www.samajalive.in
Thursday, December 11, 2025
14.1 C
Bhubaneswar

ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ପରେ ବୌଦ୍ଧ ବିଜେପିରେ ଉତ୍ସବର ମାହୋଲ

ବୌଦ୍ଧ: ଓଡ଼ିଶାର ଜଣାଶୁଣା ଆଦିବାସୀ ମହିଳା ସମାଜସେବୀ ତଥା ପୂର୍ବତନ ଝାରଖଣ୍ଡ ରାଜ୍ୟପାଳ ଓ ପୂର୍ବତନ ମନ୍ତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଘୋଷଣା କରିବା ପରେ ବୌଦ୍ଧ ଜିଲ୍ଳା ବିଜେପିରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି । ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ସଭାପତି ବିପ୍ରଚରଣ ମହାନ୍ତିଙ୍କ ନେତୃତ୍ୱରେ ଆୟୋଜିତ ଏକ ନିରାଡମ୍ବର କାର୍ଯ୍ୟକ୍ରମରେ ଦ୍ରୌପଦୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀତ୍ୱ ଯୋଗୁଁ ବିଜେପି ସବକା ସାଥ ସବକା ବିକାଶକୁ ଗୁରୁତ୍ୱ ଦେବା ସହିତ ଜଣେ ଆଦିବାସୀ ମହିଳାଙ୍କୁ ଦେଶର ସର୍ବଚ୍ଚୋ ଆସନରେ ବସାଇବାର ନିଷ୍ପତ୍ତି ନେଇଥିବାରୁ ମିଷ୍ଟାନ୍ନ ବଣ୍ଟନ କରି ଉତ୍ସବ ପାଳନ କରିଥିଲେ । ଏହି ଅବସରେ ଜିଲ୍ଲା ବିଜେପିର ଉପସଭାପତି ଶ୍ୟାମସୁନ୍ଦର ପୁରୋହିତ, ସାଧାରଣ ସମ୍ପାଦକ ତାପସ ପଟ୍ଟନାୟକ, ବ୍ୟୋମକେଶ ମହାପାତ୍ର, ବରିଷ୍ଠ ନେତା ମାଗୁଣି ଗାଇଗୌରିଆଙ୍କ ସମେତ ଦଳୀୟ କାର୍ଯ୍ୟକର୍ତ୍ତା ଓ କର୍ମୀମାନେ ଉପସ୍ଥିତ ଥିଲେ । ପରେ ବିଜେପି ପକ୍ଷରୁ ସହରସାରା ବୁଲି ବୁଲି ମିଠା ବଣ୍ଟନ କରାଯାଇଥିଲା ।

Hot this week

ଅନୁଗୁଳରେ ଫୁଟିଲା ଗୁଳି, ଜଣେ ଗୁରୁତର

ଅନୁଗୁଳ : ଅନୁଗୁଳରେ ଫୁଟିଲା ଗୁଳି । ଶିକ୍ଷକପଡ଼ା ସ୍ଥିତ ଇକୋ...

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

ସମ୍ପାଦକୀୟ : ବିଯୋଗ ଅଧିକାର

ଶାନ୍ତି ଛଡ଼ାଇ ନ ନେଉ କର୍ପୋରେଟ ଜଗତ ଭାରତୀୟ ସଂସଦରେ ଏକ ଗୁରୁତ୍ୱପୂର୍ଣ୍ଣ...

ସମ୍ପାଦକୀୟ : ମାଲକାନଗିରି ହିଂସା

ଭୂମିପୁତ୍ରଙ୍କ ଦୁଃଖ ଦୂରହେଉ ମାଲକାନଗିରି ଜିଲାର ଏମ୍‌ଭି -୨୬ ଗାଁରେ ଘଟିଥିବା ହିଂସାକାଣ୍ଡ...

Related Articles

Popular Categories