଗ୍ରାମର ଶହ ଶହ ପରିବାର ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଗତ ୨୦୧୯ ଅଗଷ୍ଟରେ ଲଗାଣ ବର୍ଷା ଯୋଗୁଁ ସଲାଗୁଡ଼ା ଠାରୁ ନେଡ଼ିପଦର ରାସ୍ତାରେ ଥିବା ପୁଡ଼େଣି ନାଳ ପୋଲ ଭୁଷୁଡ଼ିଯିାବ ସହିତ ଭାସିଯାଇଚି। ଫଳରେ ଉକ୍ତ ରାସ୍ତାରେ ଯୋଗାଯୋଗ ବିଛିନ୍ନ ହୋଇ ପଡିଛି। ଲୋକେ ଗୋଛାପଡ଼ା, ଫିରିଙ୍ଗିଆ ବଜାରକୁ ଯାତାୟତ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏବେବି ସମାଜ ଅବସ୍ଥା ଲାଗିରହିଛି। ବର୍ଷାଦିନରେ ନାଳରେ ପାଣି ଆସିବା ଫଳରେ ୫ ଟି ଗ୍ରାମ ଏକ ପ୍ରକାର ବିଛିନ୍ନ ହୋଇ ରହିଯାଉଛି। ଅନ୍ୟ ଦିନ ମାନଙ୍କରେ ଲୋକେ ନାଳ ପାର ହୋଇଯାତୟତ କରୁଛନ୍ତି। ଫଳରେ ନେଡ଼ିପଦର, କୁମ୍ଭାରଖୋଳ, ଗାଡ଼ିପଦର, ବଦାପାଜୁ ଓ କାଟ୍ରାମାଲା ଆଦି ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପୋଲ ଭାସିଯିବା ଦିନ ଠାରୁ ଦୁର୍ଦଶା ବଢିଛି। ରୋଗୀ ହେଉ କିମ୍ବା ଗର୍ଭବତୀ ପୋଲ ଆରପଟକୁ କାନେ୍ଧଇ ଓ ଗରୁତ୍ୱର ମାନଙ୍କୁ ଖଟିଆରେ ନେବାକୁ ପଡୁଛି। ଶହ ଶହ ଜନତା ଉକ୍ତ ରାସ୍ତା ଉପରେ ନିର୍ଭର କରୁଥିଲେ ମଧ୍ୟ କେହି ସାଧାରଣ ଜନତାଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଉନାହାନ୍ତି ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ଗତ ଦିନରେ ବିଡ଼ିଓ ସେଠାକୁ ଯାଇ ପରିସ୍ଥିତି ସମୀକ୍ଷା କରି ଫେରିଛନ୍ତି। ଖୁବ୍‍ ଶିଘ୍ର କାମ ଆରମ୍ଭ ହେବ ବୋଲି କହିଥିଲେ। ତେବେ ଆଜି ଯାଏ କାମ ଆରମ୍ଭ ହୋଇନଥିବା ପ୍ରକାଶ କରିଛନ୍ତି ସରପଂଚ ସୁଭଦ୍ରା କହଁର। ତେବେ ଅଞ୍ଚଳବାସୀଙ୍କ ବାରମ୍ବାର ଦାବିପରେ ଉକ୍ତ ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯେଜାନାର ସାମିଲ୍‍ କରାଗଲା କିନ୍ତୁ ଆଜି ପର୍ଯ୍ରନ୍ତ ଅଧପନ୍ତରିଆ ହୋଇ ପଡ଼ି ରହିଛି ରାସ୍ତାକାମ। ଭାସିଯାଇଥିବା ପୋଲର ନିର୍ମାଣ କାମ ଆରମ୍ଭ ହୋଇନଥିବାର ଦେଖାଯାଇଛି। ଏ ନେଇ ବିଡ଼ିଓ ରଶ୍ମି ରଂଜନ ମହନ୍ତଙ୍କ ପ୍ରତିକ୍ରିୟାରେ ସେହ କହିଛନ୍ତି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ରାସ୍ତା ଯୋଜନାରେ ଏହାକୁ ସାମିଲ୍‍ କରାଯାଇଛି। ଠିକାଦାର ବର୍ତ୍ତମାନ ପର୍ଯ୍ୟନ୍ତ ଅଧାକାମ ଆରମ୍ଭ କରି ବନ୍ଦ କରିଛନ୍ତି। ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ସହିତ ଯୋଗାଯୋଗ କରି ତୁରନ୍ତ ଉକ୍ତ କାର୍ଯ୍ୟ ଯେଭଳି ଭାବେ ସମାପ୍ତ ହେବ ସେନେଇ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories