www.samajalive.in
Saturday, December 6, 2025
15.1 C
Bhubaneswar

ସାହସିକତା; ବନ୍ୟାରେ ଆମ୍ବୁଲାନ୍ସକୁ ବାଟ କଢ଼ାଇଲା ୧୨ ବର୍ଷର ବାଳକ

ବେଙ୍ଗାଲୁରୁ: ବନ୍ୟା କ୍ଷତିଗ୍ରସ୍ତ କର୍ଣ୍ଣାଟକରେ ଚତୁର୍ଦିଗ ଜଳମଗ୍ନ। ଚାରିଆଡ଼େ ରାସ୍ତାଘାଟ ଜଳବନ୍ଦୀ। ରାସ୍ତା କେଉଁଠି ଏବଂ ବ୍ରିଜ କେଉଠି ତାହା କଳନା କରିବା କଷ୍ଟକର। ଏଭଳି ସ୍ଥିତିରେ ଜଣେ ୧୨ ବର୍ଷର ବାଳକ ଜୀବନକୁ ବାଜି ଲଗାଇ ରାସ୍ତାରେ ଫଶିଯାଇଥିବା ଆମ୍ବୁଲାନ୍ସକୁ ବାଟ କଢ଼ାଇ ନିଜ ବାହାଦୁରୀର ପରିଚୟ ଦେଇଛି। ଏଭଳି ସାହସିକତା ପାଇଁ ବାଳକଟିକୁ ରାଜ୍ୟବ୍ୟାପୀ ପ୍ରଶଂସାର ସୁଅ ଛୁଟିଛି।

ବାଳକଟି ହେଉଛି ରାୟଚୁର ଜିଲାର ହୀରେରାୟନକୁମ୍ପୀ ଗ୍ରାମର ଭେଙ୍କଟେଶ। ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଘଟଣା ସମୟରେ ଆମ୍ବୁଲାନ୍ସରେ ୬ଜଣ ଶିଶୁଙ୍କ ସମେତ ଜଣେ ମହିଳାଙ୍କ ମୃତଦେହ ଥିଲା। ଆମ୍ବୁଲାନ୍ସଟି ଯାଉଥିବାବେଳେ ବାଟରେ ଏକ ପୋଲ ପଡ଼ିଥିଲା। କିନ୍ତୁ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଡ୍ରାଇଭର ରାସ୍ତା ଜାଣିପାରି ନ ଥିଲେ।

- Advertisement -
Image Courtesy: Amar ujala

ପୋଲ ଉପରେ କେତେ ଉଚ୍ଚର ପାଣି ରହିଛି ଏବଂ ପୋଲର ସ୍ଥିତି କ’ଣ ରହିଛି ତାହା ଜାଣିପାରି ନ ଥିଲେ। ଫଳରେ ପୋଲକୁ ଅତିକ୍ରମ କରିବା ଡ୍ରାଇଭରଙ୍କ ପାଇଁ କଷ୍ଟକର ଥିଲା। ଏହି ସମୟରେ ଭେଙ୍କଟେଶ ନିକଟରେ ଖେଳୁଥିଲେ। ​‌ସେ ଆମ୍ବୁଲାନ୍ସକୁ ଦେଖିବା କ୍ଷଣି ତୁରନ୍ତ ସହାୟତା ପାଇଁ ଚାଲି ଆସିଥିଲେ। ପୋଲ ଉପରେ ଚାଲି ଚାଲି ସେ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ବାଟ ଦେଖାଇଥିଲେ। ଏହା ପରେ ନିକଟରେ ଉପସ୍ଥିତ ବ୍ୟକ୍ତି ପୋଲର ଦୁଇପାର୍ଶ୍ଵରେ ଛିଡ଼ା ହୋଇ ଆମ୍ବୁଲାନ୍ସ ପାଇଁ ରାସ୍ତା ଦେଖାଇଥିଲେ। ଭେଙ୍କଟେଶ ଆମ୍ବୁଲାନ୍ସ ଆଗେ ଆଗେ ଚାଲି ପୋଲ ଅତିକ୍ରମ କରାଇଥିଲେ। ଫଳରେ ଆମ୍ବୁଲାନ୍ସଟି ହସ୍ପିଟାଲ ଯାଇପାରି ଥିଲା। କେହି ଜଣେ ଏହି ଦୃଶ୍ୟର ଭିଡିଓ କରି ସୋସିଆଲ ମିଡିଆରେ ଭାଇରାଲ କରିଦେଇଥିଲେ। ଜିଲା ପ୍ରଶାସନ ଭିଡିଓଟିକୁ ଦେଖି ଭେଙ୍କଟେଶଙ୍କ ସାହସିକତାର ପ୍ରଶଂସା କରିଥିଲା। ପୁରସ୍କାର ସ୍ବରୂପ ଗତ ଗୁରୁବାର ସ୍ବାଧୀନତା ଦିବସ ଅବସରରେ ତାଙ୍କୁ ପ୍ରଶାସନ ପକ୍ଷରୁ ସମ୍ମାନିତ କରାଯାଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories