www.samajalive.in
Saturday, December 13, 2025
27.1 C
Bhubaneswar

ଭାରତରେ ବ୍ରେନ୍‌ ଇଟିଂ ଆମିବା – କେରଳରେ ବାଳକର ବ୍ରେନ୍‌କୁ ଖାଇଗଲେ

ଆଲପୁଝା – କେରଳର ଗୋଟିଏ ବାଳକର ମସ୍ତିଷ୍କକୁ ବ୍ରେନ୍‌ ଇଟିଂ ଆମିବା ଖାଇଯାଇଛନ୍ତି। କେରଳ ଆଲପୁଝା ଜିଲ୍ଲାର ଗୋଟିଏ ଦଶମ ଶ୍ରେଣୀର ଛାତ୍ରର ମସ୍ତିଷ୍କ ବା ବ୍ରେନକୁ ନାଇଗ୍ଲେରିଆ ଫାଓଲେରୀ ନାମକ ଆମିବା ଖାଇ ନଷ୍ଟ କରି ଦେଇଛନ୍ତି । ଏହି ବାଳକ ଅବସ୍ଥା ଗୁରୁତର ହେବାରୁ ତାକୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାହାର ମୃତ୍ୟୁ ହୋଇଛି ।

ମୃତ ବାଳକଙ୍କ ନାମ ଗୁରୁଦାଥ । ସେ ତାଙ୍କ ଘର ପାଖରେ ଥିବା ଏକ କେନାଲରେ ଗାଧାଉଥିବା ବେଳେ ନାକ ମାଧ୍ୟମ ଦେଇ ମୁଣ୍ଡକୁ ଯାଇଥିବା କଥା ଡାକ୍ତର କହିଛନ୍ତି । ନଳକୂପ କିମ୍ବା ପିଏଚ୍‌ଡିର ପିଇବା ପାଣିରେ ଏହି ବ୍ୟାକ୍ଟେରିଆ ହୋଇ ନଥାନ୍ତି । ପିଇବା ପାଣି ଦ୍ୱାରା ସଂକ୍ରମିତ ହୋଇ ନଥାଏ । ହ୍ରଦ, ପୋଖରୀ, ନଦୀ ନାଳରେ ଗାଧେଇବା ବେଳେ ଏମାନେ ନାକ ବାଟେ ପ୍ରବେଶ କରିଥାଆନ୍ତି । ମସ୍ତିଷ୍କକୁ ଖାଇବା ସହ ସଂକ୍ରମିତ କରିଥାଆନ୍ତି । ଏହାକୁ ପ୍ରାଇମେରୀ ଆମେବିକ୍‌ ମେନିଙ୍ଗୋଏନସେଫାଲାଇଟିସ୍‌ ବା ପାମ୍‌ କୁହାଯାଇଥାଏ । ପାମ୍‌ ହେଲେ ମୃତ୍ୟୁ ଅବଶ୍ୟାମ୍ଭାବୀ ।

- Advertisement -

ଏହା ଗୁରୁତର ହେବାର ୫ ଦିନ ଆଗରୁ ଲକ୍ଷଣ ପ୍ରକାଶ ପାଇଥାଏ । ମୁଣ୍ଡ ବିନ୍ଧା ସହ ଜର ବାନ୍ତି ବେକ ଦରଜ ହୋଇଥାଏ । ଏହା ହେବାର ୫ ଦିନ ମଧ୍ୟରେ ସଂକ୍ରମିତଙ୍କର ମୃତ୍ୟୁ ହୋଇଥାଏ ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories