www.samajalive.in
Saturday, December 6, 2025
19.1 C
Bhubaneswar

ଉତ୍ତର ଓଡିଶାରେ ବନ୍ୟା: ଆକାଶ ମାର୍ଗରୁ ବନ୍ୟାସ୍ଥିତି ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ

ବାଲେଶ୍ଵର: ଲଗାଣ ବର୍ଷା ପରେ ଏବେ ଉତ୍ତର ଓଡିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ବାଲେଶ୍ଵର ଜିଲ୍ଲାର ବାଲିଆପାଳ, ଭୋଗରାଇ , ଜଳେଶ୍ଵର ଏବଂ ବସ୍ତା ବ୍ଲକର ଶହ ଶହ ଲୋକ ପ୍ରଭାବିତ ହୋଇଛନ୍ତି। ସୁବର୍ଣ୍ଣରେଖାର ବନ୍ୟା ଜଳରେ ଏବେ ବହୁ ଅଞ୍ଚଳ ଜଳବନ୍ଦୀ ହୋଇଛି। ଗାଁ ଗାଁରେ ଅଣ୍ଟାଏ ଉଚ୍ଚର ପାଣି ଚାଲିଛି। ଜରୁରୀକାଳୀନ ସାମଗ୍ରୀ ଆଣିବାକୁ ଲୋକ ଡଙ୍ଗାରେ ଯାଆସ କରୁଛନ୍ତି। ଏପରିକି ଚାଷ ଜମି ଗୁଡିକ ମଧ୍ୟ ପାଣିରେ ବୁଡି ରହିଛି। ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା , ବୁଢାବଳଙ୍ଗ ଓ ଜଳକା ନଦୀ। ଫଳରେ ନଦୀକୁଳିଆ ଲୋକମାନେ ଆତଙ୍କିତ ହୋଇପଡିଛନ୍ତି। ସେପଟେ ମୟୁରଭଞ୍ଜରେ ଭୀଷଣ ବର୍ଷା ଯୋଗୁଁ ମୋରଡା, ଶୁଳିଆପଦା, ଚିତ୍ରୋଡା ଅଞ୍ଚଳରେ ନଦୀର ଜଳସ୍ତର ବୃଦ୍ଧି ପାଇଛି। ଲଗାଣ ବର୍ଷା ଯୋଗୁଁ ନଦୀରେ ବନ୍ୟା ପରଇ ଆସି ବଡସାହି ବ୍ଲକ ବିମଦା ପଞ୍ଚାୟତ ର ଚେଙ୍ଗୁଆ ମଙ୍ଗଳପୁର ବନ୍ଧର ଆଡିବନ୍ଧ ଭାଙ୍ଗିଯାଇଛି। ଯାହାଫଳରେ ଶହ ଶହ ହେକ୍ଟର ଜମିରେ ପାଣି ମାଡିଯାଇଛି। ଅନ୍ୟପଟେ ଆଜି ଆକାଶ ମାର୍ଗରୁ ବାଲେଶ୍ଵରର ବନ୍ୟା ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସକାଳ ୯ଟା ୩୦ରେ ଭୁବନେଶ୍ଵର ବିମାନ ବନ୍ଦରରୁ ହେଲିକପ୍ଟର ଯୋଗେ ବାଲେଶ୍ଵର ଯିବେ। ଆକାଶ ମାର୍ଗରୁ ବାଲିଆପାଳ ଓ ଭୋଗରାଇ ବ୍ଳକର ବନ୍ୟାଞ୍ଚଳ ବୁଲି ଦେଖିବେ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories