ରେଙ୍ଗାଲିକ୍ୟାମ୍ପ : ଅତାବିରା ବ୍ଲକ ଅନ୍ତର୍ଗତ ଦେବାହାଲପ ତାଜ ଟିକ୍ର। ବୁଲାଣି ରାସ୍ତାରେ ୫୩ ନଂ ଜାତୀୟ ରାଜପଥ କଡ଼ରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ ଅତାବିରା ଥାନା ଅଧିକାରୀ ସୁକୁମାର ତ୍ରିପାଠୀ ଘଟଣା ସ୍ଥଳରେ ପହଞ୍ଚିଥିଲେ।ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡି ଥିବା ବେଳେ ଶରୀର କ୍ଷତବିକ୍ଷତ ହୋଇଯାଇଥିବାରୁ ସ୍ଥାନୀୟ ଲୋକେ ଚିହ୍ନଟ କରିପାରିନଥିଲେ। ପୁଲିସ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବରଗଡକୁ ପଠାଇଥିଲେ। ହେଲେ ଆଜିକୁ ଚାରିଦିନ ହେଲା ବରଗଡ଼ ଶବ ଗୃହରେ ଶବଟି ପଡ଼ି ରହିଛି ଅଚିହ୍ନା ,ଅଜଣା ଭାବରେ । ବ୍ୟକ୍ତି ଜଣକ କିଏ ,କେଉଁ ଜାଗାର କିଛି ସୁରାକ ମିଳିନାହିଁ ।ତେବେ ସ୍ଥାନୀୟ କିଛି ଲୋକ ବେଳେ ବେଳେ ତାକୁ ପାଗଳ ଭଳି ବୁଲୁଥିବାର ଦେଖିଥିବା ପ୍ରକାଶ କରୁଥିବା ବେଳେ ଆଉ କେହି କେବେ ଦେଖି ନଥିବା ଆଦି ବିଭିନ୍ନ ପ୍ରକାର ଗୁଜବ ଉଠୁଛି । କିନ୍ତୁ ତାଙ୍କ ପ୍ରକୃତ ପରିଚୟ ଜଣା ପଡିନି । ଏ ନେଇ ପୁଲିସ ଏକ ଦୁର୍ଘଟଣା ଜନିତ ମୃତ୍ୟୁ ମାମଲା ରୁଜୁ କରି ଏହାର ତଦନ୍ତ ଜାରି ରଖିଛି।
Popular Categories



