ବୌଦ୍ଧ ଜିଲା ପ୍ରଶାସନ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ
ବୌଦ୍ଧ : ବୌଦ୍ଧ ଜିଲା ପ୍ରଶାସନ ପକ୍ଷରୁ ସହରର ଟାଉନହଲ ଠାରେ ସୋମବାର ଦିନ ଜିଲାସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି । ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂଙ୍କ ଅଧକ୍ଷତାରେ ଏହି ସମାରୋହରେ ମୁଖ୍ୟ ଅତିଥିଭାବେ ଜିଲାପାଳ ନୃସିଂହ ଚରଣ ସ୍ୱାଇଁ, ସମ୍ମାନୀତ ଅତିଥିଭାବେ ଉପଜିଳାପାଳ ରବିନ୍ଦ୍ରନାଥ କହଁର ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିକାରୀ ମନରଞନ ପଣ୍ଡା ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଜିଲାପାଳ ଶ୍ରୀ ସ୍ୱାଇଁ ଗାନ୍ଧିଜୀଙ୍କ ଆଦର୍ଶ ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ଜିଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରତ୍ୟୁଷରେ ସହରରେ ରାମଧୂନ ଗାନ କରାଯାଇଥିଲା। ଏହା ସହ ଟାଉନହଲ ଠାରେ ଏକ ମାନବ ଶୃଙ୍ଖଳ ଅନୁଷ୍ଠିତ ହୋଇଥିଲ। ଅତିଥି ମାନଙ୍କ ସ୍ୱାରା ସହରର ଗାନ୍ଧୀଛକଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂତ୍ତି , ସମସ୍ତ ମହାପୁରୁଷ ଓ ବୌଦ୍ଧର ଦୁଇ ସ୍ୱାଧିନତା ସଂଗ୍ରାମୀଙ୍କ ପ୍ରତିମୂତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଟାଉନହଲଠାରେ ସର୍ବଧର୍ମ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକମାନେ ଯୋଗଦେଇଥିଲେ। ସନ୍ଧ୍ୟାରେ ଆୟୋଜିତ ଆଲୋଚନାଚକ୍ରରେ ସମସ୍ତ ଅତିଥି ଗାନ୍ଧିଜୀଙ୍କ ଜିବନୀ,ଗାନ୍ଧୀ ଦର୍ଶନ ବିଷୟରେ ଆଲୋଚନା କରିଥିଲେ। ପରେ ପରେ ଗାନ୍ଧୀଙ୍କ ବେଶ ପୋଷାକ ପ୍ରତିଯୋଗିତା, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ,ଦେଶାତ୍ମବୋଧକ ସଙ୍ଗିତର କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।
Comments are closed.