www.samajalive.in
Saturday, December 6, 2025
14.1 C
Bhubaneswar

ବର-କନ୍ୟା ଉଭୟ ଉଭୟଙ୍କୁ ପିନ୍ଧାଇଲେ ମଙ୍ଗଳସୂତ୍ର

ମୁମ୍ବଇ: ସାରା ଦେଶ ଏବେ କରୋନା ସହିତ ଲଢେଇ କରୁଛି। କିଏ କେତେବେଳେ ଏହି ମହାମାରୀରେ ସଂକ୍ରମିତ ହେବ, କାହାର କେତେବେଳେ ଜୀବନ ଯିବ, ସେକଥା କେହି ଜାଣିନି। ତା’ଭିତରେ ଜୀବନ ବଞ୍ଚିବାକୁ ପଡୁଛି ସଭିଙ୍କୁ। ଚାରିଆଡେ ହା ହା କାର ଏବଂ ତାଲାବନ୍ଦ ଭଳି କୋଭିଡ କଟକଣା ମଧ୍ୟରେ ସମସ୍ତେ ନିଜ ମନକୁ ସ୍ଥିର ଓ ସୁସ୍ଥ ରଖିବାକୁ ପ୍ରୟାସ କରୁଛନ୍ତି। ଏହି ମହାମାରୀରେ ଗୋଟିଏ ପଟେ ଶ୍ମଶାନରେ ଜୁଇ ଜଳିବା ବେଳେ ଅନ୍ୟପଟେ ବିବାହ ବି ଚାଲିଛି, ଯୋଡି ହେଉଛି ନୂଆ ସଂପର୍କ ଏବଂ ଆରମ୍ଭ ହେଉଛି ନୂଆ ସଂସାର।

ଆମ ଦେଶରେ ପାରମ୍ପରିକ ଭାବରେ ବିବାହ ଉତ୍ସବରେ ବର ତାହାର ଭାବିପତ୍ନୀ ଗଳାରେ ମଙ୍ଗଳସୂତ୍ର ପିନ୍ଧାଇ ଦେଇଥାନ୍ତି। ଏହା ଜଣେ ମହିଳାଙ୍କୁ ସେ ବିବାହିତର ପରିଚୟ ଦେଇଥାଏ। କିନ୍ତୁ ନିକଟରେ ଏମିତି ଏକ ଘଟଣା ଘଟିଛି, ଯାହା ସାମାଜିକ ଗଣମାଧ୍ୟମରେ ଅନେକଙ୍କର ଦୃଷ୍ଟି ଆକର୍ଷଣ କରିଛି। ଅନେକ ଲୋକ ଏହାକୁ ଦେଖିସାରିଛନ୍ତି। ଶାର୍ଦ୍ଦୁଳ କଦମ ନାମକ ଜଣେ ବ୍ୟକ୍ତିଙ୍କର ବିବାହ ଇତିଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ତେବେ ସେ ନିଜ ବିବାହରେ କିଛି ସ୍ୱତନ୍ତ୍ର କରିବାକୁ ଚାହିଁଥିଲେ। ବିବାହ ବେଦୀରେ ଅଗ୍ନିକୁ ସାକ୍ଷୀରଖି ସେ ସେ ନିଜର ଭାବିପତ୍ନୀଙ୍କ ସହିତ ବିବାହ ହୋମ ଚାରିପଟେ ସାଥର ପରିକ୍ରମା କରିବା ପରେ ଭାବିପତ୍ନୀଙ୍କ ଗଳାରେ ମଙ୍ଗଳସୂତ୍ର ପିନ୍ଧାଇ ଦେଇଥିଲେ। ପରେ ଭାବିପତ୍ନୀ ଶାର୍ଦ୍ଦୁଳଙ୍କ ଗଳାରେ ମଧ୍ୟ ମଙ୍ଗଳସୂତ୍ର ପିନ୍ଧାଇଥିଲେ।

- Advertisement -

ଶାର୍ଦ୍ଦୁଳଙ୍କ ନବ ବିବାହିତା ପତ୍ନୀଙ୍କ ନାମ ତନୁଜା। ସେମାନେ ମହାବିଦ୍ୟାଳୟରେ ପରସ୍ପରଙ୍କୁ ଭେଟିଥିଲେ। ତେବେ ସେମାନେ ସ୍ନାତକ ଶିକ୍ଷା ଶେଷକରିବାର ଚାରିବର୍ଷ ପରେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହେଲା। ଅବଶ୍ୟ ସେମାନଙ୍କ ସଂପର୍କ ଏକ ଅସ୍ୱାଭାବିକ ଭାବରେ ଆରମ୍ଭ ହୋଇଥିଲା। ହିମେଶ ରେଶମିୟାଙ୍କର ଏକ ଗୀତ ଇନଷ୍ଟାଗ୍ରାମରେ ଦେଖି ତନୁଜା ତାହା ତଳେ ‘ଅତ୍ୟାଚାର’ (ଟର୍ଚର) ବୋଲି ମନ୍ତବ୍ୟ ଦେଇଥିଲେ। ସେଥିରେ ଶାର୍ଦ୍ଦୁଳ ନିଜ ମନ୍ତବ୍ୟରେ ଖୁବ ଅତ୍ୟାଚାର (ମହା ଟର୍ଚର) ବୋଲି ମନ୍ତବ୍ୟ ଦେଲେ। ସେହିଠାରୁ ସେମାନଙ୍କ ମଧ୍ୟରେ ସଂପର୍କ ଆରମ୍ଭ ହେଲା। ପରସ୍ପର ପରସ୍ପର ସହିତ ଏକବର୍ଷ ସଂପର୍କରେ ରହିବା ପରେ ଦେଶରେ କୋଭିଡ-୧୯ର ପ୍ରଥମ ଲହର ହ୍ରାସପରେ ବିବାହ କରିବାକୁ ନିଷ୍ପତ୍ତି ନେଲେ। ସେହିସମୟରେ ଶାର୍ଦ୍ଦୁଳ ଉଭୟ ଉଭୟଙ୍କୁ ମଙ୍ଗଳସୂତ୍ର ପିନ୍ଧାଇବା ଯୋଜନା କରିଥିଳେ। ଏକଥା ସେ ତନୁଜାଙ୍କୁ ଜଣାଇଥିଲେ ଏବଂ ତନୁଜା ମଧ୍ୟ ସେଥିରେ ରାଜି ହୋଇଥିଲେ। ଶେଷରେ ତାହା ହିଁ ହେଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories