www.samajalive.in
Saturday, December 6, 2025
15.1 C
Bhubaneswar

ରାସ୍ତା ପାଲଟିଛି ମରଣଜନ୍ତା; ମୁଣ୍ଡ ଉପରେ ଝୁଲୁଛି ବିଦ୍ୟୁତ୍‌ ତାର, ମୁକୁଳା ପଡ଼ିଛି ଲୁହା ରଡ୍‌

ବ୍ରଜରାଜନଗର: ଗୌଡ଼ମାଲ ପଞ୍ଚାୟତ ପୁଟୁରାଡେରା ନାଳ ଉପରେ ଥିବା ଅଧଗଢା ସେତୁ ଲୋକଙ୍କ ପାଇଁ ବିପଦଜନକ ସାଜିଛି । ବର୍ଷା ଦିନରେ ଲୋକଙ୍କ ଯାତାୟାତ ପାଇଁ ନିର୍ମାଣ ହୋଇଥିବା ଅସ୍ଥାୟୀ ସଂଯୋଗ ରାସ୍ତା ବର୍ତ୍ତମାନ ପଥଚାରୀଙ୍କ ପାଇଁ ମରଣଜନ୍ତା ପାଲଟିଛି । ପ୍ରାୟ ୬୦ ଡିଗ୍ରୀ କୋଣ ଉଚ୍ଚତାରେ ତିଆରି ଏହି ଅସ୍ଥାୟୀ ସଂଯୋଗ ରାସ୍ତା ଉପରେ ଲୋକେ କେବଳ ରାତି ନୁହେଁ ବରଂ ଦିନରେ ମଧ୍ୟ ଯିବାକୁ ଭୟ କରୁଥିବା କହିଛନ୍ତି । ସେତୁର ଉଭୟ ପାର୍ଶ୍ୱ ଅସ୍ଥାୟୀ ସଂଯୋଗ ଯୋଇଥିବା ବେଳେ ରାସ୍ତାର ଉଚ୍ଚତା ଠାରୁ ଅଧିକ ଥିବାରୁ ଗାଡି ଚାଳକ ଆରପଟରୁ ଆସୁଥିବା ଗାଡି ଗୁଡିକୁ ଲକ୍ଷ୍ୟ କରିବାରେ ବିଫଳ ହେଉଛନ୍ତି । ଫଳରେ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି ।

ଯାହାକୁ ନେଇ ସ୍ଥାନୀୟ ଲୋକେଙ୍କ ମଧ୍ୟରେ କ୍ଷୋଭ ପ୍ରକାଶପାଉଛି । ସେହିପରି ସେତୁର ଗୋଟିଏ ପଟେ ଅଳ୍ପ ଉଚ୍ଚତାରେ ଉଚ୍ଚ କ୍ଷମତା ସଂପନ୍ନ ବିଦ୍ୟୁତ୍‌ ତାର ଝୁଲୁଛି । ଯାହା କୌଣସି ଭାରି ଯାନର ସଂସ୍ପର୍ଶରେ ଆସିବାର ଅନେକ ସମ୍ଭାବନା ରହିଛି ।  ବର୍ତ୍ତମାନ ଏହି ଅଧାପନ୍ତରିଆ ସେତୁ ଦେଇ ସ୍ଥାନୀୟ ଅଞ୍ଚଳର ଲୋକେ ପେଟପାଟଣା ପାଇଁ ସୁନ୍ଦରଗଡ ଜିଲ୍ଲାରେ ଥିବା ଅନେକ କୋଇଲା ଖଣିକୁ ଦିନ ରାତି ଯାତାୟାତ କରୁଛନ୍ତି । ସେହି ପରି ଗୌଡ଼ମାଲ ପଞ୍ଚାୟତର ବାସିନ୍ଦା ହାଟ ବଜାର, ସ୍ୱାସ୍ଥ୍ୟ ସେବା, ସ୍କୁଲ, ବ୍ୟାଙ୍କ, ସରକାରୀ ଅଫିସ ପାଇଁ ଯାତାୟାତ କରିଥାନ୍ତି । ଅପରପକ୍ଷରେ ଏଭଳି ବିପଦପୂର୍ଣ୍ଣ ରାସ୍ତା ପ୍ରତି ଜିଲ୍ଲା ପ୍ରଶାସନ ଧ୍ୟାନ ଦେବା ସହିତ ତୁରନ୍ତ ସ୍ଥାୟୀ ସଂଯୋଗ ରାସ୍ତା ନିର୍ମାଣ ଓ ସେତୁ ଉପରୁ ବିଦ୍ୟୁତ ତାର ହଟାଇବା ଲାଗି  ଅଞ୍ଚଳବାସୀ ଦାବି କରିଛନ୍ତି ।

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories