www.samajalive.in
Saturday, December 6, 2025
14.1 C
Bhubaneswar

ନୂଆପଡା ଜଙ୍ଗଲରୁ ଗାଡି ସହ ୧୦୪ କେଜି ଗଞ୍ଜେଇ ଜବତ

ବୌଦ୍ଧ/ ଚାରିଛକ : ନୂଆପଡା ଜଙ୍ଗଲରୁ ବୋଲେରୋ ଗାଡି ସହ ୧୦୪ କେଜି ଗଞ୍ଜେଇ ଜବତ କରାଯାଇଥିବା ନେଇ ଅବକାରୀ ବିଭାଗ ପକ୍ଷରୁ ମିଳିଛି। ସୂଚନା ମୁତାବକ ବୌଦ୍ଧ ସଦର ଥାନା ଅନ୍ତର୍ଗତ ନୂଆପଡା ଡେମ ନିକଟସ୍ଥ ଜଙ୍ଗଲରୁ ୧୦୪ କେଜି ଗଞ୍ଜେଇ ଜବତ କରାଯାଇଛି। ଏହା ସହ ଏକ ଧଳା ରଙ୍ଗର ବୋଲେରୋ ଗାଡିକୁ ମଧ୍ୟ ଜବତ କରାଯାଇଛି। ମାତ୍ର ଏହି ଘଟଣାରେ କାହାରିକୁ ଗିରଫ କରାଯାଇ ନାହିଁ । ଏନେଇ ହରଭଙ୍ଗା ଅବକାରୀ ଥାନାରେ ଏକ ମାମଲ ରୁଜୁ କରାଯିବା ସହ ତଦନ୍ତ କରାଯାଉଛି । ଅବକାରୀ ଅଧିକ୍ଷକ କ୍ରିଷ୍ଣା ନାୟକ ଦେଇଥିବା ସୂଚନା ଓ ନିର୍ଦେଶ ପ୍ରକାରେ ହରଭଙ୍ଗା ଅବକାରୀ ଥାନା ଅଧିକାରୀ ମମତା ନାଏକଙ୍କ ନେତୃତ୍ୱରେ ବିଭାଗୀୟ କର୍ମଚାରୀମାନେ ଚଢାଉରେ ସାମିଲ ହୋଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories