www.samajalive.in
Saturday, December 6, 2025
16.1 C
Bhubaneswar

ବର ପସନ୍ଦ ହେଲାନାହିଁ, ଛଅ ଫେରା ପରେ କନ୍ୟା ବେଦୀରୁ ଉଠିଗଲା

ମହୋବା (ଉତ୍ତରପ୍ରଦେଶ): ସଂପ୍ରତି ଦେଶରେ ବିବାହକୁ ନେଇ ମଝିରେ କିଛି ନା କିଛି ନାଟକୀୟ ଘଟଣା ଘଟିବାରେ ଲାଗିଛି । ଗତ ସପ୍ତାହରେ ଉତ୍ତର ପ୍ରଦେଶର ଜଉନପୁରର ଜଣେ ନବ ବିବାହିତା କନ୍ୟା ଶ୍ୱଶୁର ଘରେ ପହଞ୍ଚିବା ପରେ ବରକୁ ଶକ୍ତ ଚାପୁଡା ମାରି ନିଜ ବାପଘରକୁ ଫେରିଆସିବା ବେଶ ଚର୍ଚ୍ଚାର ବିଷୟ ହୋଇଥିଲା ।

ଜଉନପୁର ଜିଲାର ଖୁଟାହାନ୍‍ ବ୍ଲକ ଅନ୍ତର୍ଗତ ଲାଭାୟେଁ ଗ୍ରାମରେ ଏହି ଘଟଣା ଗତ ରବିବାର ଘଟିଥିଲା । ନବ ବିବାହିତା କନ୍ୟା ନିଜ ଶ୍ୱଶୁର ଘର ନିକଟରେ ପହଞ୍ଚି କାରରୁ ଓହ୍ଲାଇବା ପରେ ବରକୁ ଶକ୍ତ ଚାପୁଡା ମାରିଥିଲା । ତାହାପରେ ସେ ବିବାହ ସମୟର ଲେହେଙ୍ଗା ଓହ୍ଲାଇ ସାଧାରଣ ପୋଷାକ ପିନ୍ଧି ବାପଘରକୁ ଚାଲିଆସିଥିଲା । ପ୍ରାଥମିକ ତଦନ୍ତରୁ ଜଣାଯାଇଛି ଯେ ଉକ୍ତ ଯୁବତୀ ଅନ୍ୟ ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ । ତାଙ୍କ ପରିବାର ଲୋକ ଏହି ଯୁବକଙ୍କ ସହିତ ବିବାହ ସ୍ଥିର କରିବା ପରେ ଯୁବତୀ ତାଙ୍କୁ ବିବାହ କରିଥିଲେ । କିନ୍ତୁ ଶ୍ୱଶୁର ଘର ଦୁଆର ବନ୍ଧ ମାଡିବା ପୂର୍ବରୁ ବାପଘରକୁ ଫେରିଆସିଥିଲେ ।

- Advertisement -

ଆଉଏକ ମଜାଦାର ଘଟଣା ଘଟିଛି ମହୋବାରେ । ବିବାହ ବେଦିରେ ଅଗ୍ନିକୁ ସାକ୍ଷୀ ରଖି ବର-କନ୍ୟା ପ୍ରଦକ୍ଷିଣ କରୁଥିବା ବା ଫେରା ନେଉଥିଲେ । ତେବେ ଛଅ ଫେରା ପରେ କନ୍ୟା ହଠାତ ଅଟକିଗଲା । ଉତ୍ତରପ୍ରଦେଶର କୁଲପାହାଡ ଗ୍ରାମରେ ଏହି ଘଟଣା ଘଟିଛି । ଛଅ ଫେରା ପରେ କନ୍ୟା ବେଦୀରୁ ଓହ୍ଲାଇ ନିଜ କୋଠାରୀ ମଧ୍ୟକୁ ଚାଲିଗଲା । ହଠାତ କେହି କିଛି ବୁଝିପାରିଲେ ନାହିଁ । ତାଙ୍କୁ ଯେତେବେଳେ ପଚରାଗଲା, ସେତେବେଳେ କନ୍ୟା କହିଲେ, ଯେ ବର ତାଙ୍କର ପସନ୍ଦ ନୁହେଁ । ପରିବାର ଲୋକ ଯେତେ ବୁଝାଇଲେ ମଧ୍ୟ ସେ ବୁଝିବାକୁ ନାରାଜ ଥିଲେ । ଏପରିକି ଗ୍ରାମରେ ପଞ୍ଚାୟତ ବସିଲା, କନ୍ୟାଙ୍କୁ ଫେରା ସଂପୂର୍ଣ୍ଣ କରିବାକୁ କୁହାଗଲା । କିନ୍ତୁ ତାହା ମାନିବାକୁ କନ୍ୟା ନାରାଜ । ଶେଷରେ ଅଧା ବିବାହରୁ ବର ନିଜ ଘରକୁ ଏକା ଫେରିଗଲା ।

Hot this week

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

Related Articles

Popular Categories