www.samajalive.in
Saturday, December 6, 2025
15.1 C
Bhubaneswar

ଅଁଳାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାନୀୟ ଜଳର ସମସ୍ୟା

ବାଉଁଶୁଣି : ବୌଦ୍ଧ ବ୍ଳକ ଅଁଳାପାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଅଁଳାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଣିର ସମସ୍ୟା ହେଉଥିବା ଅଭିଯୋଗ ହେଉଛି। ବିଦ୍ୟାଳୟ ପରିସରରେ ଥିବା ବୋରୱେଲରେ ପାଣି ବାହାରୁ ନଥିବାରୁ ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଭୋଜନ ପରେ ଥାଳି ଧୋଇବା ପାଇଁ ବାହାର ନଳକୂପ ଉପରେ ନିର୍ଭର କରୁଥିବା ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବୁଦ୍ଧଦେବ ମେହେର ଓ ଗ୍ରାମବାସୀ ରୋଶନ୍ ମେହେର ଅଭିଯୋଗ କରିଛନ୍ତି।
ସେହିଭଳି ପାଣି ଅଭାବରୁ ଛାତ୍ରଛାତ୍ରୀମାନେ ପାଇଖାନାକୁ ନଯାଇ ବାହାରକୁ ଯାଉଥିବା ଅଭିଯୋଗ ହୋଇଛି। ତେବେ ଏ ସମ୍ପର୍କରେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ପଚାରିବାରୁ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ଏଇ ଦୁଇ ଚାରିଦିନ ହେବ ପାଣି ମଟର ଖରାପ ଥିବାରୁ ଏ ସମସ୍ୟା ରହିଛି ଏବଂ ଆମେ ମେକାନିକକୁ ସଜାଡ଼ିବା ପାଇଁ କହିଛୁ ବୋଲି କହିଛନ୍ତି। ଯେହେତୁ ବିଦ୍ୟାଳୟ ପରିସରରୁ ବାହାରକୁ ଆସିଲେ ୫୭ ନମ୍ୱର ଜାତୀୟ ରାଜପଥ ଥିବାରୁ କେତେବେଳେ ମଧ୍ୟ ଅଘଟଣ ଘଟିବାର ଆଶଙ୍କା ରହିଛି। ତେଣୁ ତୁରନ୍ତ ବୌଦ୍ଧ ଜିଲ୍ଲା ପ୍ରଶାସନ ଏହି ବିଦ୍ୟାଳୟର ପାଣି ସମସ୍ୟାର ସମାଧାନ କରିବା ପାଇଁ ଦାବି ହେଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories