ଆବଶ୍ୟକ ସାମଗ୍ରୀ
ବେସନ – ୪ ଚାମଚ
ପାଉଁରୁଟି – ୪ଟି
ଲଙ୍କା ଗୁଣ୍ଡ – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
ତେଲ – ଆବଶ୍ୟକ ପରିମାଣରେ
କଟା ପିଆଜ – ୧ଟି
ଜୁଆଣି – ଅଳ୍ପ
ଗୋଟା ଧନିଆ ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ –
ପ୍ରଥମେ ଏକ ପାତ୍ରରେ ବେସନ, ଲୁଣ, ଜୁଆଣି, ଲଙ୍କା ଗୁଣ୍ଡ, ଗୋଟା ଧନିଆ ପକାଇ ଭଲ ଭାବେ ଗୋଳାନ୍ତୁ। ଏହାପରେ ପାଣି ଦେଇ ପିଆଜ ପକାଇ ମିଶ୍ରଣ ପ୍ରସ୍ତୁତ କରି ରଖନ୍ତୁ। ଏବେ ପାଉଁରୁଟିକୁ ମଝିରୁ ଦୁଇଫାଳ କରି କାଟନ୍ତୁ। ଗ୍ୟାସ ଲଗାଇ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ପାଉଁରୁଟିକୁ ମିଶ୍ରଣରେ ବୁଡ଼ାଇ ଛାଣି ଦିଅନ୍ତୁ। ଏହାକୁ ଏକ ପାତ୍ରକୁ କାଢି ସସ କିମ୍ବା ଚଟଣି ସହ ଖାଆନ୍ତୁ ଓ ମଜା ନିଅନ୍ତୁ। ପ୍ରସ୍ତୁତ ହୋଇଗଲା ପାଉଁରୁଟି ପିଆଜ ପକୋଡ଼ା।
ପାଉଁରୁଟି ପିଆଜ ପକୋଡ଼ା
Popular Categories



