www.samajalive.in
Tuesday, December 9, 2025
15.1 C
Bhubaneswar

ଭାରତୀୟ ଶୀକ୍ଷଣ ମଣ୍ଡଳ ପକ୍ଷରୁ ୨୦୨୦ ରାଷ୍ଟ୍ରିୟ ଶିକ୍ଷକ ସମ୍ମାନପ୍ରାପ୍ତ ଶିକ୍ଷକ ବସନ୍ତ ସାହୁଙ୍କୁ ସମ୍ବର୍ଦ୍ଧନା

ବୌଦ୍ଧ : ରାଷ୍ଟ୍ରିୟ ଶିକ୍ଷକ ସମ୍ମାନ ୨୦୨୦ ରେ ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ମାନିତ ହୋଇଥିବା ବୌଦ୍ଧଜିଲା ହରଭଙ୍ଗା ବ୍ଲକ ସରସରା ଉଚ୍ଚ ପ୍ରକଳ୍ପ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ବସନ୍ତ କୁମାର ସାହଙ୍କୁୁ ଭାରତୀୟ ଶୀକ୍ଷଣ ମଣ୍ଡଳ ବୌଦ୍ଧଜିଲା ଶାଖା ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଶିକ୍ଷକ ଶ୍ରୀ ସାହୁ ନିଜର ବିଭିନ୍ନ ସୃଜନାତ୍ମକ କାର୍ଯ୍ୟଦକ୍ଷତା ତଥା କଣ୍ଢେଇ ମାଧ୍ୟମରେ ଶିକ୍ଷାଦାନକୁ ସଫଳ କରିଥିବାରୁ ଚଳିତବର୍ଷ ରାଷ୍ଟ୍ରିୟ ଶିକ୍ଷକ ସମ୍ମାନ ପାଇଥିଲେ। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ବୌଦ୍ଧ ଓ ହରଭଙ୍ଗା ବ୍ଲକ ଶିକ୍ଷା ଅଧିକାରୀ ଧୃବଚରଣ ଘିବେଲା ଯୋଗଦେଇ ଶିକ୍ଷକ ଶ୍ରୀସାହୁଙ୍କ ଶିକ୍ଷାଦାନ ଶୈଳୀକୁ ଭୂୟସୀ ପ୍ରଶଂସା କରିବାସହ ସ୍ମୃତି ଚିହ୍ନ,ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ।

ସମ୍ପାଦକ ଅର୍ଜୁନ କଅଁର ସଂଗଠନର ଗୌବମୟ ଇତିହାସ ସଂପର୍କରେ ସୂଚନା ଦେବା ସହିତ ଶ୍ରୀସାହୁ ଜଣେ ଉତ୍ତମ ସଂଗଠକ ବୋଲି ପ୍ରକାଶ କରିଥିଲେ। ପଶ୍ଚିମ ପ୍ରାନ୍ତ ଶିକ୍ଷକ ପ୍ରଶିକ୍ଷଣ ସଂଯୋଜକ ବିଜୟ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟଜ୍ଞାପନ କରିଥିଲେ। ଶିକ୍ଷଣ ମଣ୍ଡଳର ସଭାପତି ଟଙ୍କଧର ସାହୁ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଆଗାମୀ ଦିନରେ ନିଜକୁ ସୁାିକ୍ଷକ ଭାବରେ ଗଢିତୋଳିବା ପାଇଁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଦିଲ୍ଲିପ ଖୁଣ୍ଟିଆ,ଯୋଗଗୁରୁ ହୃଷିକେଶ ପ୍ରଧାନ, ପୂର୍ବତନ ସହ ଗୋଷ୍ଠୀଶିକ୍ଷା ଅଧିକାରୀ ବିକାଶ କୁମାର କାନୁନଗୋ, ପୂର୍ବତନ ପ୍ରଧାନଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରୟା ପଟ୍ଟନାୟକ, ସିଆରସିସି ଶେଷଦେବ ପ୍ରଧାନ ଓ ଶିକ୍ଷକ ଦିଲ୍ଲିପ କୁମାର ସାହୁ ମତବ୍ୟକ୍ତ କରିଥିଲେ। ଶେଷରେ ସିଆସିସି ରାଜ କୁମାର ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ। ପ୍ରଦୀପ୍ତ କୁମାର ସାହୁ,ସତ୍ୟନାରାୟଣ ନାୟକ,ମଧୁମିତା ମହାରଣା,ଜ୍ୟୋତ୍ସ୍ନାରାଣୀ ଶତପଥୀ,ଧରଣୀଧର ମେହେର ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories