www.samajalive.in
Sunday, December 7, 2025
26.1 C
Bhubaneswar

କେମିତି ବଢାଇବେ ଶରୀରର ରୋଗ ପ୍ରତିରୋଧ ଶକ୍ତି

ନୂଆଦିଲ୍ଲୀ: ଦେଶର ସାଂପ୍ରତିକ ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଚିକିତ୍ସା ବିଶେଷଜ୍ଞମାନେ ଜନସାଧାରଣଙ୍କୁ କୋଭିଡ କଟକଣା ସଂପୂର୍ଣ୍ଣ ଓ ସଠିକ ଭାବରେ ପାଳନ କରିବାକୁ ବାରମ୍ବାର ପରାମର୍ଶ ଦେଉଛନ୍ତି। ଏଥିସହିତ ସଂକ୍ରମଣକୁ ପ୍ରତିହତ କରିବାକୁ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ଉପରେ ମଧ୍ୟ ସମ ପରିମାଣରେ ଗୁରୁତ୍ୱ ଦିଆଯାଉଛି। ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ କୋଭିଡ ସଂକ୍ରମଣରୁ ସୁରକ୍ଷିତ ରହିବାକୁ କେତେକ ପରାମର୍ଶ ଦେଇଛି, ଯାହା ଜନସାଧାରଣଙ୍କୁ ସେମାନଙ୍କ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧିରେ ସହାୟକ ହୋଇପାରିବ। ଆୟୁର୍ବେଦରେ ଏହି ପଦ୍ଧତି ଖୁବ ଫଳପ୍ରଦ ବିବେଚିତ ହେଉଛି। ତେବେ କଣ ସବୁ ଏହି ପଦ୍ଧତି ଆସନ୍ତୁ ଜାଣିବା-
ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ପ୍ରତ୍ୟେକ ଲୋକ, ବୟସ ନିର୍ବିଶେଷରେ ପ୍ରତିଦିନ ଏକାଧିକ ଥର ଉଷୁମ ପାଣି ପିଇବାକୁ ପରାମର୍ଶ ଦେଇଛି। ଏହାବ୍ୟତୀତ ଉଷୁମ ପାଣିରେ କିଛି ଲୁଣ, ହଳଦି ମିଶାଇ ତଣ୍ଟି ପର୍ଯ୍ୟନ୍ତ ନେଇ କୁଳୁକୁଚା କରିବାକୁ କହିଛି। ପ୍ରତିଦିନ କେବଳ ଘରେ ରନ୍ଧା ଖାଦ୍ୟ ଖାଇବାକୁ ପରାମର୍ଶ ଦେଇଛି। ଖାଦ୍ୟ ଯେଭଳି ସହଜରେ ହଜମ ହୋଇପାରିବ, ସେହିଭଳି ଖାଦ୍ୟ ଖାଇବା ଏବଂ ଖାଦ୍ୟ ପ୍ରସ୍ତୁତିରେ ହଳଦି, ଜିରା, ଧନିଆ, ଶୁଖିଲା ଅଦା, ରସୁଣ ଆଦି ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ଏସବୁ ସହିତ କିଛି ଅଁଳା ବା ଅଁଳାରୁ ପ୍ରସ୍ତୁତ ଖାଦ୍ୟ ଖାଇବାକୁ କୁହାଯାଇଛି। ଏହା ଶରୀରର ରୋଗ ପ୍ରତିରୋଧ କ୍ଷମତାକୁ ମଜଭୁତ କରିଥାଏ।
ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ପରାମର୍ଶ ଅନୁଯାୟୀ ପ୍ରତିଦିନ ଯୋଗାସନ, ପ୍ରାଣାୟାମ ଏବଂ ଧ୍ୟାନ ଆଦି ଅତି କମ୍‍ରେ ୩୦ ମିନିଟ ପର୍ଯ୍ୟନ୍ତ କରିବା ଉଚିତ। ଦିନ ସମୟରେ ନଶୋଇ ରାତିରେ ୭ରୁ ୮ ଘଣ୍ଟା ଶୋଇବା ଆବଶ୍ୟକ। ରୋଗ ପ୍ରତିରୋଧ ଶକ୍ତି ବଢାଇବା ପାଇଁ ଦିନକୁ ଦୁଇଥର ଖାଲି ପେଟରେ ୨୦ ଗ୍ରାମ ଲେଖାଏଁ ଚ୍ୟବନପ୍ରାସ ଉଷୁମ ପାଣିରେ ସେବନ କରିବା, ଉଷୁମ କ୍ଷୀରରେ ହଳଦି ମିଶାଇ ପିଇବା ଆବଶ୍ୟକ। ଏହାବ୍ୟତୀତ ଜଣେ ଗୁଡୁଚି ଘନବଟି (୫୫୦ ଗ୍ରାମ) ଅଥବା ଅଶ୍ୱଗନ୍ଧା ବଟିକା (୫୦୦ ଗ୍ରାମ) ଦିନକୁ ଦୁଇଥର ଖାଇବା ପରେ ଉଷୁମ ପାଣିରେ ସେବନ କରିପାରିବେ।
ତୁଳସୀ, ଡାଳଚିନି, ଶୁଖିଲା ଅଦା ଏବଂ ଗୋଲମରିଚରୁ ପ୍ରସ୍ତୁତ ହର୍ବାଲ ଚା’ ପିଅନ୍ତୁ। ଏହି ସମସ୍ତ ଦ୍ରବ୍ୟକୁ ୧୫୦ ମିଲିଲିଟର ପାଣିରେ ସିଝାଇ ଦିନକୁ ଥରେ ଅଥବା ଦୁଇଥର ପିଅନ୍ତୁ। ସେଥିରେ ଗୁଡ, କିସମିସ ଏବଂ ଅଳେଇଚ ମଧ୍ୟ ମିଶାଯାଇପାରିବ। ସକାଳେ ଓ ସନ୍ଧ୍ୟାରେ ରାଶିତେଲ, ନଡିଆ ତେଲ ଅଥବା ଗାଈଘିଅକୁ ନାକରେ ଲଗାନ୍ତୁ। ଏକ ଚାମଚ ରାଶିତେଲ ଅଥବା ନଡିଆ ତେଲ ପାଟିରେ ନେଇ ତାହାକୁ ସମୁଦାୟ ପାଟିରେ ୨-୩ ମିନିଟ ରଖି କୁଳି କରିବା ପରେ କାଢି ଦିଅନ୍ତୁ। ଏହାପରେ ପାଟିକୁ ଉଷୁମ ପାଣିରେ ଧୋଇନିଅନ୍ତୁ। ଏସବୁ ସହିତ ପାଣିକୁ ଫୁଟାଇ ସେଥିରେ ତାଜା ପୁଦିନା ପତ୍ର, ଅଥବା କପୁର ପକାଇ ସେହି ବାମ୍ଫ ଦିନରେ ଥରେ ନିଅନ୍ତୁ। କିନ୍ତୁ ପାଣି ଅଧିକ ଗରମ ନରହିବା ଆବଶ୍ୟକ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories