www.samajalive.in
Monday, December 8, 2025
16.1 C
Bhubaneswar

ମା’ ବରଦାଦୁର୍ଗାଙ୍କୁ କୁଷ୍ମାଣ୍ଡ ରୂପରେ ଉପାଶନା

ବରପାଲି: ବରପାଲି ମାତା ବରଦା ଦୁର୍ଗାଙ୍କ ନବଦିନାତ୍ମକ ୮୧ତମ ଶାରଦିୟ ପୂଜାର୍ଚ୍ଚନା ଅବସରରେ ଚତୁର୍ଥ ଶକ୍ତି ସ୍ୱରୂପା ମାଁ କୁଷ୍ମାଣ୍ଡା ରୂପରେ ପ୍ରଥା ଅନୁଶାରେ ପଣ୍ଡିତ ଓ ପୂଜକ ମାନଙ୍କ ଦ୍ୱାରା ପୂଜାର୍ଚ୍ଚନା ସମାପନ ହୋଇଯାଇଛି। ବୁଧବାର ପ୍ରତ୍ୟୁଷରୁ ପୂଜକ ମାନେ ମା’ଙ୍କ କୁଷ୍ମାଣ୍ଡ ତେଜମୟୀ ରୂପକାନ୍ତି ବେଶକୁ ଭକ୍ତମାନଙ୍କ ଦର୍ଶନାର୍ଥେ ମୂଖ୍ୟ ଦ୍ୱାର ଉନ୍ମୁକ୍ତ କରାଯାଇଥିଲା। ମା’ଙ୍କ ଏହି ସ୍ୱରୂପ ଚତୁର୍ଥ ଦିବସିୟ ପୂଜାର୍ଚ୍ଚନା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ବୋଲି ବିଦିତ ରହିଛି। ଚତୁର୍ଥ ଦିବସରେ ସାଧକର ମାନସିକ ସ୍ଥିତି ଅନାହତ ଚକ୍‍୍ରରେ ସ୍ଥିତ ରହିିଥାଏ। ମା’ ଅଷ୍ଟଭୁଜା ନାମରେ ବିଖ୍ୟାତ ତାଙ୍କର ସାତଟି ହାତରେ ଧନୁ,ବାଣ,କମଳ ପୁଷ୍ପ,ଅମୃତପୂର୍ଣ୍ଣ କଳସ,ଚକ୍ର ତଥା ଗଦା ରହିଥିବା ବେଳେ ଅଷ୍ଟମ ହାତରେ ମା’ ସର୍ବସିଦ୍ଧି-ସର୍ବନିଧି ପ୍ରଦାୟକ ଜପମାଳା ବହନ କରିଥାନ୍ତି। କୁଷ୍ମାଣ୍ଡଙ୍କ ଉପାଶନାରେ ସାଧକ ମନୋବାଞ୍ଛିତ ଫଲପ୍ରାପ୍ତି କରିବା ସହିତ ସକଳ ରୋଗଶୋକ ବିନିଷ୍ଠ ହେବା ସହିତ ଆୟୁ,ଯଶ,ବଳ ଓ ସ୍ୱାସ୍ଥ୍ୟର ଉନ୍ନତି ହୋଇଥାଏ ବୋଲି ପଣ୍ଡିତ ସୁବଳ ମିଶ୍ରଙ୍କ ନିକଟରୁ ଜଣାପଡ଼ିଥିଲା।
ସେହିପରି ଗତକାଲି ମା’ ଚନ୍ଦ୍ରଘଣ୍ଟା ବେଶରେ ପୂଜାର୍ଚ୍ଚନା ହୋଇଥିବା ବେଳେ ଆଜି ମଙ୍ଗଳବାର କୁଷ୍ମାଣ୍ଡା ବେଶରେ ମା’ଙ୍କ ପୂଜାର୍ଚ୍ଚନା ରୀତିନୀତି ଅନୁଶାରେ ହୋଇଥିଲା। ଆସନ୍ତା ୨୧ତାରିଖ ମା’ଙ୍କୁ ସ୍କନ୍ଦମାତା ରୂପକାନ୍ତିରେ ସଜ୍ଜିତ କରାଯିବା ସହିତ ୨୨ତାରିଖ କାତ୍ୟାୟନୀ ରୂପରେ ମା’ ପୂଜା ପାଇବେ। ୨୩ତାରିଖ କାଳରାତ୍ରୀ ବେଶରେ ମା’ ଶୋଭାବର୍ଦ୍ଧନ କରୁଥିବା ବେଳେ ଅକ୍ଟୋବର ୨୪ତାରିଖ ମହାଗୌରୀ ରୂପ ସହ ମହାଷ୍ଟମୀ ପୂଜା ଚଣ୍ଡିପାଠ ହୋମଯଜ୍ଞ କାର୍ଯ୍ୟକ୍ରମର ସୂଭାରମ୍ଭ ହୋଇ ଭାଇ ଯୁଇନ୍ତିଆ ପର୍ବ ମା’ ଓ ଭଉଣି ମାନଙ୍କ ଦ୍ୱାରା ପାଳିତ ହେବ। ସେହିପରି ୨୫ତାରିଖ ସିଦ୍ଧିଧାତ୍ରୀ ରୂପ ସହ ମହାନବମୀ ସନ୍ଧିପୂଜା କାର୍ଯ୍ୟକ୍ରମ ସହ ନବମିପୂଜା ପାଳନ କରାଯିବ । ଆସନ୍ତା ୨୫ତାରିଖ ପୀଠେ ଦଶମୀ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ରହିଥିବା ବେଳେ ମା’ ବରଦାଙ୍କ ବିଜୟାଦଶମୀ ଦଶହରା ଉତ୍ସବ ପାଳିତ ହେବ। ଆସନ୍ତା ୩୧ତାରିଖ କୁମାର ପୁର୍ଣ୍ଣମୀ ତିଥିରେ ମା’ଙ୍କର ସୂନାବେଶ ଏବଂ ମା’ ରାଜ ରାଜେଶ୍ୱରୀ ରୂପରେ ଶୋଭାବର୍ଦ୍ଦନ କରି ଜଗତର କଲ୍ୟାଣଦାୟିନୀ ରୂପେ ନିଜର ଆଶିର୍ବାଦ ପ୍ରଦାନ କରିବେ ବୋଲି ଭକ୍ତ ଆଶା ଭରସା ରଖିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories