www.samajalive.in
Sunday, December 7, 2025
23.1 C
Bhubaneswar

ପୂର୍ବତନ ପୁଲିସ ଆଇ.ଜି. ସୁରେନ୍ଦ୍ର ନାଥ ସ୍ୱାଇଁଙ୍କ ବିୟୋଗରେ ଆଇ.ପି.ଏସ୍ ସଂଘର ଶୋକ

କଟକ :  ପୂର୍ବତନ ପୁଲିସ ଆଇ.ଜି ସୁରେନ୍ଦ୍ର ନାଥ ସ୍ୱାଇଁଙ୍କ ବିୟୋଗରେ ରାଜ୍ୟ ଆଇ.ପି.ଏସ୍ ସଂଘର ସଭ୍ୟ ସଭ୍ୟା ମାନେ ଗଭୀର ମର୍ମାହତ ହୋଇଛନ୍ତି। ଆଜି ଅପରାହ୍ନରେ ରାଜ୍ୟ ପୁଲିସ ମୁଖ୍ୟାଳୟ, କଟକ ଠାରେ ପୁଲିସ ଡି.ଜି ଶ୍ରୀ ଅଭୟଙ୍କ ଅଧ୍ୟକ୍ଷତାରେ ଏକ ଶୋକ ସଭା ଅନୁଷ୍ଠିତ ହୋଇ ସ୍ୱର୍ଗତ ନାୟକଙ୍କ ସ୍ମୃତିଚାରଣ କରାଯାଇଥିଲା। ଏହି ଅବସରରେ ସ୍ୱର୍ଗତ ସ୍ୱାଇଁଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ ଅର୍ପଣ କରାଯିବା ସହ ତାଙ୍କ ଅମର ଆତ୍ମାର ସତଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା। ସଂଘ ତରଫରୁ ସ୍ୱର୍ଗତ ସ୍ୱାଇଁଙ୍କ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରାଯାଇଥିଲା।

ପ୍ରାରମ୍ଭରେ ଆଇ.ପି.ଏସ୍ ସଂଘର ସଂପାଦକ ତଥା ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ ସ୍ୱର୍ଗତ ସ୍ୱାଇଁଙ୍କ ଚାକିରୀ ଜୀବନ ଉପରେ ଆଲୋକପାତ କରିଥିଲେ। କେନ୍ଦ୍ରାପଡା ଜିଲା ରାଜକନିକାର ମୂଳ ବାସିନ୍ଦା ସ୍ୱର୍ଗତ ସ୍ୱାଇଁ ରାଜ୍ୟ ପୋଲିସରେ ବିଭିନ୍ନ ପଦ ପଦପଦବୀରେ ଦକ୍ଷତାର ସହ କାର୍ୟ୍ୟ ସଂପାଦନ କରିଥିଲେ। ଏହି ସଭାରେ ଓଡିଶା ପୋଲିସ ଗୃହ ନିର୍ମାଣ ଓ କଲ୍ୟାଣ ନିଗମର ଏସ. ଅକ୍ଷୟ, ଅତିରିକ୍ତ ଡି.ଜି ଲଳିତ ଦାସ, ୱାଇ. କେ. ଜେଠୱା, ଆର୍. କେ. ଶର୍ମା, ଆଇ. ଜି ସଂଜୟ ସିଂ, ଯତୀନ୍ଦ୍ର କୋଏଲ୍, ଏସ୍. ପ୍ରବିନ୍ କୁମାରଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଅତିରିକ୍ତ ଡି.ଜି ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories