ସନ୍ଧ୍ୟା ୬ଟା ସୁଦ୍ଧା ମୁଖ୍ୟ ସମ୍ବାଦ( ମେ’୬ ୨୦୨୧)

ଦେଶ/ବିଦେଶ ଖବର

ନୂଆଦିଲ୍ଲୀ: କରୋନା ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ; ତ୍ଵରିତ ଟିକାକରଣ ଉପରେ ଗୁରୁତ୍ଵ

କଲକାତା: ପଶ୍ଚିମବଙ୍ଗ ଯାଉଥିବା ରେଳଯାତ୍ରୀଙ୍କ ପାଇଁ କରୋନା ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଜୁନ ପହିଲାରେ କେରଳ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ସୂଚନା ଦେଲା ଭାରତୀୟ ପାଣିପାଗ ବିଭାଗ।

ରାୟପୁର: ଛତିଶଗଡ଼ର ବିଳାସପୁର ଅଞ୍ଚଳରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ହୋମିଓପାଥି ଔଷଧ ଖାଇ ଗୋଟିଏ ପରିବାରର ୮ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ୫ ଜଣ ଗୁରୁତର ଅସୁସ୍ଥ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ପୀଡ଼ିତମାନେ ସ୍ଥାନୀୟ ଜଣେ ହୋମିଓପାଥି ଡାକ୍ତରଙ୍କଠାରୁ ଡ୍ରୋସେରା ୩୦ ନାମକ ଔଷଧ ଖାଇଥିବା ସ୍ଥାନୀୟ ସିଏମଓ ସୂଚନା ଦେଇଛନ୍ତି।

ନୂଆଦିଲ୍ଲୀ: ଆଗାମୀ ଦୁଇଦିନ ମଧ୍ୟରେ ଭାରତକୁ ଆହୁରି ୧୫୦,୦୦୦ ପାନ ସ୍ପୁଟନିକ୍-ଭି ଟିକା ପଠାଇବ ରୁଷ। ଏହା ବ୍ୟତୀତ ମେ ଶେଷ ସୁଦ୍ଧା ହାଇଦ୍ରାବାଦରେ ଥିବା ଅଂଶୀଦାର ‘ଡକ୍ଟର୍ ରେଡିସ୍ ଲାବରେଟୋରି’କୁ ରୁଷ୍ ଆହୁରି ୩୦ ଲକ୍ଷ ସ୍ପୁଟନିକ୍-ଭି ଟିକା ପଠାଇବ ବୋଲି ଜଣାପଡ଼ିଛି।

ନୂଆଦିଲ୍ଲୀ: ନଭେମ୍ବର ମାସ ବେଳକୁ କରୋନା ମହାମାରୀର ୩ୟ ତରଙ୍ଗ ଆସିପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଏହି ପର୍ଯ୍ୟାୟରେ ଯୁବପିଢ଼ିମାନେ ଅଧିକ ପ୍ରଭାବିତ ହୋଇପାରନ୍ତି ବୋଲି ବିଶେଷଜ୍ଞମାନେ ଅନୁମାନ କରିଛନ୍ତି।

କଲକାତା: କୋଭିଡ ୧୯ର ବ୍ୟାପକ ସଂକ୍ରମଣ ଉପରେ ରୋକ୍‌ ଲଗାଇବା ଏବଂ ସଂକ୍ରମଣର ଶୃଙ୍ଖଳ ଭାଙ୍ଗିବା ଲାଗି ପଶ୍ଚିମବଙ୍ଗ ସରକାର ଅନ୍ୟ ରାଜ୍ୟରୁ ଯାଉଥିବା ଯାତ୍ରୀମାନଙ୍କ ପାଇଁ କରୋନା ଆରଟିପିସିଆର ନେଗେଟିଭ ରିପୋର୍ଟକୁ ବାଧ୍ୟତାମୂଳକ କରିଛନ୍ତି। ଏହି ରିପୋର୍ଟ ମୂଳ ଷ୍ଟେସନରୁ ଟ୍ରେନ୍ ଛାଡିବାର ୭୨ ଘଣ୍ଟା ମଧ୍ୟରେ ପରୀକ୍ଷା କରାଯାଇଥିବା ଦରକାର ।

ନୂଆଦିଲ୍ଲୀ: ଦେଶରେ କରୋନାର ୨ୟ ତରଙ୍ଗ ସଂକ୍ରମଣ ବୃଦ୍ଧି ପାଇଁ ନିର୍ବାଚନ ଆୟୋଗ (ଇସି) ଦାୟୀ ବୋଲି ମାଡ୍ରାସ ହାଇକୋର୍ଟ ଦେଇଥିବା ଟିପ୍ପଣୀକୁ ଅନୁଚିତ ଏବଂ କଠୋର ଦର୍ଶାଇଲେ ସର୍ବୋଚ୍ଚ ନ୍ୟାୟାଳୟ। ଏପରି ଟିପ୍ପଣୀ ଦେବା ପୂର୍ବରୁ ବିଚାରପତିମାନେ ନିଜ ଉପରେ ସଂଯମତା ରକ୍ଷା କରନ୍ତୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ନୂଆଦିଲ୍ଲୀ: ବୁଧବାର ଦେଶରେ ୪.୧୨ ଲକ୍ଷ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏଥିସହିତ ଗୋଟିଏ ଦିନରେ ୩୯୮୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ସରକାରୀ ସୂତ୍ର ଅନୁଯାୟୀ ଗୋଟିଏ ଦିନରେ ଏତେ ସଂଖ୍ୟକ ସଂକ୍ରମିତ ପ୍ରାଣ ହରାଇବା ଏହା ପ୍ରଥମ ଘଟଣା। ଏହାଦ୍ୱାରା ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨,୩୦,୧୬୮କୁ ବୃଦ୍ଧିପାଇଛି।

ହାଇଦରାବାଦ: କରୋନା ମହାମାରୀ, ତଦ୍‍ଜନିତ ତାଲାବନ୍ଦ ଭାରତୀୟ ଜନସାଧାରଣଙ୍କ ଉପରେ ଶାରୀରିକ, ମାନସିକ ଓ ଆର୍ଥିକ ସ୍ତରରେ ସାଂଘାତିକ ପ୍ରଭାବ ପକାଉଛି। ମହାମାରୀ କାରଣରୁ ଭାରତର ୨୩ କୋଟି ଲୋକ ଉତ୍କଟ ଦାରିଦ୍ର୍ୟ ମଧ୍ୟକୁ ଠେଲି ହୋଇଯାଇଛନ୍ତି ବୋଲି ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତ ଏକ ରିପୋର୍ଟରେ କୁହାଯାଇଛି।

ନୂଆଦିଲ୍ଲୀ: କରୋନା ମହାମାରୀ ସଂକ୍ରମଣର ୨ୟ ତରଙ୍ଗ ଦ୍ରୁତଗତିରେ ବ୍ୟାପୁଥିବାରୁ ବିଭିନ୍ନ ରାଜ୍ୟର ସରକାରମାନେ ଘୋଷଣା କରିଥିବା ତାଲାବନ୍ଦକୁ ବିରୋଧ କରିଛନ୍ତି କୃଷକ ସଂଗଠନ। ପଞ୍ଜାବର ୩୨ କୃଷକ ସଂଗଠନ ତାଲାବନ୍ଦକୁ ବିରୋଧ କରି ଆନ୍ଦୋଳନ ଡାକରା ଦେଇଛନ୍ତି। ଆସନ୍ତା ୮ ତାରିଖରେ ସେମାନେ ପଞ୍ଜାବରେ ଦୋକାନ ବଜାର ଖୋଲିବାକୁ ବ୍ୟବସାୟୀ ଏବଂ ସାଧାରଣ ଜନତାଙ୍କୁ ଆହ୍ବାନ କରିଛନ୍ତି।

ମୁମ୍ବଇ: କରୋନାର ଶିକାର ହୋଇ ଆଖି ବୁଜିଲେ ଆଉ ଜଣେ ଅଭିନେତ୍ରୀ। ‘ଛିଛୋରେ’ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଅଭିଳାଷା ପାଟିଲଙ୍କର କୋଭିଡ଼୍-୧୯ ସଂକ୍ରମଣ ଯୋଗୁଁ ଦେହାନ୍ତ ହୋଇଥିବା ସୂଚନା ମିଳିଛି। ୪୭ ବର୍ଷିୟା ଅଭିଳାଷା ଅନେକ ହିନ୍ଦୀ ଓ ମରାଠୀ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।

ମୁମ୍ବଇ: ଦେଶରେ କରୋନା ଟିକା କୋଭିଶିଲ୍ଡ ପ୍ରସ୍ତୁତକର୍ତ୍ତା ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (ଏସଆଇଆଇ)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଅଦର ପୁନାୱାଲା ଏବଂ ତାଙ୍କ ପରିବାରକୁ ଜେଡ୍‌ ଯୁକ୍ତ ସୁରକ୍ଷା ଯୋଗାଇ ଦେବାକୁ ଦାବି ହୋଇଛି। ଏଥିପାଇଁ ବମ୍ବେ ହାଇକୋର୍ଟରେ ଏକ ପିଟିଶନ ଦାୟର କରାଯାଇଛି। ବର୍ତ୍ତମାନ ପୁନାୱାଲାଙ୍କୁ ୱାଇ ଶ୍ରେଣୀର ସୁରକ୍ଷା ଯୋଗାଇ ଦିଆଯାଇଛି। ସେ ଏବେ ବ୍ରିଟେନରେ ଅଛନ୍ତି।

prayash

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) ମୁଖିଆ ଚୋୖଧୁରୀ ଅଜିତ ସିଂହଙ୍କର ପରଲୋକ ଘଟିଛି। ସେ କରୋନାରେ ଆକ୍ରାନ୍ତ ହୋଇ ଗୁରୁଗ୍ରାମର ଏକ ଡାକ୍ତରଖାନାରେ ଚିକିତ୍ସିତ ଥିଲେ। ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା।

ଦୁବାଇ: ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ (ଆଇସିସି) ପକ୍ଷରୁ ବୁଧବାର ପ୍ରକାଶିତ ଟେଷ୍ଟ ବ୍ୟାଟ୍‌ସମ୍ୟାନ୍ ତାଲିକାର ପ୍ରଥମ ୧୦ ଜଣଙ୍କ ମଧ୍ୟରେ ୩ ଜଣ ଭାରତୀୟ ରହିଛନ୍ତି। ଅଧିନାୟକ ବିରାଟ କୋହଲି ୮୧୪ ପଏଣ୍ଟ ସହ ପୂର୍ବପରି ୫ମ ସ୍ଥାନ ବଜାୟ ରଖିଥିବା ବେଳେ ୱିକେଟ ରକ୍ଷକ ବ୍ୟାଟ୍‌ସମ୍ୟାନ୍ ଋଷଭ ପନ୍ତ୍ ଏବଂ ରୋହିତ ଶର୍ମା ଯୁଗ୍ମ ଭାବେ ୬ଷ୍ଠ ସ୍ଥାନରେ ରହିଛନ୍ତି।

ରାଜ୍ୟ ଖବର

ଭୁବନେଶ୍ୱର: କରୋନା ଟିକାକରଣ ଯେଉଁମାନେ ଦ୍ବିତୀୟ ଡୋଜ୍‌ ଅପେକ୍ଷାରେ ଅଛନ୍ତି, ସେମାନଙ୍କୁ ପ୍ରଥମେ ଦିଆଯିବ: ପ୍ରଦୀପ୍ତ ମହାପାତ୍ର

ଯାଜପୁର : ଯାଜପୁର ଜିଲାର କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିମାନଙ୍କର ଟିକାକରଣ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। 

ଭୁବନେଶ୍ୱର: ଦେଶର ବିଭିନ୍ନ ଭାଗକୁ ଓଡ଼ିଶା ପଠାଇଲାଣି ୬୩୫୪ ଟନ୍‍ରୁ ଅଧିକ ଅମ୍ଳଜାନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ପରିଚାଳନା ପାଇଁ ୩ ଜିଲାକୁ ୭.୬୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ପୁରୀ ପାଇଁ ୨ କୋଟି, ସୁବର୍ଣ୍ଣପୁର ପାଇଁ ୧ କୋଟି, ସମ୍ବଲପୁର ପାଇଁ ୪ କୋଟି ୬୨ ଲକ୍ଷ ଟଙ୍କା ଘୋଷଣା କରାଯାଇଛି।

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୧୦,୫୨୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୪୭୭ ଓ ସୁନ୍ଦରଗଡରୁ ୧୧୮୬ ଜଣଙ୍କୁ ଚିହ୍ନଟ କରାଯାଇଛି।

ଭୁବନେଶ୍ଵର: ରାଜ୍ୟରେ ଗୋଟିଏ ଦିନରେ ୧୭ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୨୧୨୧କୁ ବୃଦ୍ଧି ପାଇଛି।

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଭିଡ଼ିଓ କନଫରେନ୍ସିଂ  ମାଧ୍ୟମରେ ଓଡ଼ିଶାରେ ପରିଚାଳିତ କେନ୍ଦ୍ରୀୟ ରଷ୍ଟ୍ରାୟାତ୍ତ ଉଦ୍ୟୋଗ(ପିଏସୟୁ) ଗୁଡ଼ିକର ମୁଖ୍ୟ, ରାଜ୍ୟ ସରକାରଙ୍କ ଅଧିକାରୀ, ସ୍ୱାସ୍ଥ୍ୟ ସଂଗଠନ, ବ୍ୟାଙ୍କିଂ ଏବଂ ରେଳ କ୍ଷେତ୍ରର ପ୍ରମୁଖ ଅଧିକାରୀଙ୍କ ସହ ଓଡ଼ିଶାରେ କୋଭିଡ୍ ପରିଚାଳନା ପ୍ରସ୍ତୁତି ଏବଂ ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପରେ ସମୀକ୍ଷା କରିଛନ୍ତି। ଏହି ସମୟରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ ସମସ୍ତଙ୍କୁ ରାଜ୍ୟରେ ଟେଷ୍ଟିଂ, ଭେଣ୍ଟିଲେଟର, ଟିକାକରଣ ଓ ଅମ୍ଳଜାନ ବ୍ୟବସ୍ଥା ବଢାଇବା ସହ ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପରେ ଗୁରୁତ୍ୱ ଦେବାକୁ ପରମର୍ଶ ଦେଇଛନ୍ତି।

ଭୁବନେଶ୍ଵର: ରାଜ୍ୟରେ ୯୭% ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଓ ୮୭%କୁ ଦ୍ବିତୀୟ ପାନ ଟିକା ଦିଆଗଲାଣି। ସେହିପରି ୯୭% ସମ୍ମୁଖ ଯୋଦ୍ଧା ପ୍ରଥମ ପାନ ଏବଂ ୮୫% ୨ୟ ପାନ ଟିକା ନେଲେଣି। ଟିକାକରଣ ସମ୍ପର୍କରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏହି ସୂଚନା ଦେଇଛନ୍ତି।

ଭୁବନେଶ୍ୱର: କରୋନାରେ ଆଜି ଆଉ ଜଣେ କରୋନା ଯୋଦ୍ଧାଙ୍କ ପରଲୋକ ଘଟିଛି। ଭୁବନେଶ୍ୱର ସିଆରପିଏଫ ଡିଆଇଜି ସୁନୀଲ କୁମାର ପାର୍ଥ କରୋନାରେ ଆଖି ବୁଜିଛନ୍ତି। ସେ ସିଆରପିଏଫ ଗ୍ରୁପ ସେଣ୍ଟରର ଡିଆଇଜି ଥିଲେ।

ଭୁବନେଶ୍ଵର: ରାଜଭବନରେ କରୋନା ପ୍ରବେଶ କରିଛି। ରାଜ୍ୟପାଳଙ୍କ ମୁଖ୍ୟ ସୁରକ୍ଷା ଅଧିକାରୀ ମନୋଜ ମିଶ୍ରଙ୍କ ସହ ୮ ବରିଷ୍ଠ ଅଧିକାରୀ ଏହ ଭୂତାଣୁରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ସେହିପରି ରାଜଭବନରେ କାର୍ଯ୍ୟରତ କେତେ ଜଣ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟ ମଧ୍ୟ ଆକ୍ରାନ୍ତ ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି।

ଭୁବନେଶ୍ୱର: ଟିକାକରଣ ପାଇଁ ଦୂରଭାଷ ଯନ୍ତ୍ରରେ ବାର୍ତ୍ତା ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ ବାରମ୍ବାର ଜନସାଧାରଣଙ୍କୁ ଅବଗତ କରାଯାଉଛି। କିନ୍ତୁ ଅନେକ କ୍ଷେତ୍ରରେ କିଛି ଲୋକ ମିଛ ବାହାନା କରିବ ବାହାରେ ବୁଲୁଛନ୍ତି। ତେଣୁ ଯେଉଁମାନଙ୍କ ନିକଟକୁ ଦୂରଭାଷ ଯନ୍ତ୍ର ଜରିଆରେ ବାର୍ତ୍ତା ଯିବ ସେମାନେ ହିଁ ଟିକାକରଣ କେନ୍ଦ୍ର ଯାଇ ପାରିବେ ବୋଲି ମୁଖ୍ୟସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି।

ଭୁବନେଶ୍ବର: କରୋନା ପାଇଁ ଅବସରକାଳୀନ ଭତ୍ତା ଓ ଅନ୍ୟାନ୍ୟ ସୁବିଧା ପାଉଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ବାର୍ଷିକ ଜୀବନ୍ତ ପ୍ରମାଣପତ୍ର ଦାଖଲ ସମୟସୀମା ତିନିମାସ ବୃଦ୍ଧି କରାଯାଇଛି। ପୂର୍ବରୁ ଏହା ୨୦୨୦ ନଭେମ୍ବର ମାସରୁ ମେ ୨୦୨୧ ପର୍ଯ୍ୟନ୍ତ ଘୁଞ୍ଚା ଯାଇଥିଲା। କରୋନା ପରିସ୍ଥିତିକୁ ନଜରରେ ରଖି ଅର୍ଥ ବିଭାଗ ଏହି ସମୟସୀମା ଆସନ୍ତା ଜୁନ ମାସରୁ ଅଗଷ୍ଟ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

kalyan agarbati

Comments are closed.