ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ଟିକାଦାନ
ବୌଦ୍ଧ: ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ବୌଦ୍ଧ ବ୍ଲକରେ ଆୟୋଜିତ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି, ଏମ୍ ରାଇଟ ଓ ପ୍ଲାନ ଇଣ୍ଡିଆର ମିଳିତ ସହଯୋଗରେ ଟିକାଦାନ ଶିବିର ଅନୁଷ୍ଠିତ ହୋଇଛି । ଏହି ଶିବିରରେ ୧୩୮ ଜଣରୁ ଅଧିକ ଭିନ୍ନକ୍ଷମ ଟିକା ଦିଆଯାଇଥିବା ବେଳେ ଓ କିଛି କର୍ମଚାରୀ, ଜନ ସାଧାରଣ ୩ୟ ଡୋଜ୍ ଟିକା ନେଇଥିଲେ । ଏହି କାର୍ଯ୍ୟକ୍ରମ ଡଃ ଅଭୟ କୁମାର ଦାସ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଅଭିନାସ ପାଣ୍ଡିଆ ବୌଦ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବୌଦ୍ଧ ବ୍ଲକ, ସୁଧାଂଶୁ ଶେଖର ପୁଝାରୀ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଓ ପ୍ଲାନ୍ ଇଣ୍ଡିଆର ଜିଲ୍ଲା ସଂଯୋଜକ ସଂଜିତ୍ କୁମାର ପଟ୍ଟନାୟକ, ବ୍ଲକ ସଂଯୋଜକ ସୁଶାନ୍ତ କୁମାର ମଣ୍ଡଳ, ଟିକା ମିତ୍ର ଦିବ୍ୟରଞ୍ଜନ ସାହୁ, ସମୀକ୍ଷା ଜେନା, ସୁଶାନ୍ତ ସେଠୀ, ସ୍ମୃତିରଞ୍ଜନ ପ୍ରଧାନ, ସ୍ମୃତି ରେଖା ପଟ୍ଟନାୟକ ଓ ଚିତ୍ତରଞ୍ଜନ ବେହେରା ଯୋଗ ଦେଇଥିଲେ ଓ ଏଏନେମ୍ ଦୀପ୍ତିମୟୀ ମକହୁଡ ଓ ଡିଇଓ ପଙ୍କଜ କୁମାର ବାରିକ ଯୋଗ ଦେଇଥିଲେ ।
Comments are closed.